ଧୂମଧାମରେ ସରିଲା ଭୁବନେଶ୍ୱର ଭସାଣୀ ଉତ୍ସବ

0 307

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ୫ଦିନର କୋଳାହଳ ପରେ ଦଶହରା ଶେଷ ହୋଇଛି । ପୁଣି ଆର ବର୍ଷକୁ ଅପେକ୍ଷା । ଆଜି ମା’ ବିଦାୟ ନେଉଛନ୍ତି । ସାରା ରାଜ୍ୟରେ ମା’ଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହେଉଛି । ବିଶେଷ କରି କଟକ, ଭୁବନେଶ୍ୱର ଓ ରାଉରକେଲାରେ ଭଣାଣୀ ଉତ୍ସବ ମହାଆଡମ୍ବର ସହକାରେ ପାଳନ କରାଯାଉଛି ।

ଏଥର ପାରମ୍ପରିକ ସହ ଆଧୁନିକ ଡିଜେ ଧୂମ୍ ଶୋଭାଯାତ୍ରାରେ ମାଆଙ୍କର ବିସର୍ଜନ କରାଯାଉଛି । ଭସାଣୀ ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ, ନୃତ୍ୟ ସହିତ ଆଧୁନିକ ଡିଜେ ଧୂମରେ ଆବାଳ ବୃଦ୍ଧବନିତା ଝୁମି ଥିଲେ । କେତେକ ପୂଜା କମିଟି ପକ୍ଷରୁ ଓଟ ଶୋଭାଯାତ୍ରା ମଧ୍ୟ କରାଯାଇଥିଲା । ଅପରାହ୍ଣରୁ ଆରମ୍ଭ ହୋଇ ଭସାଣୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା । ତେବେ ପ୍ରାୟ ସବୁସ୍ଥାନରେ ଭସାଣୀ ଉତ୍ସବ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଭାବେ ହୋଇଥିଲା ।

ଏଥିପାଇଁ ଟ୍ୱିନସିଟିରେ କମିଶନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଭସାଣୀ ପାଇଁ ଭୁବନେଶ୍ୱରରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ୬୫ ଡିସିବେଲରୁ ଅଧିକ ଉଚ୍ଚ ସ୍ୱରରେ ଡିଜେ ବାଜିବା କଟକଣାକୁ ପାଳନ କରାଯାଉଛି । ଭୁବନେଶ୍ୱରରେ ୩ଟି ଭସାଣି କମିଟି ରହିଛି । ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ରୁଟ୍ ଲାଇନ ବ୍ୟବସ୍ଥା କରାଯାଇଛି । ଟ୍ରାଫିକରେ ଜାମ ସ୍ଥିତି ନଉପୁଜିବା ଉପରେ ଗୁରୁତ୍ୱ ଦିଆଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ବାରିକେଡର ବ୍ୟବସ୍ଥା କରାଯାଇଥିଲା ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy