ପାଣ୍ଡିଆନ୍‌ଙ୍କୁ ମିଳିଲା କ୍ୟାବିନେଟ୍ ପାହ୍ୟା

0 781

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଚାକିରୀରୁ ଅବସର ନେବା ପରେ ଭିକେ ପାଣ୍ଡିଆନଙ୍କୁ ରାଜ୍ୟ ସରକାର କ୍ୟାବିନେଟ୍ ପାହ୍ୟା ମିଳିଛି । ଶ୍ରୀ ପାଣ୍ଡିଆନଙ୍କୁ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ସେ ସିଧାସଳକ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ କାର୍ଯ୍ୟ କରିବେ ବୋଲି ଏକ ସରକାରୀ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।

ଉଲ୍ଲେଖଥାଉ କି, ଗତକାଲି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି-ସଚିବ ଭିକେ ପାଣ୍ଡିଆନ ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିଲେ । ସର୍ବଭାରତୀୟ ପ୍ରଶାସନିକ ସେବାରୁ ଶ୍ରୀପାଣ୍ଡିଆନ ଅବସର ନେଇଛନ୍ତି । ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସରକୁ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ମଞ୍ଜୁର କରିଛି । ଅକ୍ଟୋବର ୨୦ରେ ରାଜ୍ୟ ପଠାଇଥିବା ଆବେଦନ ପତ୍ରକୁ ମଂଜୁରି ମିଳିଛି । ସର୍ବଭାରତୀୟ ସେବା ଆଇନ ୧୬(୨ଇ) ଅନୁସାରେ ମଂଜୁର ହୋଇଥିବା ଜଣାଯାଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy