ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତା ବିରୁଦ୍ଧରେ ପଂଚାୟତସ୍ତରରୁ ଆନ୍ଦୋଳନ ହେବ : ମନମୋହନ

0 204

ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ଆଜି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ କୋର କମିଟି ବୈଠକ ଅନୁଷ୍ଠିତ ହୋଇଛି । ଆଗାମୀ ୨୦୨୪ନିର୍ବାଚନ ରଣନୀତି ସଂପର୍କରେ ଏହି ବୈଠକରେ ଆଲୋଚନା ହୋଇଥିଲା । ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ରୋଡ ମ୍ୟାପ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ବର୍ଷର କାର୍ଯ୍ୟକାଳର ଉପଲବ୍ôଧ ଲୋକଙ୍କ ପାଖରେ କେମିତି ସଫଳ ଭାବେ ପଂହଚିବ, ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମକୁ କେମିତି ସଫଳ କରାଯିବ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା । ମୋଦି ସରକାରଙ୍କ ଗତ ୯ ବର୍ଷ ଶାସନ କାଳରେ ଓଡିଶାକୁ ୧୮ ଲକ୍ଷ ୮୩ ହଜାର କୋଟି ଟଙ୍କାର ଆର୍ଥୀକ ଅନୁଦାନ ଓ ସହାୟତା ଆସିଛି ।

କିନ୍ତୁ, ରାଜ୍ୟରେ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର କାରଣରୁ ବାଟମାରଣା ହୋଇଥିବା ଏହି ବ୍ୟାପକ ଅର୍ଥ ବିକାଶ କାର୍ଯ୍ୟରେ ବ୍ୟବହାର ହୋଇପାରିନାହିଁ । ପଂଚାୟତ ସ୍ତରରେ ବିଭିନ୍ନ ପ୍ରସଙ୍ଗ ନେଇ କେଉଁ ଭଳି ପନ୍ଥା ଆପଣାଯିବ ସେହି ପ୍ରସଙ୍ଗରେ ଆଲୋଚନା କରାଯାଇଛି । ବିଧାନସଭା ଭିତରେ ଏବଂ ବାହାରେ ବ୍ୟାପକ ଆନ୍ଦୋଳନ କରାଯିବ । ରାଜ୍ୟରେ ବୃଦ୍ଧି ପାଇଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ । ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତା ବିରୁଦ୍ଧରେ ପଂଚାୟତସ୍ତରରୁ ରାଜ୍ୟ ପର୍ଯ୍ୟନ୍ତ ବ୍ୟାପକ ଆନ୍ଦୋଳନ ହେବ । ଏହା ସହ ଆଗାମୀ ଦିନରେ କିଭଳି ସାଙ୍ଗଠନିକ ସ୍ଥିତିକୁ ସମସ୍ତ ସ୍ଥାନରେ ସୁଦୃଢ କରାଯିବ ସେନେଇ ଆଲୋଚନା କରାଯାଇଛି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।

ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ବିଜେପି କୋର କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ସହପ୍ରଭାରୀ ବିଜୟ ପାଲ ସିଂ ତୋମାର, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶେଶ୍ୱର ଟୁଡୁ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ଜୁଏଲ ଓରାମ, ସାଂସଦ ପ୍ରତାପ ଷଡଙ୍ଗୀ, ବସନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ଡ. ସମ୍ବିତ ପାତ୍ର, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, କେ.ଭି.ସିଂହଦେଓ, ପୂର୍ବତନ ଉପସଭାନେତ୍ରୀ ସୁରମା ପାଢ଼ୀ, ରାଜ୍ୟ ସାଧାରଣ ସଂପାଦକ(ସଂଗଠନ) ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ବୈଠକ ସଂପର୍କରେ ସୁଚନା ଦେଇ ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଆରମ୍ଭ ହୋଇଥିବା “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମକୁ ଭାରତୀୟ ଜନତା ପାର୍ଟି ସମ୍ପୂର୍ଣ୍ଣ ସହଯୋଗ କରିବା ସହିତ ସ୍ୱାଧିନତା ସଂଗ୍ରାମରେ ନିଜର ଜୀବନ ଓ ଯୌବନ ବଳିଦାନ ଦେଇଥିବା ପ୍ରତ୍ୟେକ ସହିଦଙ୍କ ଗାଁକୁ ଯାଇ ମାଟି ଆଣିବା ସହ ୭୫ଟି ଗଛ ଲଗାଯିବ । ‘ଚନ୍ଦ୍ରୟାନ-୩’ ଓ ‘ସୂର୍ଯ୍ୟାୟାନ ଆଦିତ୍ୟ ଏଲ-୧’ର ସଫଳତା ପାଇଁ ଇସ୍ରୋର ବୈଜ୍ଞାନିକମାନଙ୍କୁ; ଜି-୨୦ ରାଷ୍ଟ୍ରସମୁହ ସମ୍ମିଳନୀର ଅଧ୍ୟକ୍ଷତା ଏବଂ ୭୫ ଲକ୍ଷ ନୂତନ ହିତାଧିକାରୀଙ୍କୁ ଉଜ୍ଜ୍ୱଳା ଯୋଜନାରେ ସାମିଲ କରାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ବୈଠକରେ ଧନ୍ୟବାଦ ଦିଆଯାଇଥିଲା ।

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ୧୭ତାରିଖ ବିଶ୍ୱକର୍ମା କାର୍ଯ୍ୟକ୍ରମ ଆରମ୍ଭ ହେବ । ସାରା ରାଜ୍ୟରେ ୧୮ତାରିଖ ରକ୍ତଦାନ ଶିବିର ହେବ ବୋଲି ଶ୍ରୀ ସାମଲ କହିଛନ୍ତି । ଦିନଦୟାଲ ଉପଧ୍ୟାୟଙ୍କ ଜନ୍ମଦିନ ଅବସରରେ ୨୫ତାରିଖରୁ ଅକ୍ଟୋବର ୨ତାରିଖ ପର୍ଯ୍ୟନ୍ତ ତଳସ୍ତରର ସଂଗଠନକୁ ଶକ୍ତିଶାଳୀ କରିବା ପାଇଁ କାର୍ଯ୍ୟକ୍ରମ ହେବ । ଅକ୍ଟୋବର ୨ ଗାନ୍ଧିଜୟନ୍ତୀରେ ପ୍ରତି ପଂଚାୟତ ଓ ମଣ୍ଡଳରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ସାମଲ କହିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy