କେନ୍ଦ୍ରାପଡା: ବୈଜୟନ୍ତଙ୍କ ଚେର କାଟିବ ବିଜେପି!

0 774

ଭୁବନେଶ୍ୱର/କେନ୍ଦ୍ରାପଡା, (ରିପୋଟର୍ସ ପେନ୍‌): ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏଥର ପୁଣି ବିଜେପି ଟିକେଟରୁ କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ହୋଇଛନ୍ତି । ଏଥର କିନ୍ତୁ ତାଙ୍କୁ ନିଜ ଦଳ ଭିତରେ ବିରୋଧର ଶୀକାର ହେବାକୁ ପଡିଛି । ଅଣ୍ଟି ଛୁରୀ ତଣ୍ଟି କାଟିବା ପରି ନିଜ ଲୋକମାନେ ତାଙ୍କ ଚେର କାଟିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ଯଦି ଏହା ହୁଏ, ତେବେ ପୁଣି ବୈଜୟନ୍ତଙ୍କୁ ପରାଜୟର ସମ୍ମୁଖିନ ହେବାକୁ ପଡିବ ଏଥିରେ ସନ୍ଦେହ ନାହଁ ।

୨୦୧୯ ସାଧାରଣ ନିର୍ବାଚନ ପରଠାରୁ ବୈଜୟନ୍ତ ପଣ୍ଡାଙ୍କୁ ଆଉ କେନ୍ଦ୍ରାପଡାରେ ଦେଖିବାକୁ ମିଳିନଥିଲା । ଅନୁଭବଙ୍କ ଠାରୁ ପାଖାପାଖି ଦେଢଲକ୍ଷ ଭୋଟରେ ହାରିବା ପରେ ସେ ବୋଧହୁଏ ଆଉ ନିର୍ବାଚନ ନଲଢିବା ଲାଗି ମନସ୍ତ କରିଥିଲେ । ଫଳସ୍ୱରୂପ ସେ ଆଉ କେନ୍ଦ୍ରାପଡା ଆସିନଥିଲେ । ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବାକୁ ଜିଲ୍ଲା ବିଜେପି ପକ୍ଷରୁ ଶ୍ରୀ ପଣ୍ଡାଙ୍କୁ ଅନୁରୋଧ କରାଯାଇଥିଲା । ମାତ୍ର ସେ ଏହାକୁ କର୍ଣ୍ଣପାତ କରିନଥିଲେ । ଶେଷ ପର୍ଯ୍ୟନ୍ତ ପ୍ରଚାରରେ ଯୋଗ ଦେବାକୁ ଆସିନଥିଲେ । ଫଳରେ ବିଜେପିକୁ କେତୋଟି ସିଟ୍ ମଧ୍ୟ ହରାଇବାକୁ ପଡିଥିଲା ।

ବୈଜୟନ୍ତଙ୍କ ଏଭଳି ଅର୍ନ୍ତଧ୍ୟାନ ପରେ ବିଜେପି ଶିବିରରେ ଭିନ୍ନ ଚର୍ଚ୍ଚା ହାଇଥିଲା । ଶ୍ରୀପଣ୍ଡା ଦିଲ୍ଲୀରେ ରହି କେନ୍ଦ୍ରୀୟ ରାଜନୀତିରେ ସକ୍ରିୟ ରହିବେ ଓ ଓଡ଼ିଶା ରାଜନୀତିରେ ମୁଣ୍ଡ ଖେଳାଇବେ ନାହିଁ ବୋଲି ପ୍ରଚାର ହେଲା । ଏହା ପରେ ଦଳ କେନ୍ଦ୍ରାପଡା ଲାଗି ଜଣେ ସାଂସଦ ପ୍ରାର୍ଥୀଙ୍କୁ ତୟାର କରିଥିଲା । ହେଲେ ହଠାତ ଦଳ ବୈଜୟନ୍ତଙ୍କୁ ନାଁ ଘୋଷଣା କରିଥିଲା । ବୈଜୟନ୍ତଙ୍କ ନାଁ ଘୋଷଣା ପରେ ଜିଲ୍ଲା ବିଜେପି ଶିବିରରେ ଶିହରଣ ଖେଳିଗଲା । ବୈଜୟନ୍ତଙ୍କୁ କିପରି ଉଚିତ ଜବାବ ଦିଆଯିବ, ସେନେଇ ବିଚାରବିମର୍ଶ କରାଯାଇ ରଣନୀତି ପ୍ରସ୍ତୁତ ସରିଛି । ନିକଟରେ ହୋଇଥିବା ଶୋଭାଯାତ୍ରାରେ ଜିଲ୍ଲାର କେହି ତୁଙ୍ଗ ନେତା ସାମିଲ ହୋଇନଥିଲେ । କାଁ ଭାଁ ଯିଏ ଆସିଥିଲେ, କେବଳ ପ୍ରକ୍ସି ପକାଇବାକୁ ଆସିଥିଲେ ।

ସେହିପରି ବିଧାନସଭା ଟିକେଟ ବଣ୍ଟନରେ ମଧ୍ୟ ବିବାଦ ସୃଷ୍ଟି ହୋଇଛି । ମହାକଳପଡାର ଆଶାୟୀ ପ୍ରାର୍ଥୀ ସୌଭାଗ୍ୟ ପରିଡାଙ୍କୁ ଟିକେଟ ନମିଳିବାରୁ ସେ ଖୋଲାଖୋଲି ଅସନ୍ତୋଷ ଜାହିର କରିଛନ୍ତି । ବିଶେଷ କରି କେନ୍ଦ୍ରାପଡାର ସଂଖ୍ୟାଲଘୁ ଭୋଟ ବ୍ୟାଙ୍କ ତଥା ବୈଜୟନ୍ତଙ୍କ ଏକାନ୍ତ ଅନୁଗତ ଥିବା ଜଣେ ସଂଖ୍ୟାଲଘୁ ନେତା ତାଙ୍କୁ ଖୋଲା ବିରୋଧ କରୁଛନ୍ତି । ଏଭଳି ସ୍ଥିତିରେ ବୈଜୟନ୍ତଙ୍କ ଅବସ୍ଥା କ’ଣ ହେବ, ତାହା ଏବେଠାରୁ ସ୍ପଷ୍ଟ ଭାବେ ଦେଖାଯାଉଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy