ବନ୍ଧୁକ ମୁନରେ ସୁନାଗହଣା ଲୁଟ୍‌, ଦୁଇ ଗିରଫ

0 1,430

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବନ୍ଧୁକ ମୁନରେ ଦୋକାନରେ ପଶି ସୁନା ଗହଣା ଲୁଟ୍ କରିବା ଅଭିଯୋଗରେ ଶ୍ରୀ ଲିଙ୍ଗରାଜ ଥାନା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଗଞ୍ଜାମ ଭଞ୍ଜନଗରର ପୁନିଆ ନାୟକ ଓ ନିଳାଦ୍ରୀ ନାୟକ ଓରଫ ପିଣ୍ଟୁ । ପୁଲିସ ଏମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଶତ୍ରୁଘ୍ନ ସୁବୁଦ୍ଧି ଓଲ୍ଡ ଟାଉନ ଅନ୍ତର୍ଗତ ଗୋବିନ୍ଦସ୍ୱର ରାସ୍ତାରେ ଥିବା ପ୍ଳଟ ନମ୍ବର-୮୨୯ ରେ ରହୁଥିବା ବେଳେ ତାଙ୍କର ବିବେକାନନ୍ଦ ମାର୍ଗରେ ଏକ ଗ୍ରସରୀ ଦୋକାନ ଅଛି । ଗତ ତା.୦୯.୧୦.୨୦୨୩ ରିଖ ରାତିରେ ଅଭିଯୋଗକାରି ଏବଂ ତାଙ୍କ ଭାଇ ଉକ୍ତ ଦୋକାନରେ ଉପସ୍ଥିତ ଥିବା ବେଳେ ଦୁଇ ଅଭିଯୁକ୍ତ ମୁହଁରେ କପଡା ଢାଙ୍କି ଦୋକାନ ଭିତରେ ପଶିବା ସହିତ ବନ୍ଧୁକ ଓ ଛୁରୀ ଦେଖାଇ ଦୁଇଭାଇଙ୍କୁ ଭୟଭୀତ କରିବା ସହିତ ସେମାନଙ୍କୁ ଧକାପକାଇ ପ୍ରାୟ ୫୦ ଗ୍ରାମ ଓଜନର ଦୁଇଟି ସୁନାଚେନ ଏବଂ ଏକ ଲକେଟ ଲୁଟିନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।

ଅଭିଯୋଗକାରୀ ଏନେଇ ଲିଙ୍ଗରାଜ ଥାନାରେ ଲିଖିତ ଅଭିଯୋଗ କରିବା ପରେ, ପୁଲିସ ତଦନ୍ତ କରିବା ସହିତ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପୁନାମା ଗେଟ ନିକଟସ୍ଥ କେଳାବସ୍ତିରେ ଥିବା ଅଭିଯୁକ୍ତଙ୍କ ଘର ଉପରେ ଚଢଉ କରି ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ଘଟଣାରେ ବ୍ୟବହୃତ ଏକ ଛୁରୀ ଏବଂ ଏକ ଖେଳଣା ବନ୍ଧୁକ ଜବତ କରିଥିଲେ । ପଚାରଉଚରା ବେଳେ ଉଭୟ ଅଭିଯୁକ୍ତ ନିଜର ଅପରାଧ ସ୍ୱୀକାର କରିଥିବା ବେଳେ ଲୁଟ ସୁନା ଚେନ୍ ମଧ୍ୟରୁ ଗୋଟିଏ ସୁନାଚେନ ଓ ଏକ ଲକେଟକୁ ଭୀମଟାଙ୍ଗିରେ ଥିବା ଏକ ବ୍ୟାଙ୍କରେ ବନ୍ଧାରଖି ୭୫,୦୦୦ ଟଙ୍କାର ଲୋନ ନେଇଥିବା ବେଳେ ଅନ୍ୟ ଚେନଟି ନକଲିଥିବା ଜାଣିପାରି ତାହାକୁ ଫୋଫାଡି ଦେଇଥିବା ଦର୍ଶାଇଥିଲେ ।

ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଅଭିଯୁକ୍ତ ପୁନିଆ ନାୟକ ଜଣେ ଅଭ୍ୟାସଗତ ଅପରାଧୀ ଥିବା ତଦନ୍ତ ବେଳେ ଜଣାପଡିଛି । ତାଙ୍କ ନାମରେ ପୂର୍ବରୁ ମଧ୍ୟ ଭୁବନେଶ୍ୱରର ବିଭିନ୍ନ ଥାନାରେ ୨୨ରୁ ଅଧିକ ଅପରାଧିକ ମାମଲା ରହିଥିବା ବେଳେ, ଗତ କିଛି ଦିନ ପୂର୍ବରୁ ମଞ୍ଚ?ଶ୍ୱର ଥାନା ଅଞ୍ଚଳରେ ସ୍ପେଶାଲ ସ୍କ୍ୱାଡ ଦ୍ୱାରା ଏନକାଉଣ୍ଟରର ସମୁଖୀନ ହୋଇଥିବା ଅପରାଧୀ ରଘୁର ସେ ହେଉଛନ୍ତି ମୁଖ୍ୟ ସହଯୋଗୀ । ତାଙ୍କୁ ଏହି ମାମଲାରେ ମଞ୍ଚେଶ୍ୱର ଥାନା ତରଫରୁ ରିମାଣ୍ଡରେ ଅଣାଯିବା ଲାଗି ବ୍ୟବସ୍ଥା କରାଯାଉଅଛି । ସେହିପରି ଅନ୍ୟ ସହଯୋଗୀ ପିଣ୍ଟୁୁ ମଧ୍ୟ ଆୟରପୋର୍ଟ ଥାନାର ଗୋଟିଏ ମାମଲାରେ ଜଡିତ ଅଟେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy