ଚାଷୀଙ୍କ ସମସ୍ୟାକୁ ନେଇ ବିଜେଡି ସରକାର ବିରୁଦ୍ଧରେ ଲଢେଇକୁ ଆହୁରି ଶାଣିତ କରିବ ବିଜେପି: ମହେଶ୍ୱର ସାହୁ

0 187

ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ କେନ୍ଦ୍ରରେ ମୋଦି ସରକାର ପ୍ରତିଶୃତିବଦ୍ଧ ଏବଂ ଏଥି ପାଇଁ କାର୍ଯ୍ୟରତ । ମୋଦି ସରକାର ଚାଷୀମାନଙ୍କୁ ବିହନ, ସାର, କୀଟନାଶକଠାରୁ ଆରମ୍ଭ କରି ବୈଷୟିକ ଓ ଆର୍ଥିକ ସହାୟତା ଯୋଗାଇ ଦେବା ସତ୍ୱେ ଆଜି ଓଡିଶାରେ କୃଷକ ଭାଇଭଉଣୀଙ୍କ ସମସ୍ୟାର ଅନ୍ତ ଘଟୁନାହିଁ । ବିଜେଡିର ଚାଷୀମାରଣ ନୀତି କାରଣରୁ ଆଜି ଓଡିଶାର କୃଷକମାନଙ୍କ ଅର୍ଥନୈତିକ ବିକାଶରେ ବଡ ବାଧା ସୃଷ୍ଟି ହୋଇଛି । ଶାସକ ବିଜୁ ଜନତା ଦଳର ମିଛ ପ୍ରତିଶୃତି ଓ ପ୍ରତାରଣାର ଶିକାର ହେଉଛନ୍ତି ଚାଷୀକୁଳ । ଚାଷୀଙ୍କ ପାଇଁ ଫସଲ ବୀମା ଟଙ୍କା ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଦେଲେ ନାହିଁ ।

ବିହନ, ୟୁରିଆ ସାର କଳାବଜାରୀକୁ ରୋକିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ଏପରିକି ଦିର୍ଘ ୨୩ ବର୍ଷର ଶାସନ ପରେ ମଧ୍ୟ ବିଜେଡି ସରକାର ଚାଷ ପାଇଁ ଆବଶ୍ୟକ ହେଉଥିବା ଜଳସେଚନ ବ୍ୟବସ୍ଥାକୁ ସୁଧାରି ପାରିଲେ ନାହିଁ । ରାଜ୍ୟର ଅଗଣିତ ଚାଷୀ ଭାଇଭଉଣୀଙ୍କ ସମସ୍ୟାକୁ ନେଇ ଭାରତୀୟ ଜନତା ପାର୍ଟୀ ସବୁବେଳେ ଲଢେଇ କରୁଛି ଏବଂ ଆଗାମୀ ଦିନରେ ଏହି ଲଢେଇକୁ ଆହୁରି ଶାଣିତ କରିବ ବୋଲି ନୂତନ ଭାବେ ଦାୟୀତ୍ୱ ନେଇଥିବା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ କୃଷକ ମୋର୍ଚ୍ଚା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କୁ ମୋର୍ଚ୍ଚା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହା ପରେ ମୋର୍ଚ୍ଚାର ନୂତନ ସଭାପତି ମହେଶ୍ୱର ସାହୁଙ୍କୁ ବିଭିନ୍ନ ଜିଲ୍ଲାରୁ ଆସିଥିବା ଶହ ଶହ କାର୍ଯ୍ୟକର୍ତା ଓ ନେତୃବୃନ୍ଦମାନେ ସ୍ୱାଗତ ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ ।

ଏହି ଅବସରରେ ବରିଷ୍ଠ ନେତା ସଜ୍ଜନ ଶର୍ମା, ଶିବାଜୀ ମହାନ୍ତି, ସମୀର ପାତ୍ର, ପ୍ରମିଳା ପଣ୍ଡା, ଶୁଭ୍ରାଂଶୁ ଶେଖର ପାଢ଼ୀ, ଦିଲୀପ ସ୍ୱାଇଁ, ଲକ୍ଷଣ ବାଗ, କାମାକ୍ଷା ପ୍ରସାଦ ପ୍ରଧାନ, ଶ୍ରୀରଞ୍ଜନ ମଙ୍ଗରାଜ, ଅଶୋକ ମହାନ୍ତି, ରାଜକିଶୋର ମେର୍ଲ୍ଲି, ବିଶ୍ୱଜିତ ସ୍ୱାଇଁ, ସୂର୍ଯ୍ୟନାରାୟଣ ମହାପାତ୍ର, ଅନିଲ କୁମାର ନନ୍ଦ, ବିପଦ ଭଞ୍ଜନ ଦାସ, ମାଧବ ସାଏ, ଦିବ୍ୟଶଙ୍କର ଭୋଇ, ଦ୍ୱିତୀୟ ଭୋଇ, ପ୍ରଦୀପ କୁମାର ସାହୁ, ହୃଷିକେଶ ଜେନା, ସତ୍ୟବାଦୀ ଚଇନୀ, ଉପେନ୍ଦ୍ର ଭଞ୍ଜ, ନୀଶିକାନ୍ତ ନାଏକ, ବୈରାଗୀ ଚରଣ ବେହେରା, ଶଂକଷଣ ଜେନା, ଶ୍ରୀଧର ସାହୁ ପ୍ରମୁଖ କୃଷକମାନଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy