ମହିଳା ସାମ୍ବାଦିକଙ୍କୁ ପିଟିଲେ ଟୁଟୁ ନାୟକ!

0 4,657

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଓଡିଆ ଚଳଚ୍ଚିତ୍ର ପ୍ରଯୋଜକ ସଂଜୟ ନାୟକ ଓରଫ ଟୁଟୁ ନାୟକ ପୁଣି ବିବାଦ ଘେରକୁ ଆସିଛନ୍ତି । କିଛିଦିନ ତଳେ ଅଭିନେତା ମନୋଜ ମିଶ୍ରଙ୍କୁ ବ୍ୟାନ କରିଥିବା ନେଇ ବୟାନ ଦେଇ ବିବାଦ ଘେରକୁ ଆସିଥିବା ବେଳେ ଏବେ ସବୁ ସୀମା ଟପି ଜଣେ କାର୍ଯ୍ୟରତ ମହିଳା ସାମ୍ବାଦିକ ଦେବସ୍ମିତାଙ୍କୁ ମାଡ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଖାରବେଳନଗର ଥାନା ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଟୁଟୁ ନାୟକଙ୍କ ଏଭଳି ଆଚରଣକୁ ଲୋକେ ‘ଉଦ୍ଧତ ପଣିଆ’ ବୋଲି କହିଛନ୍ତି ।

ସାମ୍ବାଦିକାଙ୍କ ଅଭିଯୋଗ ଅନୁସାରେ, ଆଜି ଏକ ସିନେମାର ପ୍ରିମିୟର ସୋ’ର ଖବର ସଂଗ୍ରହ ଲାଗି ଯାଇଥିଲେ । ଏହି ସମୟରେ ଟୁଟୁ ନାୟକ ତାଙ୍କୁ ଧକ୍କା ମାରିବା ସହ ହଠାତ୍ ତାଙ୍କ ଗାଲକୁ ଚାପୁଡା ମାରିଥିଲେ । ସେ କିଛି ବୁଝିବା ଆଗରୁ ଟୁଟୁ ନାୟକ ତାଙ୍କୁ ଠେଲି ଦେଇ ପଳାଇଯାଇଥିଲେ । ଏପରିକି ଟୁଟୁ ନାୟକ ସାମ୍ବାଦିକଙ୍କୁ ଅଶ୍ରାଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ତେବେ ଟୁଟୁ ନାୟକ ତାଙ୍କୁ କାହିଁକି ମାରିଲେ ସେ ଜାଣିନାହାନ୍ତି । ଟୁଟୁଙ୍କ ଏପରି ବ୍ୟବହାର ତାଙ୍କ ମର୍ଯ୍ୟାଦା ହାନୀ କରିଥିବା ସାମ୍ବାଦିକା ତଣକ ଅଭିଯୋଗ କରିଛନ୍ତି । ଏହାସହ ପ୍ରଯୋଜକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଖୋଳତାଡ କରୁଥିବା ବେଳେ ଟୁଟୁ ନାୟକ ‘ଆଇ ଆମ ସରି’ ବୋଲି କହିଛନ୍ତି । ସେ କହିଛନ୍ତି ମୋ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲି । ସେ ଆଗକୁ ଚାଲି ଆସିବାରୁ ମୁଁ ତାଙ୍କୁ ମାଡ ମାରି ପଳାଇଆସିଥିଲି । ମୋର ସେମିତି କିଛି ଉର୍ଦ୍ଦେଶ୍ୟ ନଥିଲା ।

ଏଠାରେ ପ୍ରଶ୍ନ ଉଠୁଛି, ଉଦ୍ଦେଶ୍ୟ ଥାଉ ବା ନଥାଉ, ଜଣେ ମହିଳା ସାମ୍ବାଦିକଙ୍କୁ ମାଡ ମାରିବାକୁ ଟୁଟୁ ନାୟକ ସାହାସ କଲେ କେମିତି? ତାଙ୍କୁ ଏ ଅଧିକାରୀ ଦେଲା କିଏ? ଟୁଟୁ ନାୟକ ନିଜକୁ କ’ଣ ଭାବୁଛନ୍ତି କି? କାହା ସାହାସରେ ସେ ଏତେ ଉଦ୍ଧତ ହେଉଛନ୍ତି? ଏସବୁର ତଦନ୍ତ କରାଯିବା ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାମ୍ବାଦିକ ମହଲରେ ଦାବି ହେଉଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy