ମୋବାଇଲରେ ବାଜୁଛି କି ଆଲାର୍ମ, ଭୟଭୀତ ହୁଅନ୍ତୁ ନାହିଁ

0 734

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ମୋବାଇଲ ବ୍ୟବହାର କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା । ଆଜି ସକାଳୁ ସକାଳୁ ପ୍ରାୟ ସମସ୍ତଙ୍କ ମୋବାଇଲକୁ ଏମରଜେନ୍ସି ଆଲର୍ଟ ମେସେଜ ଆସୁଛି । ମୋବାଇଲରେ ଜରୁରୀକାଳୀନ ସୂଚନା ଦେବା ଭଳି ଏକ ମେସେଜ୍ ଆସୁଛି । ଯାହାକୁ ଦେଖି ଅନେକ ଆଶଙ୍କାରେ ପଡିଛନ୍ତି । କିନ୍ତୁ ଏଠାରେ ଆପଣ ଭୟଭୀତ ହୁଅନ୍ତୁ ନାହିଁ । ଏହାକୁ ଏକ ପରୀକ୍ଷାମୂଳକ ଭାବେ ଲୋକଙ୍କ ପାଖକୁ ପଠାଯାଉଛି ।

ଲୋକଙ୍କୁ ଆଲର୍ଟ କରିବା ଲାଗି ଏହି ମେସେଜ ଉଦ୍ଦିଷ୍ଟ ରହିଛି । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ସହଯୋଗରେ ଭାରତ ସରକାରଙ୍କ ଟେଲିକମ ବିଭାଗ ପକ୍ଷରୁ ଏହି ମେସେଜ ପଠାଯାଇଥିବା ସୂଚନା ମିଳିଛି । ଟ୍ରାଏଲ ଭିତ୍ତିରେ ମୋବାଇଲକୁ ଏପରି ମେସେଜ ଆସୁଛି । ସମ୍ଭାବ୍ୟ ବିପତ୍ତି ବେଳେ ଲୋକଙ୍କୁ ଆଲର୍ଟ କରିବା ଲାଗି ଏହି ମେସେଜ ପଠାଯାଉଛି । ତେବେ ଏନେଇ ଭୟଭିତ୍ତ ହେବାର କୌଣସି କାରଣ ନଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ଅଗଷ୍ଟରେ ପ୍ରଥମ ଥର ପାଇଁ ଏଭଳି ପରୀକ୍ଷା କରାଯାଇଥିଲା । ଏବେ ସୁଦ୍ଧା ୬ଥର ଏମିତି ପରୀକ୍ଷା କରାଯାଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy