ଫେସବୁକ୍‌, ଇନଷ୍ଟାଗ୍ରାମ ଡାଉନ୍‌: ଆକାଉଣ୍ଟ ଲଗ୍ ଆଉଟ୍ ହେଲା

0 1,060

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଓ ଇନଷ୍ଟାଗ୍ରାମ ହଠାତ୍ ମଙ୍ଗଳବାର ରାତିରେ (୫ ଫେବୃଆରୀ ୨୦୨୪) ସର୍ଭର ଡାଉନ ହୋଇଛି । ବ୍ୟବହାରକାରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହଠାତ୍ ଲଗ୍ ଆଉଟ୍ ହୋଇଯାଉଛି ।

ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ହଠାତ୍ ଡାଉନ ଯୋଗୁଁ ଲକ୍ଷ ଲକ୍ଷ ଉପଭୋକ୍ତା ଅସୁବିଧାରେ ପଡ଼ିଛନ୍ତି । #facebookdown ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି । ସେମାନଙ୍କର ଅଭିଯୋଗ ସହିତ, ଉପଭୋକ୍ତାମାନେ ମଧ୍ୟ ଏହି ବିଷୟରେ ମଜାଳିଆ ପ୍ରତିକ୍ରିୟା ଦେଉଛନ୍ତି ।

ଏହି ସମୟ ମଧ୍ୟରେ, ମେଟା ମାଲିକ ମାର୍କ ଜୁକରବର୍ଗଙ୍କୁ ଟ୍ରୋଲ କରିବାକୁ ଉପଭୋକ୍ତମାନେ ମଧ୍ୟ ପଛାଇଲେ ନାହିଁ । ଲୋକମାନେ ଜୁକରବର୍ଗଙ୍କ ମର୍ଫେଡ୍ ଫଟୋ ସେୟାର କରିଥିଲେ । ଏଥିରେ ଜୁକରବର୍ଗ ତାରକୁ କାଟିଥିବାର ଦେଖାଯାଏ ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବଂ ଇନଷ୍ଟାଗ୍ରାମ ଡାଉନ ହେବା, ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଲୋକେ ଏଭଳି ସମସ୍ୟାର ସମ୍ମୁଖିନ ହୋଇଛନ୍ତି । ଲୋକମାନେ ଫେସବୁକରେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରଥମ ଥର ପାଇଁ ଫେସବୁକ୍ ଖୋଲିବା ପରେ ଯେତେବେଳେ ଲଗଇନ୍ ସମ୍ଭବ ହେଲା ନାହିଁ, ଉପଭୋକ୍ତାମାନେ ନିଜ ଫୋନ୍ ବନ୍ଦ କରିବା ଆରମ୍ଭ କଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy