ଶ୍ରୀକ୍ଷେତ୍ର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି

0 81

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କାର୍ତ୍ତକ ପୂର୍ଣ୍ଣିମା ଓ ପଞ୍ଚୁକ ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ପ୍ରବଳ ଜନଗହଳି ଲାଗି ରହିଛି । ଏହି ପରିପ୍ରେକ୍ଷୀରେ ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ବ୍ୟବସ୍ଥାକୁ ନେଇ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ଆଜି ପୁରୀ ପହଁଞ୍ଚି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।

ଆଜି କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ପ୍ରବଳ ଭିଡ ପରିଲକ୍ଷିତ ନେଇ ଆଶା ରହିଥିବାରୁ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ନେଇ ପୋଲିସ ଆଇଜି ସମୀକ୍ଷା କରିଛନ୍ତି । ପୁରୀ ଏସପି ବିଶାଳ ସିଂ ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଏହି ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ । ଭିନ୍ନକ୍ଷମ, ବୟସ୍କ ଓ ହାବିଷ୍ୟାଳିଙ୍କ ଦର୍ଶନ ସୁବିଧା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

୫୦ ଜଣ ସ୍ୱେଚ୍ଛାସେବୀ ପୋଲିସ କର୍ମଚାରୀ, ଯୁବଶକ୍ତି ଓ ଏନଜିଓଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି । ଶ୍ରୀମନ୍ଦିର ସମେତ ପୁରୀ ସହରର ଅନ୍ୟାନ୍ୟ ପବିତ୍ର ପୁଷ୍କରିଣୀରେ, ସମୁଦ୍ରକୂଳ ଅଂଚଳରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ସୁରକ୍ଷା ଓ ସୁରକ୍ଷିତ ଦର୍ଶନ ପାଇଁ ୭ ଜଣ ଅତିରିକ୍ତ ଏସପି, ୨୦ ଜଣ ଡ଼ିଏସପି, ୩୨ ଜଣ ଇନ୍ସପେକ୍ଟର, ୧୩୨ ଜଣ ସବଇନ୍ସପେକ୍ଟର, ୨୪୦ ଜଣ ହାବିଲଦାର, ୪୩୨ ଜଣ ହୋମଗାର୍ଡ ଏହିଭଳି ମୋଟ ୫୦ ପ୍ଲାଟୁନ ପୋଲିସ ଫୋର୍ସର ବ୍ୟବସ୍ଥା କରାଯାଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy