ବାପୁଙ୍କ ବିରୋଧରେ ବଢୁଛି ଅସନ୍ତୋଷ!

0 664

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ବିଧାୟକ ସୁଶାନ୍ତ ରାଉତ ଓରଫ ବାପୁଙ୍କ ଲାଗି ଚଳିତ ନିର୍ବାଚନ ଜିତିବା ସହଜ ହେବ ନାହିଁ । ତାଙ୍କ ବିରୋଧରେ ଜନଅସନ୍ତୋଷ କୁହୁଳିବା ଓ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ତାଙ୍କ ବିରୋଧରେ ପ୍ରାର୍ଥୀ ହେବା ବାପୁଙ୍କ ପାଇଁ ସମସ୍ୟା ବଢାଇ ଦେଇଛି । ଲୋକେ କହୁଛନ୍ତି, ଏଥର କଡା ଫାଇଟ୍ ହେବ, ହେଲେ ଭୋଟ କିଣା ବିକା ନିର୍ଣ୍ଣୟାକ ଭୂମିକା ସାଜିବା ସମ୍ଭାବନା ରହିଛି ।

ସୁଶାନ୍ତ ରାଉତ ଓରଫ ବାପୁ ଜଣେ ମିଷ୍ଟଭାଷୀ ଓ ମେଳାପି ହୋଇଥିଲେ ମଧ୍ୟ ସାଧାରଣ ଲୋକଙ୍କୁ ଉଚିତ ଭାବେ ସହଯୋଗ କରନ୍ତିନାହିଁ । କାଁ ଭାଁ ଲୋକଙ୍କୁ ସହଯୋଗ କରି ବାହାବାଃ ନେଉଥିବା ବାପୁ ବାସ୍ତବରେ ସେଭଳି କିଛି କାମ କରୁଥିବା ନଜିର ନାହିଁ । ବସ୍ତିବାସିନ୍ଦା ଓ ଗାଁ ଲୋକଙ୍କୁ ଉପଯୁକ୍ତ ସରକାରୀ ସୁବିଧା ଯୋଗାଇବାରେ ସେ ଅସମର୍ଥ । ଲୋକଙ୍କ ସେବା କରିବାକୁ ନିର୍ବାଚିତ ହୋଇ ସେ ସର୍ବାଧିକ ସମୟ ସେ ନିଜ ବ୍ୟବସାୟକୁ ଦେଉଥିବା ବେଳେ ଜନତାଙ୍କ ପାଇଁ ତାଙ୍କ ପାଖରେ ସମୟ ନଥାଏ । ଏପରିକି ତୃଣମୂଳସ୍ତର ସଂଗଠନକୁ ମଜବୁତ କରିବାକୁ ଚେଷ୍ଠା କରୁନଥିଲେ । ତେଣୁ ଲୋକେ ଏଥର ତାଙ୍କୁ ନିର୍ବାଚନ ସମୟରେ ଉଚିତ ଶିକ୍ଷା ଦେବାକୁ ଅଣ୍ଟା ଭିଡିଛନ୍ତି ।

ସେହିପରି ବିଜେଡିରୁ ବିଜେପିକୁ ଯାଇଥିବା ପ୍ରିୟଦର୍ଶୀ ମିଶ୍ର ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି । ଶ୍ରୀ ମିଶ୍ର ଯଦିଓ ୫ବର୍ଷ ହେଲା ବିଜେଡି ସକ୍ରିୟ ରାଜନୀତିରେ ନଥିଲେ, ତଥାପି ସେ ଲୋକଙ୍କ ପାଖକୁ ଯାଇ ସୁଖଦୁଃଖରେ ସାମିଲ ହେଉଥିଲେ । ଗାଁ ଗାଁ ବୁଲି ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ କରିବାକୁ ଲାଗିଥିଲେ । ମାତ୍ର ବିଜେଡି ତାଙ୍କୁ ନିରାଶ କରିବାକୁ ଲୋକେ ତାଙ୍କୁ ବିଜେପିରେ ମିଶିବାକୁ ବାଧ୍ୟ କରିଥିଲେ । ତେଣୁ ତାଙ୍କ ସପକ୍ଷରେ ଜନମତ ରହିଥିବା ଜଣାପଡିଛି । ଯଦିଓ ବିଜୟ ନେଇ ସନ୍ଦେହାନୀ ରହିଛି, ତଥାପି ସେ ବାପୁଙ୍କୁ ଟକ୍କର ଦେବେ ଏଥିରେ ସନ୍ଦେହ ନାହିଁ ।

ରାଜନୈତିକ ସମୀକ୍ଷକ ମଳୟ ମହାନ୍ତି କହିଛନ୍ତି, ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେଡିର ସ୍ଥିତି ଭଲ ରହିଛି । ହେଲେ ବାପୁଙ୍କ ବିରୋଧରେ ଜନଅନ୍ତୋଷ ଓ ପ୍ରିୟଦର୍ଶୀ ମିଶ୍ର ବିଜେପିରୁ ପ୍ରାର୍ଥୀ ହେବା ପରେ ବାପୁଙ୍କ ପାଇଁ ଚିନ୍ତା ବଢିଛି । ପ୍ରିୟଦର୍ଶୀ ବିଜେଡିର କିଛି ଭୋଟ କାଟିବା ସମ୍ଭାବନା ରହିଛି । ତେଣୁ ବାପୁଙ୍କ ପାଇଁ ଏହା ସମସ୍ୟା ବଢାଇପାରେ । ତେବେ ଶେଷ ମୁହୂର୍ତ୍ତରେ ଭୋଟ କିଣାବିକା ଏକ ନିର୍ଣ୍ଣୟାକ ଭୂମିକା ନେବ ଏଥିରେ ସନ୍ଦେହ ନାହିଁ । ଭୋଟ କିଣାବିକା ହେଲେ ପ୍ରିୟଦର୍ଶୀ ପଛରେ ପଡିବା ସ୍ୱାଭାବିକ ।

ଆକଳନ କହୁଛି, ୨୦୧୯ରେ ସୁଶାନ୍ତ ରାଉତ ୭୧, ୧୯୩ ଭୋଟ ପାଇଥିବା ବେଳେ ବିଜେପିର ଅପରାଜିତା ମହାନ୍ତି ୪୫, ୭୭୯ ଖଣ୍ଡ ଭୋଟ ପାଇଥିଲେ । ଏଥର ମୋଦୀ ହାୱା, ବିଜେଡି ବିରୋଧୀ ଜନମତ ପ୍ରିୟଦର୍ଶୀଙ୍କ ପକେଟ ଭୋଟ ପାଖାପାଖି ୩୦ ହଜାର ଭୋଟ ରହିଛି । ଏହି ଆକଳନକୁ ଦେଖିଲେ ଉତ୍ତରରେ କଡା ଟକ୍କର ହେବା ଏକ ପ୍ରକାର ନିଶ୍ଚିତ ମନେ ହେଉଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy