ଚାନ୍ଦା ଜୁଲମକାରୀ ସାବଧାନ!, ବନ୍ଧା ହେଲେ ୪

0 1,493

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଶାରଦୀୟ ଦୁର୍ଗାପୂଜାକୁ ଆଉମାତ୍ର ଦିନ କେଇଟା ବାକି ଅଛି । ଏନେଇ ଗାଁ ଠାରୁ ସହର ଉତ୍ସବ ମୁଖର ହୋଇଉଠିଛି । ଏହି ପରିପ୍ରେକ୍ଷୀରେ କେତେକ ଅସାଧୁ ତଥା ପୂଜା ମଣ୍ଡପର କର୍ମକର୍ତ୍ତା ଚାନ୍ଦା ଜୁଲମ ଆରମ୍ଭ କରିଦେଇଛନ୍ତି । ଏହି ଜୁଲମକାରୀଙ୍କ ବିରୋଧରେ ପୋଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଏଭଳି ଅଭିଯୋଗ ଆସିବା ପରେ ଏୟାରପିଲ୍ଡ ଥାନା ପୁଲିସ ୪ଜଣଙ୍କୁ ଗିରଫ କରିଥିବା ବେଳେ ଆଗକୁ ଚାନ୍ଦା ଜୁଲମକାରୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବାକୁ ପୋଲିସ ଲୋକଙ୍କୁ ଆହ୍ୱାନ କରିଛି ।

ଗତ ୩/୪ଦିନ ହେଲା ଏୟାରଫିଲ୍ଡ ଥାନା ଅଞ୍ଚଳରେ କିଛି ଯୁବକ ଚାନ୍ଦା ଜୁଲମ କରୁଥିବା ଅଭିଯୋଗ ହୋଇଥିଲା । ପୋଲିସ ଘଟଣା ଉପରେ ନଜର ରଖିଥିବା ବେଳେ ଆଜି କଣ୍ଟିଲୋ ଗ୍ରାମରେ ଏଭଳି ଜୁଲମ ହେଉଥିବା ଖବର ମିଳିଥିଲା । ଏକ ସ୍ୱତନ୍ତ୍ର ପୋଲିସ ସେଠାରେ ଚଢଉ କରି ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହିତ ଜୋରଜବରଦସ୍ତ ଦଶହରା ଚାନ୍ଦା ଆଦାୟ କରୁଥିବା ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ତଦନ୍ତ ବେଳେ ଜଣାପଡିଛି ଯେ, ଚାନ୍ଦା ଦେବାକୁ ମନା କରୁଥିବା ଲୋକଙ୍କୁ ସେମାନେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କାରିବା ସହିତ ମାଡ ମାରୁଥିଲେ, ଯାହାଫଳରେ କୌଣସି ବ୍ୟକ୍ତି ତାଙ୍କ ବିରୋଧରେ ଅଭିଯୋଗ କରିବାକୁ ସାହସ କରିପାରୁନଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ମାନେ ନିଜ ଦୋଷ ସ୍ୱୀକାର କରିଥିଲେ । ପୋଲିସ ଏମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

ତେବେ ସହରରେ କେତେକ ଅଞ୍ଚଳରେ ପୂଜା ମଣ୍ଡପ କର୍ମକର୍ତ୍ତା ଚାନ୍ଦା ଜୁଲମ କରୁଥିବା ଅଭିଯୋଗ ହେଉଛି । ବିଶେଷ କରି ବ୍ୟବସାୟୀ, ଉଠାଦୋକାନୀ ଓ ଭଡାଟିଆଙ୍କ ଉପରେ ଜୁଲମ କରି ଟଙ୍କା ଅସୁଲ କରୁଛନ୍ତି । ଏନେଇ ଜୁଲମର ଶୀକାର ହେଉଥିବା ଲୋକେ ପୋଲିସରେ ଅଭିଯୋଗ କରିବାକୁ କୁହାଯାଇଛି । ଅଭିଯୋଗ ଆସିବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy