ଘରେ ପଶି ଛୁରା ମାଡ, ନାବାଳକ ମୃତ

0 1,296

ଭୁବନେଶ୍ୱର/ଜଟଣୀ, (ରିପୋଟର୍ସ ପେନ୍‌): ରାଜଧାନୀ ଉପକଣ୍ଠ ଜଟଣୀ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଘରେ ପଶି ଜଣେ ନାବାଳକଙ୍କୁ ଛୁରା ମାଡ କରାଯାଇଛି । ଅଜଣା ଯୁବକର ଛୁରା ମାଡରେ ନାବାଳକ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଜଟଣା ଥାନା ବେଣାପଞ୍ଜରୀ ଗାଁର ଶିକ୍ଷକ ମନୋଜ ପାଲଟାସିଂଙ୍କ ପୁଅ ଶୁଭମ ସ୍ୱରୂପଙ୍କୁ ଛୁରାମାଡ ହୋଇଛି । ଆଜି ସନ୍ଧ୍ୟାରେ ଘରର ଉପର ମହଲାରେ ମନୋଜ ଟିଉସନ କରୁଥିବା ବେଳେ ଭଉଣୀ ଓ ମା’ ମଧ୍ୟ ଉପର ଘରେ ଥିଲେ । ଆସନ୍ତାକାଲି ପରୀକ୍ଷା ଥିବାରୁ ତଳେ ଘରେ ପଶି ଶୁଭମ (୯ମ ଶ୍ରେଣୀ) ପାଠ ପଢୁଥିଲେ । ଏହି ସମୟରେ ଜଣେ ଅଜଣା ବ୍ୟକ୍ତି ଘର ଭିତରକୁ ହଠାତ ପଶି ଆସିଥିଲା ।

ନାବାଳକ ଜଣକ କିଛି ବୁଝିବା ଆଗରୁ ବ୍ୟକ୍ତି ଜଣକ ଅଣ୍ଟାରୁ ଏକ ଧାରୁଆ ଛୁରୀ ବାହାର କରି ଆକ୍ରମଣ କରିଥିଲା । ବାରମ୍ବାର ଛୁରା ଘାତ କରିବାରୁ ନାବାଳକ ଜଣକ ଚିତ୍କାର କରିଥିଲା । ଚିତ୍କାର ଶୁଣି ଉପରେ ଘରେ ଥିବା ମା’ ଓ ଭଉଣୀ ଆସିବା ବେଳକୁ ଅଭିଯୁକ୍ତ ଜଣକ ଦୌଡି ପଳାଇଯାଇଥିଲା । ରକ୍ତାକ୍ତ ଅବସ୍ଥାରେ ଆହତ ନାବାଳକକୁ ଉଦ୍ଧାର କରି ଲୋକେ ହସପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ କିଏ ଓ କାହିଁକି ନାବାଳକକୁ ହତ୍ୟାକଲା ତାହା ସ୍ପଷ୍ଟ ହୋଇନଥିବା ବେଳେୂ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy