ଓଡିଶାର ଅଗ୍ରଣୀ ନାୟକ ଯିଏ ଆମ ସମାଜକୁ ଦିଅନ୍ତି ଭିନ୍ନ ରୂପ

0 329

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କେଉଁଝର ଜିଲ୍ଲା ଚମ୍ପୁଆ ବ୍ଲକ ମୁରୁସୁଆଁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଆବାସିକ ବିଦ୍ୟାଳୟରେ ପରିଚାରିକା ଭାବେ କାମ କରନ୍ତି ୫୩ ବର୍ଷୀୟା ଅନାମୀ ମାଝୀ । ଜଣେ ଦୟାଳୁ ଏବଂ କରୁଣାମୟୀ ମହିଳା ଭାବେ ଅନାମୀ ନିଜ ଜୀବନକୁ ଆଦିବାସୀ ଶିଶୁମାନଙ୍କ ପାଇଁ ଉତ୍ସର୍ଗ କରିଛନ୍ତି । ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଅନାମୀଙ୍କ ଯାତ୍ରା ଏତେ ସହଜ ନଥିଲା । ବଡ ହୋଇ ଅସୁବିଧାର ସମ୍ମୁଖୀନ ହୋଇଥିଲେ ବି କେବେ ସେ ନିଜକୁ ଦୁର୍ବଳ କରିବାକୁ ଦେଇନଥିଲେ । ସେବା କରିବା ପାଇଁ ଅନାମୀଙ୍କ ସବୁବେଳେ ଇଚ୍ଛା ରହିଥିଲା । କିଛି ଦିନ ତଳେ ଅନାମୀ ତାଙ୍କ ମାଆଙ୍କୁ ହରାଇଛନ୍ତି, ଯିଏ ତାଙ୍କ ମାର୍ଗଦର୍ଶିକା ଏବଂ ଜୀବନରେ ଶକ୍ତି ଉତ୍ସ ଥିଲେ । ଏହି କ୍ଷତି ଅନାମୀଙ୍କ ହୃଦୟରେ ଏକ ଶୂନ୍ୟସ୍ଥାନ ଛାଡି ଦେଇଥିଲା ।

ଯୁକ୍ତ ୩ ପାଠ ପଢିଥିବା ଅନାମୀ ନର୍ସିଂ ତାଲିମ ସମାପ୍ତ କରିବା ପରେ ଗାଁକୁ ଫେରି ପ୍ରଥମେ କୋଇଡା ଇଂରାଜୀ ମାଧ୍ୟମ ସ୍କୁଲରେ ନର୍ସ ଭାବେ କାମ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଏହି ସ୍କୁଲରେ ପରିଚାରିକା ଭାବେ କାମ କରିବାକୁ ସୁଯୋଗ ମିଳିଥଲା । ବାଳିକା ହଷ୍ଟେଲରେ ପରିଚାରିକା ଭୂମିକା ଗ୍ରହଣ କରିବା କେବଳ ଅନାମୀଙ୍କ ପାଇଁ କାମ ନୁହେଁ; ବରଂ ଏକ ଆହ୍ୱାନ ଥିଲା । ନାବାଳିକାମାନେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ସେ ବୁଝି ପାରିଥିଲେ । ଅନାମୀଙ୍କ ନିଜ ଅନୁଭୂତି ହଷ୍ଟେଲରେ ରହୁଥିବା ଝିଅଙ୍କ ଜୀବନରେ ଏକ ପରିବର୍ତ୍ତନ ଆଣିବା ପାଇଁ ତାଙ୍କ ଉତ୍ସାହକୁ ବଢାଇଥିଲା ।

ଅନାମୀ କାମ କରୁଥିବା ଆବାସିକ ବିଦ୍ୟାଳୟରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଅନୁସୂଚିତ ଜନଜାତିର ଅନେକ ଶିଶୁ କନ୍ୟା ପାଢ ପଢିବାକୁ ଆସିଥାନ୍ତି । ବାହାର ଦୁନିଆଠାରୁ ଭିନ୍ନ ଥିବା ଏହି ଛାତ୍ରୀମାନଙ୍କ ମନ କଥା ବୁଝିବା ସହଜ ନ ଥିଲା । ଏଥିପାଇଁ ଆଦିବାସୀ ଶୈଳୀରେ କଥା ହୋଇ ସେ ଏଠାରେ ରହୁଥିବା ଶିଶୁ କନ୍ୟାମାନଙ୍କ ମନ କଥା ବୁଝିବାରେ ସଫଳ ହୋଇଥିଲେ । ଜଣେ ପରିଚାରିକା ଭାବେ ତାଙ୍କର ଭୂମିକା ବିଷୟରେ କଥାବାର୍ତ୍ତା କରି ସେ କିପରି ନିଜ ମା ପରି ସେମାନଙ୍କ ଯତ୍ନ ନିଅନ୍ତି ତାହା ବ୍ୟାଖ୍ୟା କରନ୍ତି | “ମୁଁ ବି ଜଣେ ନାରୀ କିପରି ଝିଅଙ୍କ ଯତ୍ନ ନିଅନ୍ତି ମୁଁ ଜାଣେ । ମୁଁ ସେମାନଙ୍କୁ ମୋ ଝିଅ ପରି ବ୍ୟବହାର କରେ । ଯେହେତୁ ସେମାନେ ପ୍ରାୟତଃ ଗ୍ରାମାଞ୍ଚଳରୁ ଆସିଥିବା ଆଦିବାସୀ ଝିଅ, ସେମାନେ କିଭଳି ସ୍ୱଚ୍ଛ ରହିବେ ସେହି ବିଷୟରେ ଶିକ୍ଷା ଦେବାକୁ ଚେଷ୍ଟା କରେ । ମୋ ଉପରେ ସେମାନଙ୍କର ବିଶ୍ୱାସ ତାଙ୍କୁ ଆତ୍ମବିଶ୍ୱାସ ପ୍ରଦାନ କରୁଛି” ବୋଲି ସେ କହିଛନ୍ତି ।

ଅନାମୀଙ୍କ ଭଳି ଅନ୍ୟ ଜଣେ ଅଗ୍ରଣୀ କର୍ମଚାରୀ ହେଉଛନ୍ତି ବବିତା ନାଏକ । ଗତ ୧୦ ବର୍ଷ ହେବ ସେ ଏହି ଆବାସିକ ବିଦ୍ୟାଳୟରେ ଶିଶୁ କନ୍ୟାମାନଙ୍କୁ ଖାଇବା ଯୋଗାଇ ଦେଉଛନ୍ତି । ବବିତାଙ୍କୁ ସବୁ ଅନ୍ତେବାସିନୀ “ଦିଦି” ବୋଲି ସମ୍ବୋଧନ କରନ୍ତି । ନିଜେ ଦୁଃଖରେ ଚଳୁଥିଲେ ମଧ୍ୟ ପାଠ ପଢାର ଗୁରୁତ୍ବକୁ ବୁଝି ବିବତା ତାଙ୍କ ପୁଅକୁ ଯୁକ୍ତ ୩ ବିଜ୍ଞାନ ଓ ଝିଅକୁ ଯୁକ୍ତ ୨ ବିଜ୍ଞାନରେ ନାମ ଲେଖାଇଛନ୍ତି । ପାଠ ପଢା ସରିବା ପରେ ସେମାନେ ଚାକିରି କରି କିଭଳି ବଡ ଚାକିରୀ କରିବେ ସେଇଟା ରହିଛି ତାଙ୍କ ସ୍ବପ୍ନ । ହଷ୍ଟେଲରେ ରହୁଥିବା ଛୋଟ ଶିଶୁ କନ୍ୟାମାନଙ୍କୁ ନିଜର କରି ରଖିଛନ୍ତି ସେ । ପାଠପଢା ସରିବା ପରେ ବାହାରେ ଚାକିରି କରୁଥିବା ଝିଅମାନେ ଏଠାକୁ ଆସି ତାଙ୍କୁ ଭେଟି ପୁରୁଣା କଥା ମନେ ପାକାନ୍ତି ।

ଛାତ୍ରୀମାନଙ୍କୁ ଭାବପ୍ରବଣତା ଏବଂ ମାର୍ଗଦର୍ଶନ ପ୍ରଦାନ କରବା ପ୍ରେମ ଏବଂ ଯତ୍ନର ଏକ ପରିବେଶ ସୃଷ୍ଟି କରି ପରିଚାରିକାମାନେ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଆସୁଛନ୍ତି । ଯୁବ ପୀଢିକୁ ମାର୍ଗଦର୍ଶନ ପ୍ରଦାନ କରି ସେମାନଙ୍କ ସାମନାରେ ଆସୁଥିବା ବାଧାବିଘ୍ନକୁ କମ କରିବାରେ ସାହାଯ୍ୟ କରି ସେମାନଙ୍କ ଦାୟିତ୍ବରେ ଥିବା ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଅଭିବୃଦ୍ଧି ଏବଂ ବିକାଶରେ ଯଥେଷ୍ଟ ସହଯୋଗ କରୁଛନ୍ତି । ପରଦା ପଛର ନାୟିକା ପାଚିକାମାନେ ଅଗଣିତ ବ୍ୟକ୍ତିବିଶେଷଙ୍କ କଲ୍ୟାଣରେ ମହତ୍ବପୂର୍ଣ ଅବଦାନ ଦେଇ ଆସୁଛନ୍ତି । ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର, ଏବଂ ଗୋଷ୍ଠୀ ରୋଷେଇ ଘରେ, ଏହି ପାଚିକାମାନେ ଶିଶୁ, ଅସୁରକ୍ଷିତ ଜନଜାତି ଏବଂ ନିରାଶ୍ରୟ ଲୋକଙ୍କୁ ପୁଷ୍ଟିକର ଏବଂ ସନ୍ତୁଳିତ ଖାଦ୍ୟ ଯୋଗାଇ ଦେବା ପାଇଁ ମନ ଧ୍ୟାନ ଦେଇ କାମ କରୁଛନ୍ତି ।

ମାନଙ୍କର ଭୂମିକା ରୋଷେଇ ଘର ବାହାରେ ମଧ୍ୟ ରହିଛି; ସୁସ୍ଥ ଖାଦ୍ୟ ଏବଂ ସ୍ୱଚ୍ଛତାକୁ ମଧ୍ୟ ସେମାନେ ପ୍ରୋତ୍ସାହିତ କରୁଛନ୍ତି । ଯାହା ସେବା କରୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ଏବଂ ବିକାଶ ଉପରେ ଏକ ଚିରସ୍ଥାୟୀ ପ୍ରଭାବ ପକାଉଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy