ପ୍ରତାପଙ୍କ ମନ୍ତବ୍ୟରେ ମୁରୁକି ହସୁଛନ୍ତି ବିଜେଡି ନେତା!

0 838

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବିଗତ କିଛିଦିନ ହେଲା ବିଜେଡିରେ ଖୋଲାଖୋଲି ବିଦ୍ରୋହ ଆରମ୍ଭ ହୋଇଛି । ବିଜେଡିର ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ବିଜେଡି ଦଳ ମଧ୍ୟରେ ବାକ୍‌ଯୁଦ୍ଧ ଚାଲିଛି । ଏହି ସମୟରେ ମନ୍ତ୍ରୀ ପ୍ରତାପ ଦେବଙ୍କ ଏକ ମନ୍ତବ୍ୟକୁ ନେଇ ବିଜେଡି ନେତା ଓ କର୍ମୀ ମୁରୁକି ହସିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆଜି ଆମେ ସକାଳୁ ରାଜଧାନୀ କେତେକ ଚର୍ଚ୍ଚିତ ଚା’ ଖଟିକୁ ଯାଇଥିଲୁ, ସେଠାରେ ଖଟି କରୁଥିବା ନେତା, ପ୍ରଶାସକ ଓ ବୁଦ୍ଧିଜୀବୀଙ୍କ କଥା ଶୁଣିଥିଲୁ । ପ୍ରାୟ ସବୁଠି ‘ପ୍ରତାପ ଯାହା କହିଲେ….’ କହି ମୁରୁକି ହସିବା ତାଙ୍କ ବକ୍ତବ୍ୟକୁ କଟାକ୍ଷ କରିବା ସଦୃଶ୍ୟ ଥିଲା । ଜୟଦେବ ଭବନ ସମ୍ମୁଖ, ୟୁନିଟ-୪ ବିଧାୟକ ବାସଭବନ ପାଖ, କେଶରୀ ଟକିଜ ଓ ୟୁନିଟ-୧ (ପିଟିଆଇ ଅଫିସ ଛକ) ଏଭଳି କେତେକ ଓମଫେଡ ପାଖରେ ପ୍ରତାପଙ୍କ ମନ୍ତବ୍ୟର ଚର୍ଚ୍ଚା ଚାଲିଥିଲା ।

ଜଣେ ବୁଦ୍ଧିଜୀବୀ ଜନୈକ ବିଜେଡି ନେତାଙ୍କୁ ପଚାରିଲେ ‘ସତରେ କ’ଣ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତେ ଦେଖା କରୁଛନ୍ତି? ନେତା ଜଣକ ମୁରୁକି ହସି କହିେଏ ଆପଣ ମୋ ଠୁଁ ଅଧିକ ଜାଣିଛନ୍ତି’ । କେତେକ ବରିଷ୍ଠ ସାମ୍ବାଦିକମାନେ ମଧ୍ୟ ଏହାକୁ ନେଇ ତର୍କ-ବିତର୍କ କରୁଥିବା ଦେଖିବାକୁ ମଳିଥିଲା । ବିଶେଷ କରି ଏହି ଆଲୋଚନା ବେଳେ ସେଠାରେ ଉପସ୍ଥିତ ଥିବା ବିଜେଡିର ଜଣାଶୁଣା ନେତାମାନେ କେବଳ ମୁରୁକି ହସୁଥିଲେ । ଯଦିଓ କେହି ତାଙ୍କ ମନ୍ତବ୍ୟର ଖୋଲା ଚର୍ଚ୍ଚା କରିନଥିଲେ, ତଥାପି ପ୍ରତାପଙ୍କ ବକ୍ତବ୍ୟରେ ମିଛ ଲୁଚି ରହିଥିବା ସେମାନେ ପରୋକ୍ଷରେ ସ୍ୱିକାର କରିଥିଲେ । ତେବେ ପ୍ରତାପଙ୍କ କଥା କେତେ ସତ ଆଉ କେତେ ମିଛ, ତାହା ବିଜେଡି ନେତାମାନେ ହିଁ ଅଧିକ ଜାଣିଥିବେ ।

ଉଲ୍ଲେଖଥାଉ କି, ଗତକାଲି ମନ୍ତ୍ରୀ ପ୍ରତାପଙ୍କ ମନ୍ତବ୍ୟର ଜବାବରେ ସୌମ୍ୟ କହିଥିଲେ, ବିଜେଡି ଏତେ କ୍ଷମତା, ସଦିଚ୍ଛା ପାଇବା ପରେ କାହାକୁ ଡରୁଛି? ବିଜେଡି ନିରଙ୍କୁଶ କ୍ଷମତା ପାଇବା ପରେ କାହିଁକି ଏମିତି ହେଉଛି? ବିଜେଡ଼ିକୁ ଦୁଇ ଚାରି ଜଣ ଆଇଏଏସ୍ ଅଫିସର କାହିଁକି ପରିଚାଳନା କରିବେ? ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ମୁଁ ଚେଷ୍ଟା କରିଛି, ହେଲେ ସୁଯୋଗ ମିଳୁନାହିଁ କାହିଁକି? ଏଭଳି ଅନେକ କିଛି ମନ୍ତବ୍ୟ ଦେଇଥିଲେ ।

ସୌମ୍ୟଙ୍କ ପ୍ରତିକ୍ରିୟା ପରେ ଶ୍ରୀଦେବ ପୁଣି ଥର ଗଣମାଧ୍ୟମ ସାମ୍ନାକୁ ଆସିଥିଲେ । କହିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତେ ଦେଖା କରିପାରୁଛନ୍ତି । ବିଧାୟକ ଓ ମନ୍ତ୍ରୀଙ୍କ ସମେତ ସବୁ ଜନପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ ସାକ୍ଷାତ କରୁଛନ୍ତି । ମାତ୍ର ସୌମ୍ୟଙ୍କ ଭଳି ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ସାକ୍ଷାତ ନକରିବା କହିବା ଗ୍ରହଣୀୟ ନୁହେଁ । ପ୍ରତାପ ଦେବଙ୍କ ଏଭଳି ମନ୍ତବ୍ୟକୁ ନେଇ ଏବେ ଚା’ ଖଟିରେ ଜୋରଦାର ଚର୍ଚ୍ଚା ହେଉଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy