ଏକ୍ସ ଡିଜିଙ୍କ ପରେ ଏବେ ଅବସରପ୍ରାପ୍ତ ବିଚାରପତିଙ୍କ ଘରୁ ଲୁଟ୍‌

0 1,533

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦିନକୁ ଦିନ ରାଜଧାନୀ ଓ ଉପକଣ୍ଠରେ ଲୁଟେରାମାନେ ଆତଙ୍କରାଜ ବଢିବାରେ ଲାଗିଛି । କେବଳ ରାଜରାସ୍ତା ନୁହେଁ, ବରଂ ଅନାୟସରେ ଘରେ ପଶି ଲୁଟ୍‌ପାଟ୍‌ କରି ଚମ୍ପଟ ମାରୁଛନ୍ତି । ହେଲେ କମିଶନରେଟ୍‌ ପୋଲିସ ତାଙ୍କ ଆଗରେ ଅସହାୟ ହୋଇପଡିଛି । ଓଡ଼ିଶା ପୋଲିସର ଆଇନା ଭାବେ ପରିଚିତ କମିଶନରେଟ ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଲୁଟେରାମାନେ ଗୋଟିକ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି । କିଛିଦିନ ତଳେ ଏକ୍ସଡିଜିଙ୍କ ଘରୁ ଲୁଟପାଟ କରିଥିବା ବେଳେ ଗୁରୁବାର ବିଳମ୍ୱିତ ରାତିରେ ଅବସରପ୍ରାପ୍ତ ବିଚାରପତିଙ୍କ ଘରେ କଳାକନା ବୁଲାଇଦେଇଛନ୍ତି । କମିଶନରେଟ୍‌ ପୋଲିସ ଚାବି ପେନ୍ଥାକୁ ଧରି ଚିରାଚରିତ ଢଙ୍ଗରେ ତଦନ୍ତ ଚଳାଇଛି ।

ସୂଚନା ଅନୁସାରେ, ଏୟାରଫିଲ୍ଡ ଥାନା ପୋଖରୀପୁଟ ଲିଙ୍ଗରାଜ ବିହାରରେ ଅବସରପ୍ରାପ୍ତ ବିଚାରପତି ପରିବାର ସହ ରହୁଛନ୍ତି । ଅବସରପ୍ରାପ୍ତ ବିଚାରପତି ଓ ତାଙ୍କ ପରିବାର ଘରର ଉପର ମହଲାରେ ରହୁଥିବା ବେଳେ ତଳ ମହଲାକୁ ଭଡାରେ ଦେଇଥିଲେ । ସେହି ଘରେ ଭୁବନେଶ୍ୱର ଏୟାରପୋର୍ଟର ଜଣେ କର୍ମଚାରୀ ରହୁଥିଲେ । ଗତ କିଛିଦିନ ହେବ ବିଚାରପତିଙ୍କ ପରିବାର ଦେଶ ବାହାରକୁ ଯାଇଥିବା ବେଳେ ଭଡାରେ ରହୁଥିବା ବ୍ୟକ୍ତି ଜଣକ କୌଣସି କାମରେ ଯାଇଥିଲା ।

ଗୁରୁବାର ପୂରା ଘର ଏକ ରକମର ଖାଲି ପଡିଥିଲା । ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତଳ ମହଲାରେ କଳାକନା ବୁଲାଇ ଦେଇଥିଲେ । ଝରକା ଭାଙ୍ଗି ଦୁର୍ବୃତ୍ତମାନେ ଘରେ ପଶିଥିଲେ । ଆଉ ଭଡାଟିଆଙ୍କ ଘରୁ ୧୨ ହଜାର ଟଙ୍କା, ସୁନା ଓ ରୁପାର ଛୋଟ ମୂର୍ତ୍ତି ଚୋରି କରିନେଇଛନ୍ତି । ଏହାଛନା ଆଲମାରୀ ଭାଙ୍ଗି ସୁନା ଅଲଙ୍କାର ନେଇଛନ୍ତି ।

ଗୁରୁବାର ବିଳମ୍ୱିତ ରାତିରେ ଅଫିସ୍‌ରୁ ଘରକୁ ଆସିଲା ପରେ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ଏୟାଫିଲ୍ଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଚୋରି ହୋଇଥିବା ଘରୁ ପୋଲିସ ଗୋଟିଏ ଅଜଣା ଚାବି ନେନ୍ଥା ପାଇଛି । ସେହି ଚାବି ପେନ୍ଥାକୁ ଧରି ପୋଲିସ ଖୋଳତାଡ ଚଳାଇଛି ।

ସୂଚନାରୁ ପ୍ରକାଶ, ଗତ କିଛି ମାସ ହେଲା ରାଜଧାନୀରେ ଚୋରି ଓ ଛିନ୍‌ତାଇ ବଢିଯାଇଛି । କମିଶନରେଟ୍‌ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଘରେ ପଶି ଲୁଟ୍‌ପାଟ୍‌ କରୁଛନ୍ତି । ହେଲେ ପୋଲିସ ସେମାନଙ୍କ ପାଖରେ ପହଞ୍ଚିି ପାରୁନାହିଁ । ଯେଉଁଥିପାଇଁ ଅପରାଧୀମାନେ ଗୋଟିଏ ପରେ ଗୋଟିଏ ଲୁଟ୍‌ କରି ନିଜର ଅପରାଧିକ ସାମ୍ରାଜ୍ୟ ବଢାଇ ଚାଲିଛନ୍ତି । ଏହାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଅସନ୍ତୋଷ ପଅକାଶ ପାଉଛି । ପୋଲିସ ଉପର ଲୋକଙ୍କ ଭରସା ତୁଟିବାରେ ଲାଗୁଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy