ଜଳୁଛି ଓଡ଼ିଶା ! ; ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

0 185

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ।  ଗତକାଲି ୩୦ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ଼ ହୋଇଥିବା ବେଳେ ୪୩.୨ ଡିଗ୍ରୀ ସହ ତାଳଚେର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏହା ତଳକୁ ନୂଆପଡା ୪୩,ପାରଳାଖେମୁଣ୍ତି ଓ ବୌଦ୍ଧ ୪୨.୮, ନୟାଗଡ଼ ଓ ଅନୁଗୋଳ ୪୨.୭, ବାରିପଦା ୪୨.୬, ଟିଟିଲାଗଡ଼ ୪୨.୫, ମାଲକାନଗିରି ଓ ଭବାନୀପାଟଣାରେ ପାରଦ ୪୨ ଡିଗ୍ରୀ ରେକର୍ଡ଼  ହୋଇଛି।  ଏହାଛଡା ୨୦ ସହର ପାରଦ ୪୦ରୁ ୪୧ ଡିଗ୍ରୀ ମଧ୍ୟରେ ରେକର୍ଡ ହୋଇଛି। 

ଏହାସହ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗତ ୨୪ ଘଣ୍ଟାରେ କିଛି ସ୍ଥାନରେ ବର୍ଷା ମଧ୍ୟ ରେକର୍ଡ଼ ହୋଇଛି। ୨୦,୨୧ ଓ ୨୨ ତାରିଖରେ ରାଜ୍ୟରେ କାଳବୈଶାଖି ବର୍ଷା ଝଡ଼ ସହ ତୋଫାନ ହେବା ନେଇ ସମ୍ଭାବନା ରହିଛି। ଏବେ ତାତି ଆହୁରୀ ୨ ଦିନ ରାଜ୍ୟରେ ଅନୁଭୂତ ହେବ। ଅଧିକାଂଶ ସ୍ଥାନରେ ପାରଦ ୪୨ରୁ ୪୫ ଡିଗ୍ରୀ ମଧ୍ୟରେ ରେକର୍ଡ଼ ହେବାର ସମ୍ଭାବନା ରହିଛି। ୨୧ ତାରିଖ ଯାଏଁ ରାଜ୍ୟରେ ହିଟ୍ ଓ୍ବେଭ୍ ନେଇ ସତର୍କତା ଜାରି ହୋଇଛି। ବିଶେଷକରି ନୂଆପଡା, ନୟାଗଡ ,ଗଜପତି, ମୟୂରଭଂଜ , ଅନୁଗୁଳ, ବୌଦ୍ଧ,ବଲାଙ୍ଗୀର ଭଳି ଜିଲ୍ଲାରେ ତାତି ନେଇ ସତର୍କତା ଜାରି ହୋଇଛି।  

୧୮ ଓ ୧୯ ତାରିଖରେ ବିଶେଷ ଭାବେ ତାତି ବୃଦ୍ଧି ପାଇବ।  ୨୦ରୁ ୨୩ ମଧ୍ୟରେ ରାଜ୍ୟରେ କାଳବୌଶାଖି ବର୍ଷା ଥିବାରୁ ସାମୟିକ ଭାବେ ତାତି କମିବ। ଆଜି ମୟୂରଭଂଜ, ନୟାଗଡ, ଗଜପତି ଓ ନୂଆପଡା ଜିଲ୍ଲାରେ କେତେକ ସ୍ଥାନରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ନେଇ ଅରେଂଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।  ସେହିପରି ଆସନ୍ତାକାଲି ପାଇଁ ମୟୂରଭଂଜ, ଗଜପତି, ନୂଆପଡା ଜିଲ୍ଲାକୁ ଅରେଂଜ । ଏବଂ ସୁନ୍ଦରଗଡ, ଝାରସୁଗୁଡା,କେନ୍ଦୁଝର, ଢେଙ୍କାନାଳ , ଅନୁଗୋଳ, ସୋନପୁର, ବୌଦ୍ଧ, ବଲାଙ୍ଗୀର କଳାହାଣ୍ତି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy