ଶୋଭନୀୟ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ

0 69

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପୋଖରୀଫୁଟଭିସ୍ଥିତ ଶୋଭନୀୟ ପ୍ଲେ ସ୍କୁଲର ୨୨ ତମ ବାର୍ଷିକ ଉତ୍ସବ ଅଞ୍ଜୁମନ- ୨୪ ଗତକାଲି ରବିବାର ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଜଭଲ ଏବଂ ଅକ୍‌ସିତା ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସଭା ସ୍ଥଳକୁ ପାଛୋଟି ଆଣିଥିଲେ । ଅତିଥିମାନେ ପ୍ରଦୀପ ପ୍ରତ୍ତୋଳନ କରି ସଭାର ଶୁଭାରମ୍ଭ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ପ୍ରାବନ୍ଧିକ ଶ୍ରୀ ରବୀ ଦାସ ଯୋଗ ଦେଇ କହିଥିଲେ ଯେ ଗଛ ପୋତିବା ଆଗରୁ ଯେପରି ସଫା ସୁତୁରା କରି ଗଛ ପୋତି ପାଣି ଦେବା ସହ ଉପଯୁକ୍ତ ସାର ଇତ୍ୟାଦି ଦିଆଯାଇ ଯତ୍ନ ନିଆଯାଏ ସେହିଭଳି ସ୍କୁଲ ପିଲାଙ୍କୁ ମା’ମାନେ ଯତ୍ନ ନେବା ଉଚିତ୍ ।

ତା’ ପରବର୍ତୀ ସମୟରେ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ସେହିଭଳି ଶିଶୁମାନଙ୍କର ମା’ ମାନଙ୍କ ଭଳି ଯତ୍ନ ନେବା ଉଚିତ୍ । ମା’ମାନେ ପିଲାଙ୍କର ସାଥି ହୋଇ ପିଲା କ’ଣ କରୁଛି ତାହା ଜାଣିବା ଉଚିତ୍ । ତେବେ ଯାଇ ପିଲା ମା’କୁ ସବୁକଥା ପଚାରିବ ଏବଂ ଭଲ ବାଟରେ ଯିବାକୁ ଚେଷ୍ଟା କରିବ । ସମ୍ମାନୀତ ଅତିଥ ଭାବେ ଯୋଗ ଦେଇ ଶିଳ୍ପପତି ତଥା ବୁକ୍‌କ୍ଲବର ସଭାପତି କୁଲଦିପ ଗୁପ୍ତା କହିଥିଲେ ଯେ ଛୋଟ ପିଲାଙ୍କୁ ମୋବାଇଲ ଠାରୁ ଦୂରେଇ ରଖନ୍ତୁ । ବର୍ତ୍ତମାନ ଯୁଗରେ ମୋବାଇଲ ପିଲାଙ୍କ ପାଇଁ ବିଷ ସଦୃଶ ।

ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ନେଇଥିବା କୃତି କୁନି କୁନି ଛାତ୍ର ଛାତ୍ରୀଙ୍କୁ ଉପସ୍ଥିତ ଥିବା ଅତିଥିବୃନ୍ଦ ପୁରସ୍କୃତ କରିଥିଲେ । ସଭା ଶେଷରେ ଶୋଭନୀୟ ପ୍ଲେ ସ୍କୁଲର ଛୋଟ ଛୋଟ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତାକର୍ଷକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ବିଶେଷ ଆକର୍ଷଣ ଥିଲା ଛାତ୍ର ଛାତ୍ରୀଙ୍କ ମା’ମାନଙ୍କ ଦ୍ୱାରା ହୋଇଥିବା ଫେଶନ ସୋ ଓ ନୃତ୍ୟ ।

ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ମହାପାତ୍ର ଅଧ୍ଯକ୍ଷତା କରି ସ୍ୱାଗତ ଭାଷଣ ଦେବା ସହିତ ବିଦ୍ୟାଳୟ ବିଷୟରେ ଆଲୋକପାତ କରିଥିଲେ । ସୁଭାଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଆଭା ଶତରୁପା ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟର ଶିକ୍ଷୟତ୍ରୀ ସୁଜାତା, ରତ୍ନପ୍ରଭା, ରୋଜାଲୀନ, ନୃତ୍ୟଗୁରୁ, ଦିଲ୍ଲୀପ ମଞ୍ଚ ପରିଚାଳନା କରିଥିଲେ । ସାମ୍ବାଦିକ ଦୀପକ କୁମାର ମହାପାତ୍ର ଓ ବିଦ୍ୟାଳୟର ଅନ୍ୟମାନେ ଯୋଗ ଦେଇ ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିବାବେଳେ ଶେଷରେ ବିଦ୍ୟାଳୟର ଶିକ୍ଷୟତ୍ରୀ ଅରୁନ୍ଧତି ଧନ୍ୟବାଦ ଅର୍ପଣ କରିଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy