ରାଜଯୋଗ : ଏହି ସବୁ ରାଶିଙ୍କ ଭାଗ୍ୟ ଖୋଲିବ

0 174

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଏହି କ୍ରମରେ ଚଳିତ ମାସରେ ଏକାଧିକ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଫଳରେ ଏକାଧିକ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି । କନ୍ୟା ରାଶିରେ ଗଜକେଶରୀ ରାଜଯୋଗ, ତ୍ରିଲୋକନ ,ଶଶ ରାଜଯୋଗ, ମାଲଭିୟ ରାଜଯୋଗ ଓ ଲକ୍ଷ୍ମୀ ନାରାୟଣ ରାଜଯୋଗ ସୃଷ୍ଟି ହେବ। ଏହି ସଂଯୋଗ ବା ରାଜଯୋଗର ପ୍ରଭାବ ରାଶିଚକ୍ରରେ ଥିବା ୧୨ଟି ରାଶି ଉପରେ ପଡ଼ିବ । ତେବେ ଏହି ରାଜଯୋଗ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ତେବେ, ଏହି ସବୁ ରାଜଯୋଗ କେଉଁ ରାଶି ପାଇଁ ଶୁଭଫଳ ପ୍ରଦାନ କରିବ ଆସନ୍ତୁ ଜାଣିବା…

ଧନବାନ୍ ହେବେ ଏହି ସବୁ ରାଶି:

ମେଷ:  ଏକା ସାଙ୍ଗରେ ୫ ରାଜଯୋଗ ସୃଷ୍ଟି ହେଉଥିବା କାରଣରୁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ସୂର୍ଯ୍ୟଙ୍କ ପରି ଚମକିବ। ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପାଇବେ। ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ଦୂର ହେବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। କାର୍ଯ୍ୟାଳୟରେ ପଦୋନ୍ନତି ମିଳିପାରେ। ଆୟ ବଢିବା ସହ ଖର୍ଚ୍ଚ ମଧ୍ୟ ସେହି ପରିମାଣରେ ବୃଦ୍ଧି ପାଇବ। ବିଦେଶର ଭ୍ରମଣରେ ଯାଇପାରନ୍ତି। ପ୍ରେମ ସମ୍ପର୍କରେ ମଧୁରତା ଭରିବା ସହ ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। 

କନ୍ୟା:  ଚଳିତ ମାସ ଆରମ୍ଭରୁ ଏହି ରାଶିର ଭାଗ୍ୟ ଫିଟିବାକୁ ଯାଉଛି।  ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ଦୂର ହେବା ସହ ଆୟ ବୃଦ୍ଧି ହେବ। ଆକସ୍ମିକ ଧନଲାଭର ଯୋଗ ରହିଛି।  ଆର୍ଥିକ୍ ସମସ୍ୟା ଦୂର ହେବା ସହ ବ୍ୟବସାୟ ଶ୍ରେଣୀର ଲୋକେ ଲାଭବାନ ହେବେ । ପୁରୁଣା ବିନିଯୋଗରୁ ଲାଭ ମିଳିବ। ଚାକିରି ଓ ବ୍ୟବସାୟରେ ଅଗ୍ରଗତି କରିବେ । ତଥାପି, ଏହି ଅବଧି ମଧ୍ୟରେ ଭାବିଚିନ୍ତି ନିବେଶ କରନ୍ତୁ। ନଚେତ କ୍ଷତି ସହିବେ। ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ।

ସିଂହ: ରାଜଯୋଗର ପ୍ରଭାବ ମଧ୍ୟ ଏହି ରାଶି ଉପରେ ରହିବ। କ୍ୟାରିୟରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ ସହ ପଦୋନ୍ନତି ନେଇ ଯୋଗ ରହିଛି। ଯେଉଁମାନେ ନୂତନ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ମନଲାଖି ଅଫର ମିଳିବ। ବ୍ୟବସାୟରେ ବିପୁଳ ଲାଭ ନେଇ ସମ୍ଭାବନା ରହିଛି।

ମୀନ: ମୀନ ରାଶି ପାଇଁ ମଧ୍ଯ ଏହି ରାଜଯୋଗ ଶୁଭ ପ୍ରମାଣିତ ହେବ । ଶାସ୍ତ୍ର ଅନୁଯାୟୀ, ଏହି ରାଜଯୋଗ ମୀନ ରାଶିର କର୍ମ ଗୃହରେ ଗଠିତ ହେବାକୁ ଯାଉଛି । ଫଳରେ ଏହି ସମୟ ମଧ୍ଯରେ ସୁସମ୍ବାଦ ମିଳିବ । ଦରମା ବୃଦ୍ଧି ସହ ପଦୋନ୍ନତି ନେଇ ଯୋଗ ରହିଛି ।  ଦୂରଯାତ୍ରା ସଫଳ ହେବ । ପରିବାରରେ ସୁଖ ସମୃଦ୍ଧି ସହ ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ରାଜନୀତି ସହ ଜଡ଼ିତ ଲୋକଙ୍କୁ ଏହି ରାଜଯୋଗ ଫଳରେ କ୍ୟାରିୟରରେ ସଫଳତା ମିଳିବ ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy