ଏସିଆ କପ୍ ଫାଇନାଲରେ ଟିମ ଇଣ୍ଡିଆ, ଶ୍ରୀଲଙ୍କାକୁୁ ୪୧ ରନରେ ହରାଇଲା

0 820

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ର ସୁପର-୪ରେ ଭାରତ ଶ୍ରୀଲଙ୍କାକୁ ୪୧ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଯଦିଓ ଆଉ ଗୋଟିଏ ମ୍ୟାଚ ବାଲଂଦେଶ ସହିତ ବାକି ଅଛି, ତଥାପି ଭାରତ ଫାଇନାଲରେ ପ୍ରବେଶ କରିସାରିଛି । ଆଜିର ମ୍ୟାଚରେ ରବୀନ୍ଦ୍ର ଜାଡେଜା ସଫଳ ବୋଲର ସାବ୍ୟସ୍ତ ହୋଇଥିବା କୁଲଦୀପ ଯାଦବ ମଧ୍ୟ ସଠିକ ଢଙ୍ଗରେ ବୋଲିଂ କରିଥିଲେ ।

କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଏସିଆ କପ୍ ସୁପର-୪ର ଏକ ରୋମାଞ୍ଚକର ମ୍ୟାଚରେ ଶ୍ରୀଲଙ୍କାକୁ  ରନରେ ହରାଇ ଦେଇଛି ଭାରତ । ଭାରତ ପକ୍ଷରୁ ଶ୍ରୀଲଙ୍କା ଆଗରେ ୨୧୪ ରନର ବିଜୟ ଲକ୍ଷ୍ୟ ରଖାଯାଇଥିବାବେଳେ ଶ୍ରୀଲଙ୍କା ୪୧.୩ ଓଭରରେ ୧୭୨ ରନ କରି ଅଲଆଉଟ ହୋଇଯାଇଥିଲା । ଶ୍ରୀଲଙ୍କା ପକ୍ଷରୁ ଦୁନିଥ ଓ୍ବାଲାଲାଙ୍ଗେ ସର୍ବାଧିକ ୪୨ ରନ କରିଥିବାବେଳେ ଧନଞ୍ଜୟ ଡିସିଲଭା ୪୧ ରନ କରିଥିଲେ । ଭାରତ ପକ୍ଷରୁ କୂଳଦୀପ ଯାଦବ ୪ଟି ଓ୍ବିକେଟ ନେଇଥିବାବେଳେ ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଦେଜା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ସ୍ପିନକୁ ସୁହାଉଥିବା ଏକ ପିଚରେ ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ ଆରମ୍ଭରୁ ସତର୍କତାର ସହ ଖେଳି ଏକ ଭଲ ମୂଳଦୁଆ ପକାଇଥିଲେ । ରୋହିତ ଶର୍ମା ୫୩ ରନ କରିଥିବାବେଳେ ଗିଲ୍ ୧୯ ରନ କରିଥିଲେ । କିନ୍ତୁ ବିରାଟ ମାତ୍ର ୩ ରନ କରି ଆଉଟ ହୋଇଥିଲେ । ତେବେ ଇଶାନ କିଷନ ଓ କେଏଲ ରାହୁଲ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ରାହୁଲ ୩୯ ରନ ଓ କିଷନ ୩୩ ରନ କରିଥିଲେ । କିଷନ ଆଉଟ ହେବା ପରେ ଦଳର ଅନ୍ୟ ବ୍ୟାଟରମାନେ ବିଫଳ ହୋଇଥିଲେ । କିନ୍ତୁ ଶେଷ ବେଳକୁ ଅକ୍ଷର ପଟେଲ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୨୧୩ ପର୍ଯ୍ୟନ୍ତ ନେଇଯାଇଥିଲେ । ସେ ୨୬ ରନ କରି ଶେଷ ଓଭରରେ ଆଉଟ ହୋଇଥିଲେ । ଶ୍ରୀଲଙ୍କା ପକ୍ଷରୁ ଦୁନିଥ୍ ଓ୍ବାଲାଙ୍ଗେ ୫ଟି ଓ୍ବିକେଟ ନେଇଥିବାବେଳେ ଚରିଥ୍ ଅସଲଙ୍କା ୪ଟି ଓ୍ବିକେଟ ନେଇଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy