ସ୍ପେଶାଲ କ୍ରାଇମ ୟୁନିଟର ସଫଳତା, ଦୁଇ ମାସରେ ୨୨ ଅପରାଧୀ ଗିରଫ

0 2,580

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କମିଶନରେଟ ପୁଲିସର ସ୍ପେଶାଲ କ୍ରାଇମ ୟୁନିଟର ମୁଖ୍ୟ ତଥା ଅତିରିକ୍ତ ଡିସିପି ସଂଜୀବ ଶତପଥୀ ଓ ଟିମକୁ ସଫଳତା ମିଳିଛି । ଦୁଇ ମାସରେ ଶ୍ରୀ ଶତପଥୀଙ୍କ ନେତୃତ୍ୱରେ ଗଠନ କରାଯାଇଥିବା ସ୍ପେଶାଲ କ୍ରାଇମ ୟୁନିଟ ୪୫ଲକ୍ଷ ଟଙ୍କାର ବ୍ରାଉନସୁଗାର, ୧୦ଲକ୍ଷ ଟଙ୍କାର ଗଞ୍ଜେଇ ଓ ନଗଦ ୫ଲକ୍ଷ ୪୭ ହଜାର ଟଙ୍କା ଜବତ କରିବାରେ ସଫଳ ହୋଇଛି । ଅଗଷ୍ଟ ଏବଂ ସେପ୍ଟେମ୍ବର ଦୁଇ ମାସରେ ଏହି ସ୍ପେଶାଲ କ୍ରାଇମ ୟୁନିଟକୁ ଏହି ସଫଳତା ମିଳିଛି ।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ଓ ସେପ୍ଟେମ୍ବର ଦୁଇ ମାସ ଧରି ସ୍ପେଶାଲ କ୍ରାଇମ ୟୁନିଟ ରାଜଧାନୀର ବିିଭିନ୍ନ ସ୍ଥାନରେ ଚଢ଼ଉକୁ ଜୋରଦାର କରିଛି । ନିଶା ମାଫିଆ ହେଉ କିମ୍ବା ଜମି ଠକ ସ୍ପେଶାଲ କ୍ରାଇମ ୟୁନିଟ ଆଖିରେ କେହି ଖସିଯାଇପାରିବେ ନାହିଁ । ଗଠନ କରାଯାଇଥିବା ସ୍ୱତନ୍ତ୍ର ଟିମ ଦୁଇ ମାସରେ ୨୨ଜଣ ଅପରାଧୀଙ୍କ ହାତରେ ହାତକଡି ପିନ୍ଧାଇଛନ୍ତି । ଖାଲି ସେତିକି ନୁହେଁ, ଅନେକ ଜମି ଦଲାଲ, କୁଖ୍ୟାତ ନିଶା ମାଫିଆଙ୍କୁ ଗିରଫ କରିଛନ୍ତି । ସେଥି ମଧ୍ୟରେ ରହିଛି ଅଗଷ୍ଟ ୧୦ ତାରିଖ ଦିନ ୭ଜଣଙ୍କୁ ସ୍ପେଶାଲ କ୍ରାଇମ ୟୁନିଟ ଟିମ ଗିରଫ କରିଥିବାବେଳେ ସେମାନଙ୍କଠାରୁ ନକଲି କାଗଜପତ୍ର ଜବତ କରାଯାଇଥିଲା ।

ସେହିଭଳି ୧୦ ତାରିଖ ଦିନ ୩ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୩୦୪ ଗ୍ରାମ ଧଳାଜହର ଜବତ କରାଯାଇଛି । ଗତ ମାସ ୧୯ ତାରିଖ ଦିନ ୩ ଜଣ ନିଶା ମାଫିଆଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କଠାରୁ ୧୦୪ ଗ୍ରାମର ଧଳାଜହର ଜବତ କରାଯାଇଛି । ସେହିଭଳି ସେପ୍ଟେମ୍ବର ୧୨ ତାରିଖ ଦିନ ୩ ଜଣ ଅପରାଧୀ ସହ ଗୋଟିଏ ଲାପଟପ, ଶହେ କେଜି ଗଞ୍ଜେଇ ଜବତ କରାଯାଇଛି । ୨୭ ତାରିଖ ଜଣେ ଅଭିଯୁକ୍ତକୁ ପୁଲିସ କାବୁ କରିବା ସହ ନକଲି ଡକ୍ୟୁମେଣ୍ଟ ଜବତ କରାଯାଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy