ବୁଧ – ରାହୁଙ୍କ ଅପୂର୍ବ ସଂଯୋଗ, ୩ ରାଶି ଭାଗ୍ୟଶାଳୀ ହେବେ

0 231

ଯେତେବେଳେ ସୌର ମଣ୍ଡଳରେ ଗ୍ରହମାନଙ୍କରେ ଗତିବିଧିରେ ପରିବର୍ତ୍ତନ ହୁଏ ସେତେବେଳେ କିଛି ରାଶିର ବ୍ୟକ୍ତିଙ୍କ ଜୀବନ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଥାଏ । ଏହି କ୍ରମରେ, ଏପ୍ରିଲ୍ ୯, ୨୦୨୪ ରେ ବୁଧ ମୀନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଯେଉଁଠାରେ ରାହୁ ପୂର୍ବରୁ ଉପସ୍ଥିତ ଅଛନ୍ତି । ମୀନ ରାଶିରେ ବୁଧ ଏବଂ ରାହୁଙ୍କର ମିଳନ ହେବାକୁ ଯାଉଛି । ବୁଧ ଏବଂ ରାହୁଙ୍କ ମଧ୍ୟରେ ଏହି ସଂଯୋଗ ପ୍ରାୟଃ ୧୮ ବର୍ଷ ପରେ ହେବାକୁ ଯାଉଛି । ମୀନର ଶାସକ ଗ୍ରହ ହେଉଛନ୍ତି ବୃହସ୍ପତି । ତେବେ ବୁଧ ଏବଂ ବୃହସ୍ପତି ମଧ୍ୟରେ ଶତ୍ରୁତା ସମ୍ପର୍କ ରହିଛି ବୋଲି ବିବେଚନା କରାଯାଏ । ତେବେ ଏହି ସଂଯୋଗ କିଛି ରାଶିକୁ ଅତ୍ୟନ୍ତ ଲାଭ ଦେବାକୁ ଯାଉଛି । ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କୁ ଏହି ସଂଯୋଗ ଲାଭ ପ୍ରଦାନ କରିବ ।

ଧନୁ ରାଶି
ରାହୁ ଏବଂ ବୁଧଙ୍କ ଏହି ମିଳନ ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରେ । ଆପଣଙ୍କର ଖୁସି ଏବଂ ସମ୍ବଳ ବୃଦ୍ଧି ପାଇବ । ଚାକିରି କ୍ଷେତ୍ରରେ ଅଗ୍ରଗତି ହେବ । ପଦୋନ୍ନତି ପାଇବାର ସମ୍ଭାବନା ମଧ୍ୟ ଅଛି । ଆପଣଙ୍କ ଦରମା ବୃଦ୍ଧି ହେବାର ସମ୍ଭାବନା ରହିଛି । ପୈତୃକ ସମ୍ପତ୍ତିରୁ ଲାଭ ମିଳିବ । ପାରିବାରିକ ସମ୍ପର୍କ ମଧ୍ୟ ଉନ୍ନତ ହେବ ।

କୁମ୍ଭ ରାଶି
ଗ୍ରହ ଚଳନ ପ୍ରଭାବରୁ ଆପଣ ହଠାତ୍ କୌଣସି ସ୍ଥାନରୁ ଅର୍ଥ ଲାଭ କରି ପାରନ୍ତି । ଆର୍ଥିକ ସ୍ଥିତି ମଜବୁତ ହେବ । ବ୍ୟବସାୟୀମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଲାଭଦାୟକ । ବୃତ୍ତିଗତ କ୍ଷେତ୍ରରେ ଅଧିକ ଟଙ୍କା ରୋଜଗାର କରିବେ । ନୂତନ ଯାନ କିମ୍ବା ସମ୍ପତ୍ତି କିଣିପାରନ୍ତି ।

କର୍କଟ ରାଶି
ଏହି ମିଳନ କାରଣରୁ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଆପଣଙ୍କୁ ପାରିବାରିକ ସୁଖ ଉପଭୋଗ କରିବାର ସୁଯୋଗ ମିଳିବ । କିଛି ଧାର୍ମିକ କିମ୍ବା ଶୁଭ କାର୍ଯ୍ୟକ୍ରମରେ ଭାଗ ନେଇପାରନ୍ତି । ବିଦେଶ ଯାତ୍ରା କରିବାର ସୁଯୋଗ ମିଳିବ ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। 

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy