ବୃଦ୍ଧାଙ୍କୁ ତଣ୍ଟି କାଟି ହତ୍ୟା: ଗିରଫ ହେଲା ଅଭିଯୁକ୍ତ ବୋହୂ

0 182

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭରତପୁର ଥାନା ଅନ୍ତର୍ଗତ ଖଣ୍ଡଗିରିବାରୀ ଅଞ୍ଚଳରେ ରହୁଥିବା ମଦା ପଲେଇ ନାମକ ଜଣେ ବୃଦ୍ଧାଙ୍କୁ ତଣ୍ଟିକାଟି ଅଗଷ୍ଟ ୧୫ ଦିନ ନୃଶଂସ ଭାବେ ହତ୍ୟା କରାଯାଇଥିଲା ।ଏହି ମାମଲାର ୮ ଦିନ ପରେ ପୋଲିସ ଏହି ହତ୍ୟାକାଣ୍ଡ ଘଟଣା ଉପରୁ ପରଦା ଉଠାଇବାରେ ସଫଳ ହୋଇଛି । ମୃତ ବୃଦ୍ଧାଙ୍କୁ ତାଙ୍କ ବୋହୂ ବୈଶାଖୀ ପଲେଇ (୨୪) ହତ୍ୟା କରିଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛ । ଏଥିସହ ଏହି ହତ୍ୟା ମାମଲାରେ ପୋଲିସ ମଙ୍ଗଳବାର ବୈଶାଖିଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜୋନ -୩ ଏସିପି ପ୍ରଦୀପ କୁମାର ରାଉତ ସୂଚନା ଦେଇଛନ୍ତି । ତେବେ ଶାଶୁ ମଦା ବୋହୂ ବୈଶାଖୀର ପରକ୍ରିୟାପ୍ରୀତି ସଂକ୍ରାନ୍ତରେ ଜାଣିପାରି ଥିବାରୁ ସେ ତାଙ୍କୁ ତଣ୍ଟିକାଟି ଏଭଳି ନୃଶଂସ ଭାବେ ହତ୍ୟା କରିଥିବା ତଦନ୍ତ ବେଳେ ଜଣାପଡିଛ । ଏଥିସହ ହତ୍ୟାରେ ବ୍ୟବହୃତ ହୋଇଥିବା ଛୁରୀକୁ ପୋଲିସ ଘର ଭିତରେ ଥିବା ଏକ ଚାଉଳ ବସ୍ତାରୁ ଜବତ କରିଛ ।

ଘଟଣାକ୍ରମ : ଶାଶୁଙ୍କୁ ହତ୍ୟା କରିଥିବା ବୋହୂ ବୈଶାଖୀର ଘର ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଇନ୍ଦ୍ରଗଡରେ ଓ ସେହି ଗାଁର ମଦାଙ୍କ ବଡପୁଅ ରବିକୁ ସେ ବିବାହ କରିଛନ୍ତି । ତେବେ ରବିକୁ ବିବାହ କରିବା ଦିନଠାରୁ ବୈଶାଖୀଙ୍କର ତାଙ୍କ ଶାଶୁ ସହ ଭଲ ସମ୍ପର୍କ ନ ଥିଲା । ଖାସକରି ବୈଶାଖୀ ବିଭିନ୍ନ ସମୟରେ ଅନ୍ୟ ଯୁବକମାନଙ୍କ ସହ କଥାବାର୍ତ୍ତା ଏବଂ ଯୋଗାଯୋଗରେ ରହୁଥିବାରୁ ମଦା ଏହାକୁ ପସନ୍ଦ କରୁ ନଥିେ । ଏଥିପାଇଁ ସେ ବୈଶାଖୀଙ୍କୁ ତାଗିଦ କରିବା ସହ ଏଥିରୁ ନିବୃତ ରହିବାକୁ କହି ଆସୁଥିେ । ବୈଶାଖୀ କିନ୍ତୁ ଶାଶୁ ମଦାଙ୍କ କଥା ଆଦୌ ଶୁଣୁ ନଥିଲେ । ଫଳରେ ଉଭୟ ବୋହୂ ଶାଶୁ ମଧ୍ୟରେ ସବୁ ସମୟରେ ବିବାଦ ଲାଗି ରହୁଥିଲ । ଯାହାକୁ କେନ୍ଦ୍ରକରି ଗତ ଜୁଲାଇ ମାସରେ ମଦାଙ୍କୁ ଲୋକ ଲଗାଇ ବୈଶାଖୀ ମରଣାନ୍ତକ ଆକ୍ରମଣ କରିଥିଲେ । ସୌଭାଗ୍ୟକ୍ରମେ ବୈଶାଖୀ ବର୍ତ୍ତିବା ସହ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତୀ ହୋଇଥିଲେ ।

ହତ୍ୟା କିପରି କଲେ : ଭୁବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲରୁ ମଦା ଡିସଚାର୍ଜ ହେବା ପରେ ମଦା ଅଗଷ୍ଟ ୧୨ ତାରିଖ ଦିନ ଖଣ୍ଡଗିରିବାରୀ ସ୍ଥିତ ପୁଅ ଘରକୁ ଆସିଥିଲେ । ମଦା ଧୀରେଧୀରେ ସୁସ୍ଥ ହେଉଥିବା ଦେଖି ବୋହୂ ବୈଶାଖୀ ତାଙ୍କୁ ହତ୍ୟା କରିବାକୁ ଯୋଜନା ଆରମ୍ଭ କରିଥିଲେ । ଅଗଷ୍ଟ ୧୫ ତାରିଖ ଦିନ ବୈଶାଖୀ ପୁଅକୁ ଅପରାହ୍ନରେ ଟିଉସନ ସାରଙ୍କ ନିକଟରେ ଛାଡି ଆସିଥିଲେ । ଉକ୍ତଦିନ ଟିଉସନ ଛୁଟି ଥିବା ସତ୍ୱେ ସେ ପୁଅକୁ ଟିଉସନରେ ଛାଡିଥିଲେ । ପରେ ସନ୍ଧ୍ୟା ସମୟରେ ମଦାଙ୍କ ସାନ ପୁଅ ମଣ୍ଟୁ କୌଣସି କାରଣରୁ ଘରୁ ବାହାରକୁ ଯିବା ପରେ ବୈଶାଖୀ ଏକ ଛୁରୀ ସାହାର୍ଯ୍ୟରେ ମଦାଙ୍କ ବେକକୁ କାଟି ହତ୍ୟା କରିଥିଲେ । ଏଥିସହ ନିଜର ସମ୍ପୃକ୍ତିକୁ ଏଡାଇବା ଲାଗି ବେହୋସ ଅବସ୍ଥାରେ ବେକରେ ଏକ ଲୁଗା ଗୁଡାଇ ଘର ଚଟାଣରେ ଅଚେତ ବାହାନା କରି ଶୋଇ ପଡିଥିଲେ । ପରେ ମଣ୍ଟ ଘରକୁ ଫେରିବା ପରେ ରାତି ପ୍ରାୟ ୮ଟା ସମୟରେ ତାଙ୍କ ମା’ଙ୍କୁ ହତ୍ୟା କରାଯାଇଥିବା ଦେଖିବା ସହ ଭାଉଜ ବୈଶାଖୀ ବେହୋସ ଅବସ୍ଥାରେ ପଡିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ । ଏଥିସହିତ ଭାଉଜକୁ ତୁରନ୍ତ ଆମ୍ବୁଲାନ୍ସ ଡାଡି ଏମ୍ସରେ ଭର୍ତ୍ତି କରିଥିଲେ ।

ଅଭିଯୁକ୍ତ କିପରି ଧରାପଡିଲା : ଯେହେତୁ ଘଟଣା ସମୟରେ ଘରେ କେବଳ ବୈଶାଖୀ ହିଁ ଉପସ୍ଥିତ ଥିଲା ତେଣୁ ତାଙ୍କୁ ପୋଲିସ ଆରମ୍ଭରୁ ତାଙ୍କ ଉପରେ ସନ୍ଦେହ ଜାତ ହୋଇଥିଲା । ବୈଶାଖୀ କିନ୍ତୁ ହତ୍ୟାକାଣ୍ଡରେ ତାଙ୍କର ସମ୍ପୃକ୍ତ ନ ଥିବା ଦର୍ଶାଇ ପୋଲିସକୁ ଏକ କାହାଣୀ କହିଥିଲେ । ବୈଶାଖୀଙ୍କ କହିବାନୁଯାୟୀ, ଘଟଣାଦିନ ସେ ପୁଅକୁ ଟିଉସନରେ ଛାଡି ଆସିବା ସମୟରେ ଦୁଇଜଣ ବ୍ୟକ୍ତି ତାଙ୍କୁ ବାଇକରେ ଫଲୋ କରି ଆସିବା ସହ ହଠାତ ଘରେ ପଶି ଯାଇଥିେ । ଉଭୟ ମୁହଁରେ କପଡା ବାନ୍ଧିଥିବା ବେଳେ ହଠାତ ଘର ଭିତରେ ପଶି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏପରିକି ତାଙ୍କ ବେକକୁ ଏକ ଓଢଣୀ ସାହାର୍ଯ୍ୟରେ ଚିପି ଧରି ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ସେ ବେହୋସ ହୋଇଯିବା ପରେ ଉଭୟ ବୋଧହୁଏ ତାଙ୍କ ଶାଶୁଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ବୈଶାଖୀ ପୋଲିସକୁ କହିଥିଲେ ।

ତେବେ ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା କି, ଉକ୍ତ ଭିତରେ ପଡିଥିବା ରକ୍ତକୁ କେହି ଜଣେ କପଡାରେ ପୋଛିଥିବା ବେଳେ ବୈଶାଖୀ ତାଙ୍କ ବେକକୁ ଚିପା ଯାଇଥିବା ନେଇ ଯେଉଁ କଥା କହିଥିଲେ ଡାକ୍ତରମାନେ ତାହାକୁ ଖଣ୍ଡନ କରିଥିଲେ । ଏପରିକି ଘରକୁ ବୈଶାଖୀଙ୍କ ଛଡା ଆଉ କେହି ଆସି ନ ଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲ । ତେଣୁ ପୋଲିସ ବୈଶାଖୀ ହିଁ ଶାଶୁ ମଦାଙ୍କୁ ହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲା ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy