ପୁଣମ ପାଣ୍ଡେଙ୍କୁ ସରକାରଙ୍କ ବଡ ଉପହାର, ଜାଣନ୍ତୁ

0 3,149

ପୁଣମ୍ ପାଣ୍ଡେ ଗର୍ଭାଶୟ କର୍କଟ ଅଭିଯାନ: ଅଭିନେତ୍ରୀ ତଥା ମଡେଲ୍ ପୁଣମ୍ ପାଣ୍ଡେ ସରକାରଙ୍କ ଗର୍ଭାଶୟ କର୍କଟ ଅଭିଯାନର ଚେହେରା ହୋଇପାରନ୍ତି । ଗତ କିଛି ଦିନ ହେବ ପୁଣମ୍ ପାଣ୍ଡେ ତାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚାରେ ଥିଲେ । ଏକ ନ୍ୟୁଜ ଏଜେନ୍ସି ଖବର ଅନୁଯାୟୀ ପୁଣମ୍ ପାଣ୍ଡେ ଏବଂ ତାଙ୍କ ଟିମ୍ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ଆଲୋଚନା କରୁଛନ୍ତି । ଗର୍ଭାଶୟ କର୍କଟ ସମ୍ବନ୍ଧରେ ସରକାରଙ୍କ ପକ୍ଷରୁ ଜାରି ସଚେତନତା କାର୍ଯ୍ୟକ୍ରମର ପୁଣମ୍ ପାଣ୍ଡେ ବ୍ରାଣ୍ଡ ଆମ୍ବାସାଡର ହୋଇପାରନ୍ତି ।

ବାସ୍ତବରେ, ଚଳିତ ମାସ ଆରମ୍ଭରେ ପୁଣମ୍ ପାଣ୍ଡେ ତାଙ୍କ ମୃତ୍ୟୁ ବିଷୟରେ ମିଥ୍ୟା ଖବର ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଗର୍ଭାଶୟ କର୍କଟ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସେ କହିଥିଲେ । ଅସୁସ୍ଥତା ହେତୁ ଅଭିନେତ୍ରୀଙ୍କ ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କିନ୍ତୁ ପରଦିନ ଏହା ଜଣାପଡିଥିଲା ଯେ ଏହି ଖବର ମିଛ ଏବଂ ପୁନାମ୍ ଗର୍ଭାଶୟ କର୍କଟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଷ୍ଟଣ୍ଟ କରିଛନ୍ତି ।

‘ମୁଁ ଏଠାରେ ଅଛି, ଜୀବିତ …’
ଫେବୃଆରୀ ୩ରେ ପୁଣମ୍ ପାଣ୍ଡେ ଏକ ଭିଡିଓ ପୋଷ୍ଟ କରି ସେ ଜୀବିତ ଥିବା ସୂଚନା ଦେଇଥିଲେ । ସେ କହିଲେ- ମୁଁ ଏହା କରିବାକୁ ବାଧ୍ୟ ବୋଲି ଅନୁଭବ କରୁଛି । ମୁଁ ତୁମ ସମସ୍ତଙ୍କ ସହିତ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ବାଣ୍ଟୁଛି, ମୁଁ ଏଠାରେ ଜୀବୀତ ଅଛି, ଗର୍ଭାଶୟ କର୍କଟ ମୋତେ ମାରି ନଥିଲା, କିନ୍ତୁ ଏହି ରୋଗର ମୁକାବିଲା ପାଇଁ ସୂଚନା ଅଭାବରୁ ଏହା ହଜାର ହଜାର ମହିଳାଙ୍କ ଜୀବନ ନେଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy