ଆଇଜି ଏସ୍‌. ସାଇନୀଙ୍କୁ ମିଳିଲା ଡିଜିପି ଡିସ୍କ ପୁରସ୍କାର

0 341

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପୋଲିସ ଆଇଜି ତଥା ଆଇପିଏସ୍ ଏସ୍‌. ସାଇନୀଙ୍କୁ ତାଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନଜନକ ଡିଜିପି ଡିସ୍କ ପୁରସ୍କାର ମିଳିଛି । ଗୃହମନ୍ତ୍ରଣାଳୟର ବୁରୋ ଅଫ ରିସର୍ଚ୍ଚ ଆଣ୍ଡ ଡେଭପମେଣ୍ଟ ପକ୍ଷରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି ।

ସୂଚନା ଅନୁସାରେ, ପୋଲିସ ଟ୍ରେନିଂ ସିଲାବସରେ ଆମୂଳଚୂଳ ପରିବର୍ତ୍ତନ ସହ ପାଠପଢାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେ ୨୦୧୯ରୁ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ କାର୍ଯ୍ୟରତ ଅଛନ୍ତି । ଏହି ସମୟ ମଧ୍ୟରେ ସେ କନଷ୍ଟେବଲ ଠାରୁ ଡିଏସପି ପର୍ଯ୍ୟନ୍ତ ପ୍ରାୟ ୩୦୦୦ରୁ ଅଧିକ ପୋଲିସ କର୍ମଚାରୀଙ୍କୁ ଟ୍ରେନିଂ ପ୍ରଦାନ କରିଛନ୍ତି ।

କେବଳ ଟ୍ରେନିଂ ନୁହେଁ ବରଂ ସିଲାବସରେ ପରିବର୍ତ୍ତନ ଓ ନୂତନଧାରାରେ ଶିକ୍ଷା ପ୍ରଦାନ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ଏହିଭଳି କାର୍ଯ୍ୟ ଲାଗି ତାଙ୍କୁ ଗୃହମନ୍ତ୍ରଣାଳୟ ନୂଆଦିଲ୍ଲୀ ପକ୍ଷରୁ ଡିଜିପି ଡିସ୍କ ସମ୍ମାନରେ ସମ୍ମାନୀତ କରାଯାଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy