ରାଜଯୋଗ : ଧନବାନ୍ ହେବେ ଏହି ସବୁ ରାଶି

0 202

ହିନ୍ଦୁ ଧର୍ମଶାସ୍ତ୍ରରେ ଚୈତ୍ର ନବରାତ୍ରୀର ଏକ ବିଶେଷ ମହତ୍ବ ରହିଛି।  ଆଜିଠାରୁ ଆରମ୍ଭ ହୋଇଥିବା ଏହି ନବରାତ୍ରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନବରାତ୍ରୀର ନଅ ଦିନରେ ମା ଦୁର୍ଗାଙ୍କର ନଅ ପ୍ରକାର ପୂଜା କରାଯାଇଥାଏ। ଆଜି ନବରାତ୍ରୀର ପ୍ରଥମ ଦିନରେ ମାଆ ଦୁର୍ଗାଙ୍କ ଶୈଳପୁତ୍ରୀ ପୂଜା କରାଯାଉଛି। ଏହି କ୍ରମରେ ଆଜି ଦିର୍ଘ ୩୦ ବର୍ଷ ପରେ ଏକ ବିରଳ ସିଦ୍ଧି ଯୋଗ ଆରମ୍ଭ ହୋଇଛି। ୫ ରାଜଯୋଗ ଏକାସାଙ୍ଗରେ ଗଠନ ହେଉଛି। ମେଷ ରାଶିରେ ଗଜକେଶରୀ ରାଜଯୋଗ, ତ୍ରିଲୋକନ ,ଶଶ ରାଜଯୋଗ, ମାଲଭିୟ ରାଜଯୋଗ ଓ ଲକ୍ଷ୍ମୀ ନାରାୟଣ ରାଜଯୋଗ ସୃଷ୍ଟି ହେଇଛି। ଏହି ୫ ରାଜଯୋଗ କିଛି ରାଶିକୁ ଏହା ଶୁଭଫଳ ପ୍ରଦାନ କରିବ।…

ଧନବାନ୍ ହେବେ ଏହି ସବୁ ରାଶି :
ମେଷ ରାଶି: ଏହି ରାଶିରେ ଏକା ସାଙ୍ଗରେ ୫ ରାଜଯୋଗ ସୃଷ୍ଟି ହେଉଥିବା କାରଣରୁ ମେଷ ରାଶିର ବ୍ୟକ୍ତି ବିଶେଷ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପାଇବେ। ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ଦୂର ହେବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଆକସ୍ମିକ ଧନଲାଭର ଯୋଗ ରହିଛି। କାର୍ଯ୍ୟାଳୟରେ ଆପଣଙ୍କୁ ପ୍ରମୋସନ୍ ମିଳିପାରେ। ଆୟ ବଢିବା ସହ ଖର୍ଚ୍ଚ ମଧ୍ୟ ସେହି ପରିମାଣରେ ବୃଦ୍ଧି ପାଇବ।  ବିଶେଷ କରି, ସ୍ବାସ୍ଥ୍ୟରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ। ତେଣୁ ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। ବିଦେଶର ଭ୍ରମଣରେ ଯାଇପାରନ୍ତି। 

ସିଂହ: ୫ ରାଜଯୋଗର ପ୍ରଭାବ ମଧ୍ୟ ଏହି ରାଶି ଉପରେ ରହିବ। ମାଆ ଦୁର୍ଗାଙ୍କ କୃପା ଏହି  ସିଂହ ରାଶି ଉପରେ ବର୍ଷିବ। ଆର୍ଥିକ ଲାଭ ମିଳିବା ନେଇ ସମ୍ଭାବନା ରହିଛି । ପ୍ରେମ ଓ ବୈବାହିକ ଜୀବନ ସୁଖମୟ ହେବ। କ୍ୟାରିୟରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ ସହ ପଦୋନ୍ନତି ନେଇ ଯୋଗ ରହିଛି। ଯେଉଁମାନେ ନୂତନ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ମନଲାଖି ଅଫର ମିଳିବ। ବ୍ୟବସାୟରେ ବିପୁଳ ଲାଭ ନେଇ ସମ୍ଭାବନା ରହିଛି।

 କୁମ୍ଭ: ମାଆ ଦୁର୍ଗାଙ୍କ ଆର୍ଶିବାଦ ଏହି ରାଶି ଉପରେ ରହିବ।  ଆୟ ବୃଦ୍ଧି ସହ ବିଭିନ୍ନ ଉତ୍ସରୁ ଟଙ୍କା ଆସିବ । ଆର୍ଥିକ୍ ସମସ୍ୟା ଦୂର ହେବ । ବ୍ୟବସାୟ ଶ୍ରେଣୀର ଲୋକେ ଲାଭବାନ ହେବେ । ବିନିଯୋଗରୁ ଲାଭ ମିଳିବ। ଚାକିରି ଓ ବ୍ୟବସାୟରେ ଅଗ୍ରଗତି କରିବେ । ତଥାପି, ଏହି ଅବଧି ମଧ୍ୟରେ ଭାବିଚିନ୍ତି ନିବେଶ କରନ୍ତୁ ।

Disclamer: ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏହାକୁ କେବଳ ସୂଚନା ଭାବେ ଗ୍ରହଣ କରିବେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy