ଭଟ୍ଟାରିକାରେ ୧୪୪ ଧାରା, ଭକ୍ତଙ୍କୁ ମନା

0 235

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ପୀଠରେ ୧୪୪ ଧାରା ଲାଗୁ କରାଯାଇଛି । ସ୍ଥାନୀୟ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମରେ ଭଟ୍ଟାରିକାଙ୍କ ପୀଠରେ କଟକଣା ଲଗାଯାଇଛି । ଭକ୍ତଙ୍କୁ ସେଠାକୁ ଯିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ମନ୍ଦିର ବେଢ଼ା ସମେତ ଗର୍ଭଗୃହରେ ମହାନଦୀ ପାଣି ପଶିଛି । ଏପରିକି ମନ୍ଦିର ମହାନଦୀରେ ବୁଡି ଯିବାକୁ ବସିଛି । ଏହି ପରିପ୍ରେକ୍ଷୀରେ ପ୍ରଶାସନ କଟକଣା ଲଗାଇଛି ।

ଗତକାଲି ମନ୍ଦିରରେ ପାଣି ପଶିବାରୁ ମା’ଙ୍କ ବିଗ୍ରହକୁ ସ୍ଥାନାନ୍ତର କରାଯାଇଥିଲା । ରତ୍ନଗିରି ପାହାଡ଼ସ୍ଥିତ ବନ୍ୟା ଆଶ୍ରୟସ୍ଥଳକୁ ମା’ଙ୍କ ବିଗ୍ରହ ସ୍ଥାନାନ୍ତର ହୋଇଛନ୍ତି । ଧୀରେ ଧୀରେ ବନ୍ୟା ପାଣି ବଢିବାରୁ ଏପରି ନିଷ୍କତ୍ତି ନିଆଯାଇଛି ।

ପ୍ରବଳ ବର୍ଷା ହେବା ଫଳରେ ଗତକାଲି ସକାଳେ ବନ୍ୟା ପାଣି ମା’ଙ୍କ ମନ୍ଦିର ଛୁଇଁଥିଲା । ମହାନଦୀର ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଥିବା ଦେଖିବାକୁ ମିଳିଥିଲା । ପୂର୍ବରୁ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିବାର ସମ୍ଭାବନା ଥିବାରୁ ମାଙ୍କ ସେବାୟତ ସମେତ ଦେବୋତ୍ତର ବିଭାଗ ସଜାଗ ରହିଥିଲା ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy