କେନ୍ଦ୍ରାପଡା: ପରିବର୍ତ୍ତନର ଆଭାସ ଦେଲା କଂଗ୍ରେସ

0 3,392

କେନ୍ଦ୍ରାପଡା/ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ୯ରୁ ୯୦ ସ୍ଲୋଗାନ ଦେଉଥିବା କଂଗ୍ରେସକୁ କିଛିଟା ଆସ୍ୱସ୍ତି ମିଳିଛି । କେନ୍ଦ୍ରାପଡାର ଟାଣୁଆ ନେତା ଗଣେଶ୍ୱର ବେହେରା ବିରୋଧି ଶିବିରକୁ ଯିବା ପରେ କଂଗ୍ରେସର ଆଶା ମଉଳି ଯାଇଥିଲା । ମାତ୍ର ସିପ୍ରା ମଲ୍ଲିକଙ୍କ ଆର୍ବିଭାବ ଓ ଆଜିର ଶୋଭାଯାତ୍ରାକୁ ଦେଖିଲେ, ରାଜ୍ୟରେ ସରକାର ପରିବର୍ତ୍ତନର ଆଭାସ ମିଳିଯାଉଛି । କଂଗ୍ରେସକୁ ଲୋକେ ପୁଣି ଥରେ ସତ୍ତାକୁ ଆଣିବାକୁ ଇଚ୍ଛା ପ୍ରକାଶ କରୁଥିବା ଏକ ପ୍ରକାର ବାରିହୋଇପଡୁଛି ।

କଂଗ୍ରେସର କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ସିଦ୍ଧାର୍ଥ ସ୍ୱରୂପ ଦାସ ଟିକେଟ ଘୋଷଣା ପରେ ଆଜି ବଳଦେବଜୀଉଙ୍କ ଦର୍ଶନ ଲାଗି ଯାଇଥିଲେ । ଏହି ସମୟରେ ତାଙ୍କୁ ପାଛୋଟି ନେତାକୁ କଂଗ୍ରେସ କର୍ମୀ ଓ ସମର୍ଥକମାନେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରିଥିଲେ । ଏଥିରେ କେନ୍ଦ୍ରାପଡା ବିଧାୟିକା ପ୍ରାର୍ଥୀ ସିପ୍ରା ମଲ୍ଲିକଙ୍କ ସମେତ ସମସ୍ତ ୭ଟି ଯାକ ଆସନର ପ୍ରାର୍ଥୀ, ସମର୍ଥକ ଓ ହଜାର ହଜାର ସଂଖ୍ୟାରେ କର୍ମୀ ଯୋଗ ଦେଇଥିଲେ ।

କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର୍ର ପୀରବଜାର ଠାରୁ ଏକ ବିରାଟ ପଟୁଆରରେ ଶୋଭାଯାତ୍ରା ବଳଦେବଜୀଉ ମନ୍ଦିର ପାଖକୁ ଯାଇଥିଲା । ସାଲେପୁର, ନିଶ୍ଚିତକୋଇଲି, ଚାନ୍ଦୋଳ ବଜାର, ଦୁହୁରିଆ ଛକ, ତିନିମୁହାଣୀ ଛକ, ପୁରୁଣା ବସଷ୍ଟାଣ୍ଡ ଦେଇ ଶୋଭାଯାତ୍ରା ମହାପ୍ରଭୁ ଶ୍ରୀବଳଦେବ ଜୀଉଙ୍କ ମନ୍ଦିରରେ ପହଞ୍ଚିଥିଲା । ଶୋଭାଯାତ୍ରାରେ ଏତେ ସଂଖ୍ୟାରେ କାର, ବାଇକ ଯାଇଥିଲା ଯେ, ପ୍ରାୟ ୩କିଲୋ ମିଟର ପର୍ଯ୍ୟନ୍ତ ରାସ୍ତା ଜାମ ହୋଇଯାଇଥିଲା । କଂଗ୍ରେସର ଏଭଳି ଶୋଭାଯାତ୍ରା ବିରୋଧିଙ୍କୁ ହତଚକିତ କରିଥିବା ବେଳେ ଦଳୀୟ ମହଲରେ ଆଶା ସଂଚାର କରିଛି ।

ଶୋଭାଯାତ୍ରା ବଳଦେବଜୀଉ ମନ୍ଦିର ପାଖରେ ପହଞ୍ଚିବା ପରେ ସିଦ୍ଧାର୍ଥ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରି ବଡ ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରି ପ୍ରଚାର କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଆଜିର ଶୋଭାଯାତ୍ରା କେବଳ ସାଂସଦ ପ୍ରାର୍ଥୀ ନୁହଁନ୍ତି ବରଂ ସମସ୍ତ ବିଧାୟକ ପ୍ରାର୍ଥୀଙ୍କ ମନୋବଳକୁ ବଢାଇଦେଇଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଶ୍ରୀଦାଶ କେନ୍ଦ୍ରାପଡା ଜିଲ୍ଳା କଂଗ୍ରେସର ସମସ୍ତ ବରିଷ୍ଠ କଂଗ୍ରେସ ନେତୃବୃନ୍ଦଙ୍କୁ ଆରମ୍ଭ କରି ସମସ୍ତ କର୍ମକର୍ତ୍ତା, କଂଗ୍ରେସ ଶୁଭେଚ୍ଛୁ ଏବଂ ସାଧାରଣ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅନ୍ୟପକ୍ଷରେ ଆଜିର ଏହି ଶୋଭାଯାତ୍ରା କଂଗ୍ରେସରୁ କ୍ଷମତା ପାଇଁ ବିଜେଡିକୁ ଲମ୍ଫ ମାରିଥିବା ଗଣେଶ୍ୱର ବେହେରାଙ୍କ ଶିବିରକୁ ଶକ୍ତ ଧକ୍କା ଦେଇଛି । ବିରୋଧି ଏଭଳି ଶୋଭାଯାତ୍ରା ଦେଖି ଏକ ପ୍ରକାର ଭୟଭିତ ହୋଇପଡିଛନ୍ତି । ତେବେ ଗଣେଶ୍ୱରଙ୍କୁ ବିଜେଡିରେ ବିରୋଧ ହେବା ଓ ଏଭଳି ବିରାଟ ଶୋଭାଯାତ୍ରା ତାଙ୍କୁ ବିଚଳିତ କରିପକାଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy