ଫେବ୍ରୁଆରୀ ୨୦ରେ ହେବ ମାଟ୍ରିକ ପରୀକ୍ଷା

0 179

ଭୁବନେଶ୍ୱର/କଟକ, (ରିପୋଟର୍ସ ପେନ୍‌): ଆଗୁଆ ହେବ ମାଟ୍ରିକ ପରୀକ୍ଷା। ଫେବ୍ରୁଆରୀ ୨୦ରେ ହେବ ୨୦୨୪ ମାଟ୍ରିକ EXAM। ଏନେଇ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ। ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଏକତ୍ରିତ ହେବ ହେବ ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ।

୨୦୨୩ରେ ମାର୍ଚ୍ଚ ୧୦ରୁ ମାର୍ଚ୍ଚ ୨୦ ଯାଏଁ ହୋଇଥିଲା ମାଟ୍ରିକ ପରୀକ୍ଷା। ଆଉ ଦୁଇଟି ସମେଟିଭ ନୁହେଁ ଗୋଟିଏ ବୋର୍ଡ଼ ପରୀକ୍ଷା ଦେବେ ଛାତ୍ର ଛାତ୍ରୀ। ପ୍ରତ୍ୟେକ ବିଷୟରେ ୧୦୦ ମାର୍କର ପରୀକ୍ଷା ହେବ। ପରୀକ୍ଷାର ୮୦ ପ୍ରତିଶତ ଓ ସ୍କୁଲରେ ହୋଇଥିବା ଇଣ୍ଟରନାଲ ପରୀକ୍ଷାର ୨୦ ପ୍ରତିଶତ ମିଶି ମାର୍କ ସିଟ ପ୍ରସ୍ତୁତ ହେବ ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ବୋଲି ସୂଚନା ଦେଇଛନ୍ତି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy