ଅପହରଣ ଓ ଦାଦାବଟି ମାଗି ଦୁଇ ଗିରଫ

0 742

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଅପହରଣ ଓ ଦାଦାବଟି ମାଗିବା ଅଭିଯୋଗରେ ଏୟାରଫିଲ୍ଡ ଥାନା ପୁଲିସ ଦୁଇ ଜଣ ବାଉନ୍ସରଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ପୁରୁଣା ଭୁବନେଶ୍ୱର କୁଞ୍ଜପାଟଣାସାହିର ଆଶିଷ ସାହୁ ଓରଫ ପିନୁ ଓ ବାଲିପାଟଣା ଅଞ୍ଚଳର ଆଦିତ୍ୟ ବରାଳ ଓରଫ ଆଦି । ପୁଲିସ ଏମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

ସୂଚନା ଅନୁସାରେ, କଟକରୋଡରେ ଥିବା ମହାନ୍ତି ଡ୍ୟାନ୍ସ ବାର ମ୍ୟାନେଜର ସୁନ୍ଦରପଦାରେ ଘର ଭଡା ନେଇ ରୁହନ୍ତି । ଗତମାସ ୨୮ ତାରିଖ ଦିନ ଅପରାହ୍ଣରେ ଅଭିଯୁକ୍ତ ଆଶିଷ ଓ ଦୁଇ ସହଯୋଗୀ ସୋଫି ଖାନ ଏବଂ ଅମିତ ଏକ ସ୍କପିଓରେ ଆସି ତାଙ୍କୁ ବଳପୂର୍ବକ ଉଠାଇ ନେଇଥିଲେ । ଶିଶୁପାଳଗଡରେ ତାଙ୍କୁ ବନ୍ଦୀ କରି ରଖିବା ସହ ମାଡ ମାରି ପ୍ରତିମାସରେ ୫୦ ହଜାର ବଟି ଦେବାକୁ କହିଥିଲେ । ପରେ ତାଙ୍କୁ ଛାଡି ଦେଇଥିଲେ ।

ଏନେଇ ମ୍ୟାନେଜର ମୁଜିବୁର ରହେମାନ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତେବେ ଗତକାଲି ରାତିରେ ପିନୁ ଶିଶୁପାଳଗଡରେ ଥିବା ଖବରପାଇ ପୁଲିସ ଟିମ ସେଠାରେ ଚଢାଉ କରିଥିଲା । ପୁଲିସ ତାକୁ ହେପାଜତକୁ ନେଇ ପଚରାଉଚରା କରିବା ପରେ ଅପହରଣରେ ବ୍ୟବହୃତ ଗାଡି ଅଭିଯୁକ୍ତ ଆଦିତ୍ୟ ଯୋଗାଇଥିବାରୁ ତାକୁ ଗିରଫ କରାଯାଇଛି । ଏହି ଘଟଣାରେ ଫେରାର ଥିବା ଅନ୍ୟମାନଙ୍କୁ ଧରିବାକୁ ପୁଲିସ ଉଦ୍ୟମ କରୁଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy