କଟୁରୀରେ ହାଣି ମୋବାଇଲ ଲୁଟ୍‌, ଅଭିଯୁକ୍ତ ଗିରଫ

0 300

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କଟୁରୀରେ ହାଣି ମୋବାଇଲ ଲୁଟ କରିବା ଅଭିଯୋଗରେ ମୈତ୍ରୀବିହାର ଥାନା ପୁଲିସ ଦୁଇ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଜିତେନ୍ଦ୍ର ପ୍ରଧାନ ଓ ନାରାୟଣ ଡାକୁଆ । ପୁଲିସ ଏମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଅଶୋକ ଗୋଛାୟତ ଗୋଟିଏ ଘରୋଇ କମ୍ପାନୀରେ ଫୁଡ ଡେଲିଭେରୀ ବୟ ଭାବରେ କାର୍ଯ୍ୟ କରନ୍ତି । ଗତ ତା ୧୯.୦୭.୨୦୨୩ ରିଖରେ ସେ ଡେଲିଭେରୀ ଦେବା ପାଇଁ ସର୍ଭେ ଅଫ ଇଣ୍ଡିଆ ବିଲ୍ଡିଂ ନିକଟରେ ତାଙ୍କର ମୋଟରସାଇକେଲ ପାଖରେ ଠିଆ ହୋଇଥିବା ସମୟରେ ଅଭିଯୁକ୍ତମାନେ ତାଙ୍କ ନିକଟକୁ ଆସିଥିଲେ ଏବଂ ଏକ କଟୁରି ସାହାଜ୍ୟରେ ତାଙ୍କୁ ଆକ୍ରମଣ କରି ତାଙ୍କର ମୋବାଇଲ ଫୋନ ଲୁଟ କରି ଚାଲି ଯାଇଥିଲେ ।

ଅଭିଯୋଗକାରୀ ଏନେଇ ମୈତ୍ରୀବିହାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ଆଜି ବିଶେଷ ସୂତ୍ରରୁ ଖବର ପାଇ ଅଭିଯୁକ୍ତ ମାନଙ୍କୁ ଏକାମ୍ର ବିହାର ସାଲିଆସାହି ନିକଟରୁ ଗୋଟିଏ ଚୋରୀ ମୋବାଇଲ ଫୋନ ବିକ୍ରୟ ପାଇଁ ଗ୍ରାହକ ଖୋଜୁଥିବା ସମୟରେ କାବୁ କରିବାରେ ସକ୍ଷମ ହୋଇଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତମାନେ ସେମାନଙ୍କର ଅପରାଧ ସ୍ୱୀକାର କରିଥିଲେ । ପୁଲିସ ଅଭିଯୁକ୍ତ ମାନଙ୍କ ହେପାଜତରୁ ଚୋରୀ ମୋବାଇଲ ଫୋନ ଜବତ କରିବା ପରେ ସେମାନଙ୍କୁ ଅଧିକ ତଦନ୍ତ ପାଇଁ ଥାନାକୁ ଆଣିଥିଲେ । ଅଭିଯୁକ୍ତ ମାନଙ୍କର ପୂର୍ବ ଅପରାଧିକ ସମ୍ପୃକ୍ତି ଯାଞ୍ଚ ବେଳେ ନିମ୍ନୋକ୍ତ ଅଭିଯୁକ୍ତମାନେ ପୂର୍ବରୁ ନୟାପଲ୍ଲୀ ଏବଂ ଚନ୍ଦ୍ରଶେଖରପୁର ଥାନାରେ ୮ ଟି ଚୋରୀ ଓ ଲୁଟ ମାମଲାରେ ସମ୍ପୃକ୍ତ ଥିବା ଜାଣିବାକୁ ପାଇଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy