ମାଙ୍ଗଳିକ ଦୋଷ ଦୂରେଇବା ପାଇଁ ଉପାୟ

0 282

ଜ୍ୟୋତିଷ ଶାସ୍ତ୍ରରେ ମାଙ୍ଗଳିକ ଦୋଷ ମଙ୍ଗଳ ଗ୍ରହ ସହିତ ଜଡିତ ବୋଲି କୁହାଯାଏ । ଜ୍ୟୋତିଷ ବିଶେଷଜ୍ଞଙ୍କ ଅନୁଯାୟୀ, କୁଣ୍ଡଳିରେ ମଙ୍ଗଳ ଗ୍ରହର ଅସନ୍ତୁଳନ ଯୋଗୁଁ ମାଙ୍ଗଳିକ ଦୋଷ ଉତ୍ପନ୍ନ ହୁଏ । ଅବଶ୍ୟ, ଏହା ବ୍ୟକ୍ତିଙ୍କ ରାଶିଫଳରେ ମଙ୍ଗଳ ଗ୍ରହର ସ୍ଥିତି ଉପରେ ମଧ୍ୟ ନିର୍ଭର କରେ । ତଥାପି, ଆମେ ଆପଣଙ୍କୁ ମାଙ୍ଗଳିକ ଦୋଷ ଦୂରେଇବା ପାଇଁ ୫ଟି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଉପାୟ ବିଷୟରେ କହୁଛୁ ।

ମାଙ୍ଗଳିକ ଦୋଷ ଦୂରେଇବା ପାଇଁ ୫ଟି ଉପାୟ

ମଙ୍ଗଳବାର ଦିନ ରଖନ୍ତୁ ବ୍ରତ– ମାଙ୍ଗଳିକ ଦୋଷ ଦୂରେଇବା ପାଇଁ ମଙ୍ଗଳବାର ଦିନ ଉପବାସ ରଖିବା ଭଲ ବୋଲି ବିବେଚନା କରାଯାଏ । ବାସ୍ତବରେ ଏହି ଦିନ ମଙ୍ଗଳ ଗ୍ରହ ସହିତ ଜଡିତ । ତେଣୁ ମଙ୍ଗଳବାର ଦିନ ଉପବାସ ରଖିବା ଦ୍ୱାରା ମାଙ୍ଗଳିକ ଦୋଷ ଶାନ୍ତ ହୋଇଥାଏ ।

ହନୁମାନଙ୍କ ଉପାସନା– ମାଙ୍ଗଳିକ ଦୋଷ ଦୂରେଇବା ପାଇଁ ହନୁମାନ ଭଗବାନଙ୍କ ଉପାସନା ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ମଙ୍ଗଳବାର ଓ ଶନିବାର ଦିନ ହନୁମାନ ଭଗବାନଙ୍କୁ ପୂଜା କରି ମାଙ୍ଗଳିକ ଦୋଷ ଦୂର କରାଯାଇପାରିବ । ହନୁମାନ ଚଲିସା, ବଜରଙ୍ଗବାଣର ପାଠ କରି ମଧ୍ୟ ଏହି ଦୋଷକୁ ଶାନ୍ତ କରିପାରିବେ । ଏହା ବ୍ୟତୀତ ହନୁମାନଙ୍କୁ ନାଲି ସିନ୍ଧୂର ଓ ନାଲି ଫୁଲ ପ୍ରଦାନ କରିବା ଦ୍ୱାରା ମଧ୍ୟ ମାଙ୍ଗଳିକ ଦୋଷଠାରୁ ଆରାମ ମିଳିଥାଏ ।

କରାଲ୍ ଷ୍ଟୋନ– ମାଙ୍ଗଳିକ ଦୋଷରୁ ଆରାମ ପାଇବା ପାଇଁ କରାଲ୍ ମଧ୍ୟ ପିନ୍ଧାଯାଏ । ଏହି କାରଣରୁ ମଙ୍ଗଳ ସନ୍ତୁଳିତ ରହିଥାଏ । ଏହା ବ୍ୟତୀତ ମଙ୍ଗଳ ଗ୍ରହର ମନ୍ତ୍ର “ଓମ୍ କ୍ରାଂ କ୍ରିଂ କୌଂ ସଃ: ଭୌମାୟ ନମଃ”କୁ ପ୍ରତିଦିନ ଅତି କମରେ ୧୦୮ ଥର ଜପ କରିବା ଉଚିତ୍ ।

ମଙ୍ଗଳ ଦୋଷ ପୂଜା– ବିଶ୍ୱାସ କରାଯାଏ ଯେ ଉଜୈନର ମହାବୀର ନାଥ ମନ୍ଦିରରେ ମଙ୍ଗଳ ଦୋଷକୁ ଶାନ୍ତ କରିବା ପାଇଁ ପୂଜା କରାଯାଏ ।

କୁମ୍ଭ ବିବାହ– କୁଣ୍ଡଳିରେ ମାଙ୍ଗଳିକ ଦୋଷକୁ ଦୂର କରିବା ପାଇଁ, ବିବାହ ପୂର୍ବରୁ କୁମ୍ଭ ବିବାହ ଆୟୋଜନ କରିବା ଭଲ ବୋଲି ବିବେଚନା କରାଯାଏ । ଏହା କରିବା ଦ୍ୱାରା ବୌବାହିକ ଜୀବନ ସୁଖୀ ରହିଥାଏ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ସୂଚନା ପାଇଁ ଦିଆଯାଉଛି 

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy