କୋର୍ଟ କ୍ୟାମ୍ପସରୁ ଚମ୍ପଟ ମାରିଲା କଏଦୀ, ପୋଲିସ ଜଳକା

0 1,166

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପୋଲିସକୁ ଚକମା ଦେଇ ଭୁବନେଶ୍ୱର କୋର୍ଟ କ୍ୟାମ୍ପସରୁ ବିଚାରାଧୀନ କଏଦୀ ଚମ୍ପଟ ମାରିଛି । ଚୋରି ମାମଲାରେ ଗିରଫ ହୋଇ କୋର୍ଟକୁ ହାଜର ପାଇଁ ଆସିଥିବା ବେଳେ ଅଭିଯୁକ୍ତ ଖସି ପଳାଇଯାଇଛି । ପରିସ୍ରା ଯିବ ବୋଲି କହି ସେ ଚମ୍ପଟ ମାରିଥିବା ଜଣାପଡିଛି । ଫେରାର ଅଭିଯୁକ୍ତ ଜଣକ ପ୍ରଶାନ୍ତ ଘଡୋଇ ସେ ଅନୁଗୁଳରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିିତ ହୋଇଥିଲା ।

ସୂଚନା ଅନୁସାରେ, ଏକ ଚୋରି ଅଭିଯୋଗରେ ଅନୁଗୁଳ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା । ପରେ ତାକୁ ଝାରପଡା ଜେଲକୁ ପଠାଇ ଦିଆଯାଇଥିଲା । ଆଜି ତାଙ୍କୁ ଭୁବନେଶ୍ୱର କୋର୍ଟରେ ହାଜର ପାଇଁ ନିଆଯାଇଥିଲା । ତାଙ୍କୁ କୋର୍ଟର ଅସ୍ଥାୟୀ କାରାଗାରାରେ ରଖାଯାଇଥିଲା । ସେହି ସମୟ ସେ ପରିସ୍ରା କରିବ ବୋଲି କହିଥିଲା । ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀମାନେ ତାଙ୍କୁ ଟଏଲେଟ ଯିବା ପାଇଁ ଅନୁମତି ଦେଇଥିଲେ । ସେହି ସମୟରେ ସେ ସେଠାରୁ ଚମ୍ପଟ ମାରିଥିଲା ।

କୋର୍ଟ କ୍ୟାମ୍ପରୁ ଚମ୍ପଟ ମାରିଥିବା କଏଦୀକୁ ଧରିବା ପାଇଁ କମିଶନରେଟ୍ ପୋଲିସ୍ ସ୍ୱତନ୍ତ୍ର ଟିମ୍ ଗଠନ କରିଛି । ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ହେଲେ ବର୍ତ୍ତମାନ ସୁଦ୍ଧା ଚମ୍ପଟ ମାରିଥିବା କଏଦୀକୁ ପୋଲିସ ଧରିବାରେ ସଫଳ ହୋଇନାହିଁ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy