ବସ୍ ଟର୍ମିନାଲରେ ଅଗ୍ନିକାଣ୍ଡ, ଜଳିଗଲା ୧୦ ବସ୍‌

0 593

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କୋରାପୁଟ ଜିଲ୍ଲା ଜୟପୁରରେ ଏକ ବସ୍ ଟର୍ମିନାଲରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ପ୍ରାୟ ୧୦ରୁ ଅଧିକ ବସ୍ ଜଳି ଯାଇଛି । ଦମକଳବାହୀନି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଜୟପୁର ସହରର ଜାତୀୟ ରାଜପଥ କଡରେ ଏକ ବସ ଟର୍ମିନାଲ ରହିଛି । ଉକ୍ତ ଟର୍ମିନାଲରେ ପ୍ରାୟ ୩୦ରୁ ଅଧିକ ସିଟି ବସ୍ ରହିଥିଲା । ଯେଉଁ ସିଟି ବସ ସହରରେ ଚାଲିବା ଲାଗି ଆସିଥିଲା, ମାତ୍ର ତାହା କାର୍ଯ୍ୟକ୍ଷମ ନହୋଇ ସେଠାରେ ପଡି ରହିଥିଲା । ତେବେ ଆସି ସନ୍ଧ୍ୟାରେ ହଠାତ ସେହି ବସ୍ ଟିର୍ମିନାଲରେ ନିଆଁ ଲାଗି ଯାଇଥିଲା ।

ଚାହୁଁ ଚାହୁଁ ନିଆଁ ଗୋଟିକ ପରେ ଗୋଟିଏ ବସକୁ ବ୍ୟାପି ଯାଇଥିଲା । ଖବରପାଇ ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା । ତେବେ କିଏ ଓ କାହିଁକି ଏଭଳି ଅଗ୍ନିକାଣ୍ଡ ଘଟାଇଲା , ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy