‘ଗାଡି ଚଳାଇବା ବେଳେ ସେଲଫି ଉଠାନ୍ତୁ ନାହିଁ’

0 551

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦୁର୍ଘଟଣାକୁ ଏଡାଇବା ସହ ଲୋକଙ୍କ ସୁରକ୍ଷା ଲାଗି ଓଡ଼ିଶା ପୋଲିସ ଏକ ସଚେତନତାର ବାର୍ତ୍ତା ଦେଇଛି । ଗାଡି ଚଳାଇବା ବେଳେ ସେଲଫି ଉଠାଇ ନିଜ ଜୀବନକୁ ବିପଦରେ ନପକାଇବାକୁ ପୋଲିସ ଟ୍ୱିଟ (ଏକ୍ସ) ମାଧ୍ୟମରେ ଲୋକଙ୍କୁ ସଚେତନ କରିଛି ।

ଓଡ଼ିଶା ପୋଲିସ ନିଜ ଅଫିସିଆଲ ଟ୍ୱିଟଟର ହ୍ୟାଣ୍ଡେଲରେ ଲେଖିଛି ଯେ, ଗାଡି ଚଳାଇବା ସମୟରେ ସେଲଫି ଦାୟିତ୍ୱହୀନ ଏବଂ ବିପଜ୍ଜନକ ଅଟେ । ତୁମ ଜୀବନ ଏବଂ ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରନାହିଁ । ଜଣେ ଦାୟିତ୍ୱବାନ ନାଗରିକ ହୁଅ ଏବଂ ରାସ୍ତା ଉପରେ ନଜର ରଖ । ପୋଲିସର ଏଭଳି ସଚେତନ ବାର୍ତ୍ତାକୁ ବୁଦ୍ଧିଜୀବୀ ମହଲରେ ବେଶ ସ୍ୱାଗତ କରାଯାଉଛି ।

ଉଲ୍ଲେଖଥାଉ କି, ଆଜିର ଡିଜିଟାଲ ଯୁଗରେ ଯୁବପୀଢିମାନେ କିଛି ନୂଆ କରି ସୋସିଆଲ ମିଡିଆରେ ଫଟୋ ଓ ଭିଡ଼ିଓ ଭାଇରାଲ କରିବାକୁ ପସନ୍ଦ କରୁଛନ୍ତି । ଏଥିପାଇଁ ଚଳନ୍ତା ଗାଡିରେ ସେଲଫି ଓ ରିଲସ୍ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଲାଇକ ଓ କମେଣ୍ଟ ଗୋଟାଇବାକୁ ଲକ୍ଷ୍ୟ ରଖିଛନ୍ତି । ତେବେ ଏଭଳି ଅସୁରକ୍ଷିତ ସେଲଫି ବେଳେବେଳେ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟିଥାଏ । ରାସ୍ତାରେ ଦୁର୍ଘଟଣା ଘଟି ନିଜେ ବିପଦରେ ପଡିବା ସହ ଅନ୍ୟମାନଙ୍କ ଜୀବନ ପ୍ରତି ବିପଦର କାରଣ ପାଲଟିଥାନ୍ତି । ଏହାକୁ ରୋକିବା ଲାଗି ପୋଲିସ ଲୋକଙ୍କୁ ସଚେତନ କରୁଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy