ବର୍ଷା-ଅନୁଭବ କଳିରେ ପୂର୍ଣ୍ଣଛେଦ, ଛାଡ଼ପତ୍ର ଆବେଦନକୁ ମଞ୍ଜୁରୀ

0 2,305

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦୀର୍ଘ ଦିନ ଧରି ଲାଗି ରହିଥିବା ବର୍ଷା-ଅନୁଭବ କଳିରେ ପୂର୍ଣ୍ଣଛେଦ ପଡ଼ିଛି । ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିଧିବଦ୍ଧ ଭାବରେ ଅଲଗା ହୋଇଛନ୍ତି। ଏ ନେଇ ଏକ ଟ୍ୱିଟ୍ ମାଧ୍ୟମରେ ଅଭିନେତା ଅନୁଭବ ମହାନ୍ତି ସୂଚନା ଦେଇଛନ୍ତି । ବିବାହ ବିଚ୍ଛେଦ ପରେ ସେ ବେଶ ଖୁସି ସାବ୍ୟସ୍ତ କରିଛନ୍ତି। ଆଜି ତାଙ୍କ ବିବାହକୁ ୧୦ ବର୍ଷ ପୁରୁଥିବା ବେଳେ ବିବାହ ବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୭ ତାରିଖରେ ଅନୁଭବଙ୍କ ଛାଡ଼ପତ୍ର ଆବେଦନକୁ ମଞ୍ଜୁରୀ ମିଳିଛି।

ବୁଧବାର ବିଳମ୍ବିତ ରାତିରେ ଅଭିନେତା ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ନିଜ ଡିଭୋର୍ସ ମଞ୍ଜୁରିନାମାର ଏକ ଫଟୋ କପି ସହ ଲେଖିଛନ୍ତି ଯେ ‘ମୋ ପାଇଁ ଓ ପରିବାର ପାଇଁ ପ୍ରାର୍ଥନା କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ, ମୋ ବିବାହକୁ ୧୦ ବର୍ଷ ପୂରିବାର ଠିକ୍ ଗୋଟିଏ ଦିନ ପୂର୍ବରୁ ଏହି ଅର୍ଥହୀନ,ମୂଲ୍ୟହୀନ,ହୃଦୟହୀନ,ଯନ୍ତ୍ରଣା ଦାୟକ ଓ ମିଛ ବୈବାହିକ ଜିବନରୁ ମୁକ୍ତି ମିଳିଛି, ଆଜି ମୋ ଛାଡ଼ପତ୍ରକୁ ମଞ୍ଜୁରୀ ମିଳିଛି। ତାଙ୍କ(ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ) ପାଇଁ ପ୍ରାର୍ଥନା କରନ୍ତୁ।

୨୦୧୪ ଫେବୃଆରୀ ୮ ତାରିଖରେ ପ୍ରେମ ବନ୍ଧନରେ ବାନ୍ଧି ହୋଇଥିଲେ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।। ବର୍ଷା ଓ ଅନୁଭବଙ୍କୁ ଓଲିଉଡ଼ର ସର୍ବଶ୍ରେଷ୍ଠ ଯୋଡି଼ ସମେତ ସେମାନଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଏହା ପରେ ସବୁ କିଛି ଠିକ ଥିଲା ବୋଲି ତାଙ୍କ ଫ୍ୟାନ୍ସମାନେ ବିଶ୍ୱାସ କରୁଥିଲେ । କିନ୍ତୁ ସମୟର ଚକ୍ର ଓଲଟିଗଲା। ଦୁହିଁଙ୍କର ପାରିବାରିକ ବିବାଦ ପ୍ରଥମେ କୋର୍ଟ,ପରେ ଗଣମାଧ୍ୟମ, ତା ପରେ ସୋସିଆଲ ମିଡିଆ ଓ ଏହା ପରେ ଓଡ଼ିଶାର ଘରେ ଘରେ ଓ ଚା ଖଟିରେ ଏମାନଙ୍କ ବିବାଦକୁ ନେଇ ଚର୍ଚ୍ଚା ହେବାରେ ଲାଗିଥିଲା।

ଛାଡ଼ପତ୍ର ପାଇଁ ପ୍ରଥମେ ଅନୁଭବ ଆବେଦନ କରିଥିବାକୁ ଅନେକ ମହଲରେ ତାଙ୍କୁ ଟ୍ରୋଲର ସାମ୍ନା କରିବାକୁ ପଡ଼ିଥିଲା। ତାଙ୍କ ଭିଡିଓକୁ ଲୋକେ ତାଙ୍କର ମଜାକ୍ ମଧ୍ୟ ଉଡ଼ାଇଛନ୍ତି। ସେପଟେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏହି ବିଛେଦକୁ ଗ୍ରହଣ କରିବା ପାଇଁ ନାରାଜ ଥିବା ବେଳେ ସାମ୍, ଦାମ୍, ଦଣ୍ଡ, ଭେଦ ସମସ୍ତ ଉପାୟ ଆପଣାଇଥିଲେ ଥିଲେ ଅନୁଭବ।ଅନେକ ସଙ୍ଘର୍ଷ ଓ ବିଫଳ ଚେଷ୍ଟା ପରେ ଶେଷରେ ଅନୁଭବ ମହାନ୍ତିଙ୍କୁ ମିଳିଛି ଛାଡ଼ପତ୍ର। ଏ ନେଇ ତାଙ୍କ ପ୍ରଶଂସନମାନେ ଖୁବ୍ ଖୁସି ଥିବା ଦେଖିବାକୁ ମିଳିଛି। 

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy