ଦୁର୍ଘଟଣା ଏଡାଇବାକୁ ଓଡ଼ିଶା ପୋଲିସ ସଚେତନ କଲା

0 454

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜ୍ୟରେ ସଡକ ଦୁର୍ଘଟଣା ଏଡାଇବାକୁ ପୋଲିସ ଓ ପରିବହନ ବିଭାଗ ଅନେକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି । ମାତ୍ର କେତେକ ଅମାନିଆ ଏହାକୁ ନମାନିବାରୁ ଦୁର୍ଘଟଣାର ଶୀକାର ହେଉଛନ୍ତି ।

ବିଶେଷ କରି ରଙ୍ଗ ସାଇଡ ବା ଭୁଲ ପାର୍ଶ୍ୱରେ ଗାଡି ଚଳାଇବା ଲୋକଙ୍କ ପାଇଁ ବିପଦଜନକ ସାବ୍ୟସ୍ତ ହେଉଛି । ରଙ୍ଗ ସାଇଡରେ ଗାଡି ଚଳାଇବା ଯୋଗୁଁ ଅନେକ ଦୁର୍ଘଟଣା ଘଟି ଅକାରଣରେ ଧନଜୀବନ ନଷ୍ଟ ହେଉଛି । ରିପୋର୍ଟ ଅନୁଯାୟୀ, ୬% ଦୁର୍ଘଟଣାଜନିତ ମୃତ୍ୟୁ ଭୁଲ ପାର୍ଶ୍ୱ ଡ୍ରାଇଭିଂ ପାଇଁ ହେଉଛି । ଏଥିପାଇଁ ଓଡ଼ିଶା ପୋଲିସ ଲୋକଙ୍କୁ ଟ୍ୱିଟ(ଏକ୍ସ) ମାଧ୍ୟମରେ ସଚେତନ କରିବାକୁ ଚେଷ୍ଠା କରିଛି । ଟ୍ୱିଟ କରି ପୋଲିସ କହିଛି, ସଠିକ ମାର୍ଗରେ ଗାଡି ଚଳାନ୍ତୁ । ନିଜେ ଏବଂ ସପରିବାର ସୁରକ୍ଷିତ ରୁହନ୍ତୁ ।

ପୋଲିସର ଏହି ବାର୍ତ୍ତାକୁ ମାନି ଗାଡି ଚଳାଇବାକୁ ପରାମର୍ଶ ଦିଆଯାଇଛି । ଯଦି ଲୋକେ ପୋଲିସ ପରାମର୍ଶକୁ ମାନିବେ, ତେବେ ଆଗାମୀ ଦିନରେ ଦୁର୍ଘଟଣାକୁ ଅନେକ ମାତ୍ରାରେ ହ୍ରାସ କରାଯାଇପାରିବ । ସେପଟେ ପୋଲିସର ଏଭଳି ସଚେତନକୁ ସାଧାରଣରେ ବେଶ ପ୍ରସଂଶା କରାଯାଉଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy