ହୋଟେଲ ମାଲିକଙ୍କୁ ଖଣ୍ଡାରେ ହାଣିବା ମାମଲା, ଅଭିଯୁକ୍ତ ଗିରଫ

0 998

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱରରେ ଓୟୋ ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ମାଷ୍ଟର ମାଇଣ୍ଡକୁ ଭରତପୁର ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ସୁବାଶିଷ ପ୍ରଧାନ ଓରଫ ମାଲିଙ୍ଗା । ପୁଲିସ ଏନେଇ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ଅନ୍ୟ ଅଭିଯୁକ୍ତ ମାନଙ୍କୁ ପୁଲିସ ଗିରଫ କରିବାରେ ପୁଲିସ ବିଫଳ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ସାରା ରାଜଧାନୀରେ ମା ଦୁର୍ଗାଙ୍କ ଭସାଣୀ ଚାଲିଥିବା ବେଳେ ଭରତପୁର ଥାନା ଅନ୍ତର୍ଗତ ବରମୁଣ୍ଡା ହାଉସିଂ ବୋର୍ଡ କଲୋନିରେ ଜଣେ ହୋଟେଲ ମାଲିକଙ୍କୁ ପୂର୍ବ ଶତ୍ରୁତାକୁ ନେଇ ଖଣ୍ଡାରେ ଆକ୍ରମଣ ହୋଇଥିଲା । ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣକ ହେଲେ ସାଜନ । ପୂର୍ବରୁ ସାଜନଙ୍କ ସହ ନୁଆପଲ୍ଲି ଥାନା ୟୁନିଟ୍ ୮ର କିଛି ଯୁବକଙ୍କ ସହ ପୂର୍ବ ଶତ୍ରୁତାଥିଲା । ଗତ ୨୩ ତାରିଖ ଦିନ ସେହି ୟୁନିଟ୍ ୮ ଅଞ୍ଚଳର କିଛି ଯୁବକଙ୍କ ସହ ସାଜନଙ୍କ ଗୋଷ୍ଠୀର ନୁଆପଲ୍ଲି ଦୁର୍ଗା ପୂଜା ମଣ୍ଡପ ନିକଟରେ କୌଣସି କାରଣରୁ ପୂର୍ବ ଶତ୍ରୁତାକୁ ନେଇ ପାଟିତୁଣ୍ଡ ହୋଇଥିଲା ।ଏହି ପାଟିତୁଣ୍ଡ ରୁ ବଚସା ବଢି ଦୁଇ ଗୋଷ୍ଠୀ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା ।

ଉକ୍ତ ଗଣ୍ଡଗୋଳର ସମାଧାନ ହେବା ପାଇଁ କଥା ମଧ୍ୟ ହୋଇଥିଲେ । କିନ୍ତୁ ୟୁନିଟ ୮ ଅଞ୍ଚଳର ଯୁବ ଗୋଷ୍ଠୀ ଏହି ଗୋଣ୍ଡଗୋଳକୁ ସହଜରେ ଗ୍ରହଣ କରିପାରି ନଥିଲେ । ଗତ୨୫ ତାରିଖ ରାତିରେ କିଛି ଯୁବକ ବରମୁଣ୍ଡା ହାଉସିଂ ବୋର୍ଡ କଲୋନିକୁ ଆସି ସାଜନଙ୍କୁ ଖଣ୍ଡାରେ ଅତର୍କିତ ଆକ୍ରମଣ କରିବା ସହ ନିସ୍ତୁକ ମାଡ଼ ମାରିଥିଲେ ।ଫଳରେ ସାଜନ ଘଟଣାସ୍ଥଳରେ ପ୍ରଚୁର ରକ୍ତସ୍ରାବ ହେବା ସହ ଗୁରୁତର ଆହତ ହୋଇପଡିଥିଲେ । ପରିବାର ଲୋକ ସାଜନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅଭିଯୋଗ ଆସିବା ପରେ ଘଟଣାର ତଦନ୍ତ କରି ଏକ ମାସ ପରେ ଅଭିଯୁକ୍ତ ମଲିଙ୍ଗାକୁ ଫୁଲବାଣୀ ଅଞ୍ଚଳରୁ ଗିରଫ କରିଛି । କିନ୍ତୁ ଅନ୍ୟ ଅଭିଯୁକ୍ତ ମାନେ ଏବେବି ଫେରାର ଥିବା ଜଣାପଡିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy