ଭିଜିଲାନ୍ସ ଜାଲରେ ଶହିଦନଗର ଥାନା ଏଏସ୍‌ଆଇ

0 166

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଏକ ମାମଲାକୁ ରଫାଦଫା କରିବା ଲାଗି ଶହୀଦନଗର ଥାନାର ଏଏସଆଇ ମମତା ବସ୍ତଆ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଭିଜିଲାନ୍ସ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଗିରଫ କରିଛି ।

ସୂଚନା ଅନୁସାରେ, ଶହୀଦନଗରରେ ରହୁଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ମୁତାବକ ଶହୀଦନଗର ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହ ମମତାଙ୍କୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିଥିଲା । ମମତା ତଦନ୍ତ ବେଳେ ସଂପୃକ୍ତ ବ୍ୟକ୍ତିଙ୍କୁ ହଇରାଣ ହରକତ କରିଥିଲେ । ଏପରିକି ମାମଲାରେ ତାଙ୍କୁ ସହଯୋଗ କରିବା ଲାଗି ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ହେଲେ ସଂପୃକ୍ତ ବ୍ୟକ୍ତି ଜଣକ ୧୫ ହଜାର ଟଙ୍କା ଦେବାକୁ କହିଥିଲେ ।

ପରେ ସଂପୃକ୍ତ ବ୍ୟକ୍ତି ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ଆଜି ଲାଞ୍ଚ ଟଙ୍କା ନେବାକୁ ମମତା ତାଙ୍କ ଘରକୁ ଯାଇଥିଲେ । ଘର ଭିତରୁ ଟଙ୍କା ନେଇ ବାହାରୁ ଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କୁ କାବୁ କରିଥିଲେ । ଯାଞ୍ଚ ବେଳେ ତାଙ୍କ ଭ୍ୟାନିଟରୁ ଲାଞ୍ଚ ଟଙ୍କା ଜବତ ହୋଇଥିଲା । ସାକ୍ଷୀଙ୍କ ଉପସ୍ଥିତିରେ ଭିଜିଲାନ୍ସ ଟଙ୍କା ଜବତ କରିବା ସହ ଏକ ମାମଲା ରୁଜୁ କରି ମମତାଙ୍କୁ ଗିରଫ କରିଥିଲା । ଏହା ପରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ କଟକସ୍ଥିତ ଘର, ଶହୀଦନଗର ଥାନା ଓ ଜଗତସିଂହପୁର ବିିରିଡି ଘରେ ଚଢାଉ କରାଯାଇଛି । ଚଢାଉ ବେଳେ ମମତାଙ୍କ ଘରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି ।

ଉଲ୍ଲେଖଥାଉ କି, ଗତ ଏପ୍ରିଲ ୬ ତାରିଖରେ ଖଣ୍ଡଗିରି ଥାନାର ଏସ୍‌ଆଇ ସୁଶାନ୍ତ ସ୍ୱାଇଁ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ । ସେ ମାମଲା ରଫାଦଫା କରିବାକୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ସେହିପରି ୨୦୨୨ ଫେବୃଆରୀ ୪ ତାରିଖରେ ମଞ୍ଚେଶ୍ୱର ଥାନାର ଏଏସଆଇ ରବି ନାରାୟ ସାହୁ ଭିଜିଲାନ୍ସ ହାତରେ ଧରପଡିଥିଲେ । ସେ ୫ ହଜାର ଟଙ୍କା ଲାଞ୍ଚଚ ନେଉଥିବା ବେଳେ ଭିଜିଲାନ୍ସରେ ଧରାପଡିଥିଲେ । ତେବେ ଗତ କିଛିଦିନ ହେଲା ଜଣକ ପରେ ଜଣେ ପୋଲିସ ଅଫିସରରରର ଭିଜିଲାନ୍ସ ହାତରେ ଧରାପଡିବା କମିଶନରେଟ ପୋଲିସର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy