ପରାଜୟ ଡିଲ୍‌: ବିଜେଡି ସହ ସନ୍ଥି କରୁଛି ବିଜେପି!

0 688

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସାଧାରଣ ନିର୍ବାଚନ ଆରମ୍ଭ ହୋଇଯାଇଥିବା ବେଳେ ରାଜ୍ୟରେ ଏବେ ପ୍ରଚାର ଜୋରଦାର ହୋଇଛି । ପ୍ରାର୍ଥୀମାନେ ଅସହ୍ୟ ଖରାକୁ ଖାତିର ନକରି ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି । କିପରି ବିଜୟ ଲାଭ କରିବେ, ସେନେଇ ସମସ୍ତେ ଦିନରାତି ଏକ କରି ଦେଇଛନ୍ତି । ମାତ୍ର ଭୁବନେଶ୍ୱର ମଧ୍ୟ ବିଧାନସଭା ଆସନରେ ଚିତ୍ର କିନ୍ତୁ ଟିକେ ଭିନ୍ନ ଥିବା ଦେଖିବାକୁ ମିଳୁଛି । ଏହି ଆସନଟିକୁ ବିଜେଡି କଳେବଳେ ହାତେଇବାକୁ ଚେଷ୍ଠା କରୁଥିବା ବେଳେ ବିଜେପି ପରାଜୟ ଲାଗି ଡିଲ୍ କରୁଥିବା ଚର୍ଚ୍ଚା ହେଉଛି । ଯାହା ଏବେ ରାଜନୈତିକ ମହଲରେ ବେଶ ଆଲୋଚ୍ୟର ବିଷୟ ପାଲଟିଛି ।

ଭୁବନେଶ୍ୱର ମଧ୍ୟ ବିଜେଡି ଟିକେଟକୁ ନେଇ ବେଶ କିଛିଦିନ ଛକାପଞ୍ଝା ଲାଗି ରହିଥିଲା । ଅମରେଶ ଜେନା ଓରଫ ବାଇଁଆ, ରୁଦ୍ର ନାରାୟଣ ସାମନ୍ତରାୟ ଓ ଅନନ୍ତ ନାରାୟଣ ଜେନାଙ୍କ ମଧ୍ୟରେ ଟିକେଟକୁ ନେଇ ଜୋରଦାର ଲବି ଚାଲିଥିଲା । ଫଳରେ ଦଳ ଟିକେଟ କାହାକୁ ଦେବ, ସେ ନେଇ ଚିନ୍ତାରେ ପଡିଯାଇଥିଲା । ଶେଷରେ ଦଳ ବୁନୁ ଓରଫ ଅନନ୍ତଙ୍କ ଲବି ଆଗରେ ହାର ମାନିଥିଲା । ବୁନୁ ଟିକେଟ ପାଇବା ପରେ ଅସନ୍ତୋଷ ବଢିଥିଲା । ମାତ୍ର ବୁନୁ ଏହାକୁ ଚାଲେଞ୍ଜର ସହ ନେଇ କିପରି କଳେବଳେ ବିଜୟ ଲାଭ କରିବେ, ସେନେଇ ଗୋଟି ଚାଳନା କରୁଛନ୍ତି ।

ସେପଟେ ବିଜେଡିର ମୁଖ୍ୟ ପ୍ରତିନ୍ଦ୍ୱନ୍ଦୀ ବିଜେପିର ଜଗନ୍ନାଥ ପ୍ରଧାନ ଏହାର ଫାଇଦା ନେବାକୁ ଚେଷ୍ଠା କରୁଛନ୍ତି । ଅସନ୍ତୁଷ୍ଟଙ୍କ ସହ ସଲାସୁତୁରା କରି ଏଥର ତାଙ୍କର ଶେଷ ନିର୍ବାଚନୀ ବୈତରଣୀକୁ ପାର କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏପରିକି ବିନା ପ୍ରଚାର ଓ ଗୋଟି ଚାଳନାରେ ବିଜୟ ଲାଭ କରିବେ ବୋଲି ସେ ମନେ ମନେ ଭାବି ନେଇଛନ୍ତି । ଫଳରେ ୨୦୧୯ ଭଳି ସେ ଆଉ ସମୀକ୍ଷକଙ୍କ ପାଖକୁ ଯାଇ ଭୋଟ ସପକ୍ଷରେ ଗୋଟି ଚାଳନାର ପରାମର୍ଶ ନେଉନାହାନ୍ତି କିମ୍ବା ଲୋକଙ୍କ ପାଖକୁ ଯାଇ ପ୍ରଚାର ମଧ୍ୟ କରୁନାହାନ୍ତି । ଏପରିକି ଦଳରେ ଅସନ୍ତୁଷ୍ଟ ଥିବା ନେତା ଓ କର୍ମୀଙ୍କୁ ବୁଝାଇବାକୁ ମଧ୍ୟ ଚେଷ୍ଠା କରୁନାହାନ୍ତି । କେବଳ ସେ ସୋସିଆଲ ମିଡ଼ିଆରେ ନିଜର ଫଟୋ ପୋଷ୍ଟ କରି ବିଜୟୀ ହେବାର ସ୍ୱପ୍ନ ଦେଖୁଛନ୍ତ ।

ଅନ୍ୟପକ୍ଷରେ ବିଜେପିର ଏଭଳି କୋହଳ ମନୋଭାବ ପଛରେ ଏକ ଡିଲ୍ ହୋଇଥିବା କୁହାଯାଉଛି । ବିଜେପିର ଜଣେ ଅସନ୍ତୁଷ୍ଟ ନେତାଙ୍କ କହିବାକୁ ଅନୁସାରେ, ବାସ୍ତବରେ ବିଜେପିର ଜଗନ୍ନାଥ ପ୍ରଧାନ ନିର୍ବାଚନ ଜିତିବାକୁ ଲଢୁନାହାନ୍ତି । ସେ ବିଜେଡି ସହ ଡିଲ୍ କରି ପରାଜୟ ଲାଗି ନିର୍ବାଚନ ମୈଦାନକୁ ଆସିଛନ୍ତି । କାରଣ ବିଗତ ଦିନରେ ବିଜେପି ତାଙ୍କୁ ଜିଲ୍ଲା ସଭାପତି ନକରିବା ଓ ଦଳରେ କୋଣଠେସା କରିବାର ଅସନ୍ତୋଷ ତାଙ୍କ ମନରେ ଏବେ ବି କଟା ଘା’ ସଦୃଶ୍ୟ ହୋଇ ରହିଛି । ବାବୁ ସିଂହଙ୍କୁ ଦଳରେ ପ୍ରାଧାନ୍ୟ ଦିଆଯିବା ପରଠାରୁ ସେ ପ୍ରତିଶୋଧ ନିଆଁରେ ଜଳୁଛନ୍ତି । ‘ଘର ପଛେ ପୋଡୁ, ମୂଷା କେଞ୍ଚେ ପାଉ’ ନ୍ୟାୟରେ ସେ ବରଂ ହାରିଯାଆନ୍ତୁ, ସାଂସଦ ଜିତି ନପାରନ୍ତୁ, ଏଭଳି ନୀତିକୁ ଆପଣାଇ ସେ ନିର୍ବାଚନ ଲଢୁଛନ୍ତି । ଏଥିପାଇଁ ସେ ବିଜେଡି ସହ ଏକ ବଡ ଡିଲ୍ କରିଥିବା ନେତା ଜଣକ କହିଛନ୍ତି ।

ତେବେ ଯଦି ପ୍ରକୃତରେ ଏହି ଘଟଣା ସତ ହୁଏ, ତେବେ ଏହା ସାଂଘାତିକ । ଗୃହ ଶତ୍ରୁ ବିଭୀଷଣ ପରି ଜଗା ଦଳରେ ରହି ଦଳ ବିରୋଧରେ କାମ କରିବା ଏକ ନିନ୍ଦନୀୟ ଘଟଣା । ବେଳ ଥାଉ ଥାଉ ଦଳର ମୁଖିଆ ଏଦିଗରେ ତର୍ଜମା କରି କାର୍ଯ୍ୟାନୁଷ୍ଠାନ ନନେଲେ, ଜଗାଙ୍କ ପାଇଁ ଦୁଇ ଦୁଇଟି ସିଟ୍ ହାତଛଡା ହେବ, ଏଥିରେ ସନ୍ଦେହ ନାହିଁ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy