ବଡ ପରଦାରେ ନଜରକୁ ଆସିବେ ଏହି ଷ୍ଟାର କିଡ୍ସ, ଜାଣନ୍ତୁ କିଏ ଓ କେଉଁ ଫିଲ୍ମ?

0 1,504

ଏ-ବର୍ଷ ବଡ ପରଦାରେ ଜଲଓ୍ବା ଦେଖାଇବେ ବଲିଉଡର କିଛି ନାମିଦାମୀ ଷ୍ଟାର-କିଡ୍। ବଲିଉଡରେ ପ୍ରଥମ ସୁଯୋଗ ହାସଲ କରିବା ଷ୍ଟାର କିଡ୍ ଙ୍କ ପାଇଁ  ସହଜ ହୋଇଥାଏ। ସେହି କ୍ରମରେ ଚଳିତ ବର୍ଷ  ଅନେକ ଷ୍ଟାର କିଡ୍ ବଲିଉଡ ସିନେମାରେ ପ୍ରଥମ ଥର ପାଇଁ ପାଦ ଥାପିବାକୁ ରେଡ୍ଡି ହୋଇଗଲେଣୀ।  ଏ-ଭଳି କେତେକ ପ୍ରମୁଖ ନବାଗତ ଅଭିନେତା ଓ ଅଭିନେତ୍ରୀମାନଙ୍କ ସମ୍ପର୍କରେ ଜାଣିବା ଆସନ୍ତୁ…

ବଲିଉଡ଼ ସୁପରଷ୍ଟାର ଆମୀର ଖାନଙ୍କ ପୁଅ ଜୁନୈଦ୍ ଖାନ୍ ତାଙ୍କର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ୟଶରାଜ୍ ଫିଲ୍ମସ୍ ପ୍ରଯୋଜିତ  ହିନ୍ଦୀ ସିନେମା  ‘ମହାରାଜ୍’ ମାଧ୍ୟମରେ । ଏହି ଫିଲ୍ମଟି ଓଟିଟି ନେଟ୍ ଫ୍ଲିକ୍ସିରେ ହେବ ବୋଲି ଜଣାପଡିଛି । ସେହିପରି, ମହାରାଷ୍ଟ୍ର ର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୁସୀଲ୍ କୁମାର ସିନ୍ଦେଙ୍କ ନାତି ବୀର ପାହାଡିଆ ମଧ୍ୟ ସିନେମା ଜଗତରେ ପାଦ ରଖିବାକୁ ଯାଉଛନ୍ତି। ପାକିସ୍ତାନ୍ ଉପରେ ଭାରତର ଭୟଙ୍କର ବିମାନ ଆକ୍ରମଣ ଉପରେ ପର୍ଯ୍ୟବେଶିତ ହିନ୍ଦୀ ଫିଲ୍ମ ‘ସ୍କାଇ ଫୋର୍ସ’ରେ ନଜର ଆସିବେ। ପୂର୍ବରୁ ସେ ବରୁଣ ଧାଓ୍ବାନ୍ ଙ୍କ ଅଭିନୀତି  ‘ଭେଡିୟା  ‘ ରେ ଜଣେ ଉପ ନିର୍ଦ୍ଦେଶକ ର ଭୂମିକା ନିର୍ବାହ କରିଥିଲେ।  ଏଣେ ସଂଜୟ କପୁର ଓ ମହୀପ କପୁରଙ୍କ ଝିଅ ସନୟା କପୁରଙ୍କ ଆବିର୍ଭାବ  ଏକ ସାଉଥ୍ ସିନେମାରେ ଡେବ୍ୟୁ କରିବେ । ଏହି ସାଉଥ୍ ଫିଲ୍ମର ନାଁ ରହିଛି ‘ବୃଷଭ’। ଏହି ବହୁ ଭାଷି ଫିଲ୍ମ ବାଦ୍ ସେ ଅନ୍ୟ ଏକ ହିନ୍ଦୀ ସିନେମା ‘ବେଧଡ଼କ’ରେ ନଜର ଆସିବେ।

 ସେହିପରି ରବିନା ଟଣ୍ତନଙ୍କ ଝିଅ, ରାଶା ଥଡାନୀଙ୍କୁ ଦୁଇ ଦୁଇଟି ଫିଲ୍ମରେ ଦେଖିବାକୁ ମିଳିବ।  ସେଥି ମଧ୍ୟରୁ ଗୋଟିଏ ଫେବୃଆରୀ ମାସରେ ମୁକ୍ତିଲାଭ କରିବ। ଅଭିଷେକ କପୁରଙ୍କ ନିର୍ଦ୍ଦେଶିତ ହିନ୍ଦୀ ଫିଲ୍ମର ନାଁ ଘୋଷଣା ହୋଇ ନଥିବା ବେଳେ ଅନ୍ୟଟି ହେଉଛି ତେଲୁଗୁ ସିନେମା। ଫିଲ୍ମଟିର ନାଁ ରହିଛି ‘ଆରସି-୧୬’। ସୈଫ୍ ଅଲ୍ଲୀ ଖାନ୍ ଓ ଅମ୍ରିତା ସିଂହଙ୍କ ପୁଅ ଇବ୍ରାହିମ୍ ଅଲ୍ଲୀ ଖାନ୍ ଙ୍କର ପ୍ରଥମ ପଦାର୍ପଣ  ଦେଖିବାକୁ ମିଳିବ ହିନ୍ଦୀ ସିନେମା ‘ସରଜମିନ’ରେ।

ସେହିପରି ସଙ୍ଗୀନ ନିର୍ଦ୍ଦେଶକ ରାଜେଶ ରୋଷନଙ୍କ ଝିଅ ପଶ୍ମିନା ରୋଶନଙ୍କପ ପ୍ରଥମ ସିନେମା ‘ଇସ୍କ ବିସ୍କ ରିବାଉଣ୍ତ’ ଚଳିତ ବର୍ଷ ମୁକ୍ତିଲାଭ କରିବ। ଲୋକପ୍ରିୟ ପୌରାଣିକ ଧାରାବାହିକ  ‘ମହାଭାରତ’ରେ ଅର୍ଜୁନ୍  ଭୂମିକାରେ ଅଭିନୟ କରିଥିବା ଫିରୋଜ ଖାନଙ୍କର ପୁଅ ଜିବ୍ରାନ୍ ଖାନ୍  ‘ଇସ୍କ ବିସ୍କ ରିବାଉଣ୍ତ’ ରେ ନାୟକ ଅଭିକାରେ ଦେଖାଦେବେ।  ପୂର୍ବରୁ ସେ ଶିଶୁ କଳାକାର ଭାବେ ‘କଭି ଖୁସି କଭି ଗମ୍ ‘ ରେ ଶାହାରୁଖ୍ ଖାନ ଓ କାଜଲଙ୍କ ପୁଅ ଭୂମିକାରେ ନଜର ଆସିଥିଲେ। ସେହିପରି, ଅଜୟ ଦେବଗନଙ୍କ ପୁତୁରା ଆମାନ୍ ଦେବଗନ୍ ଫେବୃଆରୀ ୯ରେ ରୂପେଲି ପରଦାରେ ନଜର ଆସିବେ। କିନ୍ତୁ ଏହି ଫିଲ୍ମଟିର ନାଁ ଏପର୍ଯ୍ୟନ୍ତ ଘୋଷଣା ହୋଇ ନାହିଁ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy