ନକଲି ୱେବ୍‌ସାଇଟ୍‌ରେ ହୋଟେଲ ବୁକିଂ, ହନ୍ତସନ୍ତ ପର୍ଯ୍ୟଟକ

0 357

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଡିଜିଟାଲ ଲୁଟେରାଙ୍କ ଲୋଲୁପ ଦୃଷ୍ଟି ଏବେ ପୁରୀର ପର୍ଯ୍ୟଟନ ଶିଳ୍ପ ଉପରେ ପଡିଛି । ବାହାରୁ ଆସୁଥିବା ପର୍ଯ୍ୟଟକମାନେ ହୋଟେଲ ବୁକିଂ ନାମରେ ଠକେଇର ଶୀକାର ହେଉଥିଲା ବେଳେ ଏହାକୁ ନେଇ ହୋଟେଲ ବ୍ୟବସାୟୀ ଚିନ୍ତାରେ ପଡିଛନ୍ତି । ଅନ୍ୟଟେ ଏଭଳି ସାଇବର ଠକଙ୍କୁ ଧରିବା କ୍ରାଇମ୍‌ବ୍ରାଞ୍ଚ ପାଇଁ କାଠିକର ପାଠ ପାଲଟିଛି । ତେଣୁ ମିଳିତ ଉଦ୍ୟମରେ କିଭଳି ସମାଧାନ କରାଯାଇ ପାରିବ ସେ ନେଇ ଭୁବନେଶ୍ୱର ସ୍ଥିିତ ସାଇବର କମ୍ପେ୍ଲକ୍ସ ପରିସରରେ ପୁଲିସ ଏବଂ ହୋଟେଲ ମାଲିକଙ୍କ ମଧ୍ୟରେ ଏକ ବୈଠକ ଆୟୋଜିତ ହୋଇାଇଛି । ଏଥିରେ ବହୁ ହୋଟେଲିୟରସ୍ ଯୋଗ ଦେଇଥିଲା ବେଳେ ରାଜ୍ୟ ପୁଲିସର ବହୁ ବରିଷ୍ଠ ଅଧିକାରୀ ୋଗ ଦେଇଥିଲେ । ପର୍ଯ୍ୟଟକ ମାନେ କିପରି ଆଉ ଠକେଇର ଶୀକାର ନ ହେବେ ଏବଂ ଠକ ମାନଙ୍କୁ ପୁଲିସ ସାବାଡ଼ କରି ପାରିବ ସେ ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଛି । “

କ୍ରାଇମ୍‌ବ୍ରାଞ୍ଚ ସୂଚନା ମୁତାବକ, ପୁରୀରେ ହୋଟେଲ ବୁକିଂ ଫ୍ରଡ଼ ସମ୍ପର୍କିତ ୨ଟି ମାମଲା ରୁଜୁ ହୋଇଛି । ଦୁଇଟି ମୁଖ୍ୟ ହୋଟେଲରେ ଏଭଳି କାଣ୍ଡ ଘଟିଛି । ତେବେ କ୍ରାଇମ୍‌ବ୍ରାଞ୍ଚ ଘଟଣା ସମ୍ପର୍କରେ ଆଲୋଚନା କରିବା ପରେ ଜାଣିବାକୁ ପାଇଛି ଏହିଭଳି ଅନେକ ବ୍ୟକ୍ତି ବିଭିନ୍ନ ହୋଟେଲରେ ରୁମ୍ ବୁକିଂ ନାମରେ ଠକେଇର ଶିକାର ହୋଇଛନ୍ତି । ତେବେ ଅନେକ ସ୍ଥାନରେ ଠକେଇ ଟଙ୍କାର ବ୍ୟକ୍ତିଗତ ଭାବେ ସ୍ୱଳ୍ପ ହୋଇଥିବାରୁ ଏନେଇ ପୁଲିସ ନିକଟରେ ଅଭିୋଗ ହୋଇନାହିଁ । “ଅଧିକାଂଶ ପର୍ପ୍ୟଟକ ବର୍ତ୍ତମାନ ଅନ୍‌ଲାଇନ୍‌ରେ ହୋଟେଲ ବୁକିଂ କରୁଛନ୍ତି । ତେବେ ଏହି ସାଇବର ଅପରାଧିମାନେ ଫେକ୍ ୱେବ୍‌ସାଇଟ୍ ତିଆରି କରୁଛନ୍ତି ।

ତେବେ ଯେତେବେଳେ ପର୍ପ୍ୟଟକ ହୋଟେଲ ବୁକିଂ କରୁଛନ୍ତି ସେହି ସମୟରେ ହୋଟେଲକୁ ଟଙ୍କା ଯିବା ପରିବର୍ତ୍ତେ ଠକଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଚାଲିଯାଉଛି । ଉକ୍ତ ହୋଟେଲ ନାମରେ ଏକ ଫେକ୍ ରସିଦ୍ ଜେନେରେଟ୍ ହେଉଛି । ବହୁ ଦୂରରୁ ଆସୁଥିବା ପର୍ପ୍ୟଟକ ଯେତେବେଳେ ସେ ବୁକିଂ କରୁଥିବା ହୋଟେଲରେ ପହଞ୍ଚୁଛନ୍ତି ସେତେବେଳେ ଜାଣିବାକୁ ପାଉଛନ୍ତି ସେମାନେ ଠକେଇର ଶୀକାର ହୋହଇଛନ୍ତି । ଟୁରିଷ୍ଟ ଫୁଟ୍‌ଫଲ ସମୟରେ ଅଧିକାଂଶ ଟୁରିଷ୍ଟ ଏହାଦ୍ୱାରା ପୁରୀରେ ରହିବା ପାଇଁ ରୁମ୍ ଖଣ୍ଡେ ଖୋଜିବାକୁ ନୟାନ୍ତ ହୋଇପଡ଼ୁଛନ୍ତି ।

ଏନେଇ ଆଇଜିି ସଫିନ୍ ଅହମଦ୍ ହୋଟେଲ ମାଲିକ ମାନଙ୍କୁ ସାଇବର ଠକେଇ ସମ୍ପର୍କରେ ଅବଗତ କରାଇଛନ୍ତି । ଏହା ସହିତ ହୋଟେଲ ମାଲିକ ମାନଙ୍କୁ ଅନୁରୋଧ କରାଯାଇଛି ସେମାନେ ଏଭଳି ସମ୍ବେଦନଶୀଳ ଘଟଣାରେ ପୁଲିସକୁ ସହଯୋଗ କରନ୍ତୁ । କାରଣ ସେମାନେ ଚାହିଁଲେ ହୋଟେଲ ଠକେଇର ପ୍ରତ୍ୟେକ ଘଟଣା ପୁଲିସର ଦୃଷ୍ଟି କେନ୍ଦ୍ରୀତ ହୋଇାରିବ । ତେବେ ଆଲୋଚନାରେ ଏହା ମଧ୍ୟ ନିସ୍ପତ୍ତି ନିଆଯାଉଛି ଉଭୟ ପକ୍ଷରୁ ଏକ ନୋଡାଲ ଅଫିସରଙ୍କ ନିୁକ୍ତି କରାିବ । ଏଭଳି ଠକେଇକୁ ରୋକିବାକୁ ବିଭିନ୍ନ ହୋଟେଲ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏକ କର୍ମଶାଳା ଆୟୋଜନ କରାଯିବ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy