ଜମି ଜାଲିଆତି ମାମଲା: ସ୍ପେଶାଲ କ୍ରାଇମ ୟୁନିଟ ଦ୍ୱାରା ୫ ଗିରଫ

0 658

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀ ଓ ଉପକଣ୍ଠରେ ହେଉଥିବା ଜମି ଜାଲିଆତି ମାମଲାରେ କମିସନରେଟ ପୋଲିସ ଆକ୍ସନ ମୋଡକୁ ଆସିଛି । ସ୍ପେଶାଲ କ୍ରାଇମ ୟୁନିଟ ଏଭଳି ଏକ ମାମଲାର ତଦନ୍ତ କରି ୫ ପେସାଦାର ଅପରାଧୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଯାଜପୁର ବ୍ୟାସନଗରର ବିଶ୍ୱଜିତ୍ ବେହୁରା, କଟକ ତୁଳସୀପୁରର ବିକାଶ ପଣ୍ଡା, ଚୌଦ୍ୱାରର ପ୍ରସନ୍ନ ମିଶ୍ର, ପୁରୀ ବାସେଳିସାହିର ସଞ୍ଜୟ ଷଡଙ୍ଗୀ ଓ ଜଗତପୁରର ଚିନ୍ମୟ ଦଳାଇ । ଏମାନଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

ପୋଲିସ ସୂଚନା ଅନୁସାରେ, ୨୦୨୨ ଡିସେମ୍ବର ୧୦ ତାରିଖରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚନ୍ଦକା ଥାନାରେ ଗୋଟିଏ ଜମି ଠକେଇ ମାମଲା ରୁଜୁ ହୋଇଥିଲା । ଗଞ୍ଜାମ ଅଞ୍ଚଳର ସଂଯୁକ୍ତା ପାଣିଗ୍ରାହୀଙ୍କ ଅଜାଣତରେ ତାଙ୍କ ଜମିକୁ ଜାଲ କାଗଜପତ୍ର ଜରିଆରେ ୨୦୧୯ରେ ବିକ୍ରି କରାଯାଇଥିବା ନେଇ ସେ ଅଭିଯୋଗ କରିଥିଲେ । ନୟାଗଡ଼ର କିଛି ବ୍ୟକ୍ତି ଜାଲ କାଗଜପତ୍ର ତିଆରି କରି ସବ ରେଜିଷ୍ଟରଙ୍କ ସହିତ ମିଶି ଏହି ଜମିକୁ ଜାଲିଆତି କରିଥିବା ସେ ଅଭିଯୋଗରେ ଦର୍ଶାଇଥିଲେ ।

ଏହି ମାମଲାର ତଦନ୍ତଭାର ୨୦୨୩ ଅଗଷ୍ଟ ୧୦ ତାରିଖରେ ଏହି ମାମଲାର ତଦନ୍ତଭାର ସ୍ପେଶାଲ କ୍ରାଇମ ୟୁନିଟକୁ ହସ୍ତାନ୍ତର କରାଯାଇଥିଲା । ପରେ ସ୍ପେଶାଲ କ୍ରାଇମ ୟୁନିଟର ଅତିରିକ୍ତ ଡିସିପି ସଞ୍ଜୀବ କୁମାର ଶତପଥୀଙ୍କ ନେତୃତ୍ୱରେ ଏକ ଟିମ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଏହି ଜମି ଠକେଇ ମାମଲାରେ ଏକ ବଡ ଧରଣର ସ୍କାମ ହୋଇଥିବା ଜଣାପଡିଥିଲା । ୧୦୦ ଡିସିମିଲ ଜମିକୁ ଅନ୍ୟ ଜଣେ ମହିଳାଙ୍କୁ ବିକ୍ରି କରି ଦଲାଲ ୬୦ ଲକ୍ଷ ଟଙ୍କା ହଡପ କରିଥିଲେ ।

ମାମଲାର ତଦନ୍ତରୁ ଜଣାପଡିଛି ଯେ, ନୟାଗଡ଼ର ଜଣେ ଚିନ୍ମୟ ଦଳାଇ ଜଣେ ବିଶ୍ୱଜିତ୍ ବେହୁରାଙ୍କ ସହ ଯୋଗାଯୋଗ କରିଥିଲେ, ତାଙ୍କର ନା ଏବଂ ମୋବାଇଲ୍ ନମ୍ବର ଏକ ଅନଲାଇନ୍ ସମ୍ପତ୍ତି ବିକ୍ରୟ ପୋର୍ଟାଲରେ ପୋଷ୍ଟ କରାଯାଇଥିଲା । ଯେତେବେଳେ ଚିନ୍ମୟ ଦଳାଇ ବିଶ୍ୱଜିତ ବେହୁରାଙ୍କ ସହ ଯୋଗାଯୋଗ କଲେ, ସେତେବେଳେ ସେ ବିକାଶ ପଣ୍ଡାଙ୍କୁ ପରିଚିତ କରାଇ ଭୁବନେଶ୍ୱର ବାହାରେ ଏକ ଭଲ ଜମି ଦେବାକୁ କହିଥିଲେ ।

ସେହି ଅନୁଯାୟୀ, ଜଗତପୁରର ସିମଞ୍ଚଳ ମହାନ୍ତି, ଚୌଦ୍ୱାରର ପ୍ରସନ୍ନ ମିଶ୍ରଙ୍କ ସହ ଅପରାଧିକ ଷଡଯନ୍ତ୍ରରେ ଅଭିଯୁକ୍ତମାନେ ସଞ୍ଜୁକ୍ତା ପାଣିଗ୍ରାହିଙ୍କ ଜମି ଉପରେ ଜାଲ୍ ବିକ୍ରୟ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ । ପରେ ଚିନ୍ମୟ ଦଳାଇଙ୍କ ସମ୍ପର୍କୀୟ ପୁଷ୍ପାଲତା ସ୍ୱାଇଁ ଏବଂ କମଲା ସ୍ୱାଇଁଙ୍କୁ ସଞ୍ଜୁକତା ପାଣିଗ୍ରାହୀ ଭାବରେ କୋର୍ଟରେ ଉପସ୍ଥାପିତ କରାଯାଇଥିଲା । ଖଣ୍ଡଗିରି ସବ୍‌-ରେଜିଷ୍ଟ୍ରାରଙ୍କ ମୁଖ୍ୟ କିରାଣୀ ସଞ୍ଜୟ ଷଡଙ୍ଗୀଙ୍କୁ ହାତବାରିସି କରି ୨୦୧୯ ଜୁନ ୨୬ ତାରିଖରେ ମିଛ ସ୍ପଷ୍ଟ ଭିଜିଟ ନାଁରେ ସଂପୃକ୍ତ ମହିଳାଙ୍କୁ ସଂଯୁକ୍ତା ପାଣିଗ୍ରାହୀ ଚିହ୍ନଟ କରାଯାଇଥିଲା । ପରେ ଜମିକୁ ବିକ୍ରି କରାଯାଇଥିଲା । ଯାହାର ପର୍ଦ୍ଦାଫାସ ହୋଇଛି । ପୋ ଏମାନଙ୍କ ଠାରୁ ମୋବାଇଲ ଫୋନ, କାଗଜପତ୍ର ଓ ସରକାରୀ ଷ୍ଟାମ୍ପ ବା ସିଲ ଜବତ କରିଛି । ଅନଲାଇନ ପୋର୍ଟାଲ ମାଧ୍ୟମରେ ଏମାନେ ବିଜ୍ଞାପନ ଦେଇ, ନକଲି ଲୋକଙ୍କୁ ମାଲିକ ଦର୍ଶାଇ ଜମି ବିକିଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy