ବର୍ଷା-ଅନୁଭବ ବିବାଦ: ବିଚ୍ଛେଦ ପାଇଁ ହାଇକୋର୍ଟଙ୍କ ଅନୁମତି

0 359

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ କେସରେ ଆସିଛି ନୂଆ ମୋଡ । ଆଜି ହାଇକୋର୍ଟ ଅନୁଭବଙ୍କ ବିବାହ ବିଚ୍ଛେଦ ନିମନ୍ତେ ଅନୁମତି ଦେଇଛନ୍ତି । ଅନୁଭବ କରିଥିବା ଆବେଦନ ଆଧାରରେ ମାନ୍ୟବର ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ ପରିବାର ଅଦାଲତ ଅଗ୍ରାହ୍ୟ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ ଖାରଜ କରିଛନ୍ତି ।

ଅନୁଭବ ମଗାନ୍ତି ହାଇକୋର୍ଟରେ ନିଜର ପକ୍ଷ ରଖିବା ସହିତ ମାମଲା ବିଷୟରେ ଉଲ୍ଲେଖ କରିଥିଲେ । ବିବାହ ଓ ନିଜ ବୈବାହିକ ଜୀବନରେ ଘଟିଥିବା ଘଟଣାକୁ ହାଇକୋର୍ଟଙ୍କୁ ଜଣାଇଥିଲେ ଅନୁଭବ । ବର୍ଷା ପତ୍ନୀର କର୍ତ୍ତବ୍ୟ କରିନାହାନ୍ତି ଓ ପରିବାରକୁ ଆଗେଇ ନେବାପାଇଁ ତାଙ୍କର କୌଣସି ଭୂମିକା ନାହିଁ ବୋଲି ଅନୁଭବ କୋର୍ଟରେ ଅଭିଯୋଗ କରିଥିଲେ । ତେବେ ପ୍ରଶ୍ନ ଉଠୁଛି କେଉଁ ଆଧାରରେ ହାଇକୋର୍ଟ ଅନୁଭବଙ୍କୁ ବିଚ୍ଛେଦ ପାଇଁ ଅନୁମତି ଦେଲେ ତାହା ଲିଖିତ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ ।

୨୦୨୩ ସେପ୍ଟେମ୍ୱରରେ ପରିବାର ଅଦାଲତ ବର୍ଷା-ଅନୁଭବଙ୍କ ଆବେଦନକୁ ଖାରଜ କରିଥିଲେ । ଯେଉଁଥିରେ ଅନୁଭବଙ୍କର ବିବାହ ବିଚ୍ଛେଦ ମାମଲା ରହିଥିଲା ଏବଂ ବର୍ଷାଙ୍କର ବର୍ଷାଙ୍କର ସ୍ୱାମୀ-ସ୍ତ୍ରୀ ଆଉଥରେ ଏକାଠି ରହିବା ମାମଲା ।  ପରିବାର ଅଦାଲତରେ ମିଳିଥିବା ଏହି ରାୟକୁ ନେଇ ସମସ୍ତ ଗଣମାଧ୍ୟମ ଏବଂ ଷ୍ଟର ଦମ୍ପତ୍ତିଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଅନ୍ୟପଟେ ପରିବାର ଅଦାଲତ ରାୟ ପରେ ଅନୁଭବ ମହାନ୍ତି ହାଇକୋର୍ଟରେ ପହଞ୍ଚିଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy