ଓଡ଼ିଆ ଘରେ କାହିଁକି ବଡ଼ବଡ଼ୁଆ ଡକାଯାଏ ? ଜାଣନ୍ତୁ ମାହାତ୍ମ୍ୟ

0 390

ରାତି ପାହିଲେ ଦୀପାବଳି ଅମାବାସ୍ୟା । ଲୋକମାନେ ଏହି ଦିନକୁ ଉତ୍ସାହର ସହିତ ଅପେକ୍ଷା କରନ୍ତି, କାରଣ ଦୀପାବଳି ଦିନ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କର ବିଶେଷ ଉପାସନା କରାଯାଇଥାଏ। ତେବେ ଲୋକମାନେ ଘରେ ଦୀପ ଲଗାଇବା ସହ ଲିଚୁ ଲାଇଟରେ ଘରକୁ ସଜାଇ ରଖିଥାନ୍ତି । ଏହା ସହ ସପରିବାର ମିଶି ବାଣ ମଧ୍ୟ ଫୁଟାଇଥାନ୍ତି । ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବଡ଼ବଡ଼ୁଆ ଡ଼ାକ । ଏହି ଦିନକୁ ପୟା ଅମାବାସ୍ୟା ବା କାର୍ତ୍ତିକ ଅମାବାସ୍ୟା ମଧ୍ୟ କୁହାଯାଏ। ଏଦିଦିନ ସଂଧ୍ୟାରେ ମହାଳୟା ଶ୍ରାଦ୍ଧ ଦିଆଯାଏ ଏବଂ ପିତୃପୁରୁଷଙ୍କୁ ପିଠା ଉପରେ ଦୀପ ଆଲୋକ ପ୍ରଦାନ କରାଯାଏ । 

ଏହାସହ ଭଗବାନଙ୍କୁ ପୂଜାର୍ଚ୍ଚନା କରି କାଉଁରିଆ କାଠିରେ ନିଆଁ ଜଳାଯାଇ ବଡ଼ବଡ଼ୁଆ ଡକାଯାଏ ଓ ବାଣଫୁଟା ହୁଏ । ବଡ଼ ବଡୁଆ ଡକା ସମୟରେ କୁହାଯାଏ-‘ବଡବଡୁଆ ହୋ, ଅନ୍ଧାରରେ ଆସ, ଆଲୁଅରେ ଯାଅ, ବାଇଶି ପାହାଚରେ ଗଡ ଗଡଉଥାଅ । ଏହି ଅମାବାସ୍ୟାରେ ଓଡ଼ିଶାର ଲୋକମାନେ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ମନେ ପକାଇଥାନ୍ତି । ଅନନ୍ୟ ରୀତିନୀତି ମାଧ୍ୟମରେ ବଡ଼ ବଡୁଆ ଡାକ ଭାବରେ ମଧ୍ୟ ଜଣାଶୁଣା । ଦୀପାବଳିର ପୂର୍ବ ଦିନ ପରିବାରର ସମସ୍ତ ସଦସ୍ୟ ନିଜ ଘରେ ଉପସ୍ଥିତ ରହିଥାନ୍ତି। ସେମାନେ ନିଜ ଘର ସାମ୍ନାରେ ଭୂମିରେ ନାବିକ ଆକାରରେ ରଙ୍ଗୋଲି ଆଙ୍କନ୍ତି । ନାବିକ ଡଙ୍ଗାରେ ଥାଏ ସାତଟି କୋଠରୀ ଏବଂ ପ୍ରତ୍ୟେକ କୋଠରୀ ବିଶେଷ ମହତ୍ତ୍ୱ ରଖେ । 

ସେଗୁଡ଼ିକ ତେଲ, ଲୁଣ, ସୋରିଷ, କଦଳୀ ଏବଂ ଜଙ୍ଗଲୀ ଲତା ରଖାଯାଏ । ମଝି କୋଠରୀରେ ପ୍ରସାଦ ରଖାଯିବା ସହ କିଛି କାଉଁରିଆ କାଠିକୁ ବିଡା କରି ତାହାର ଆଗରେ ଏକ କପଡା ବନ୍ଧାଯାଏ । ସେଥିରେ ଅଗ୍ନି ସଂଯୋଗ କରାଯାଏ । ଏହା ପରେ ସେହି ଅଗ୍ନିକୁ ଆକାଶ ଦିଗକୁ ଦେଖାଇବା ସହ ବଡ ବଡୁଆ ହୋ ଅନ୍ଧାରରେ ଆସ, ଆଲୁଅରେ ଯାଅ ହୁରି ପକାଯାଏ । ମହାପ୍ରସାଦ ଖାଇ ବାଇଶି ପାହାଚେ ଗଡଗଡଉ ଥାଅ ବୋଲି ଗୀତ ବୋଲାଯାଏ । ପୂର୍ବ ପୁରୁଷଙ୍କ ପାଇଁ ଏହା କୁହାଯାଇଥାଏ । ଏଥିରେ ସେମାନଙ୍କ ଆତ୍ମା ଶାନ୍ତି ହୋଇଥାଏ ବୋଲି ବିଶ୍ୱାସ ରଖାଯାଏ।

ସେହିପରି ଆଲୋକର ପର୍ବ ଦୀପାବଳି କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ପାଳନ କରାଯାଏ । ପୂରା ଦେଶରେ ସର୍ବତ୍ର ଦୀପାବଳି ପର୍ବ ଆଡମ୍ବର ସହକାରେ ପାଳନ କରାଯାଏ । ହିନ୍ଦୁ ମାନଙ୍କର ପ୍ରଧାନ ପର୍ବ ହେଉଛି ଦୀପାବଳି । ଦୀପ ଆଲୋକରେ ଗୃହ ସଜାଯାଇ ପିତୃପୁରୁଷଙ୍କୁ ସ୍ମରଣ କରାଯାଉଥିବାରୁ ଏହି ପର୍ବର ନାମ ଦୀପାବଳି ହୋଇଛି । ପିତୃପୁରୁଷଙ୍କୁ ଏଦି ଦିନ ଦୀପ ଦାନ କରାଯାଏ । କାରଣ ଏହି ତିଥିରେ ଆଲୋକ ବା ଦୀପର ଜ୍ୟୋତି ପାଇ ପିତୃପୁରୁଷ ପ୍ରେତ ଲୋକରୁ ମୁକ୍ତି ପାଆନ୍ତି ବୋଲି ବିଶ୍ୱାସ ରହିଛି । ଦୀପାବଳିରେ ନୂଆ ପୋଷାକ, ପିଠା ପଣା ସହ ମିଠା ର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଘରକୁ ସଜାଯାଇ ସପରିବାର ଏହାକୁ ପାଳିଥାନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy