ରାମ ନବମୀରେ ଏହି ୩ ରାଶିଙ୍କ ଭାଗ୍ୟ ଖୋଲିବ !

0 186

ବୈଦିକ ଜ୍ୟୋତିଶ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ  ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଏହି କ୍ରମରେ ବର୍ତ୍ତମାନ ଶୁକ୍ର ବୃଷ ରାଶିରେ ବିରାଜମାନ ଥିବା ବେଳେ ଆଜି ସକାଳ ୯ଟା ୫୦ ମିନିଟ୍ ସମୟରେ ସେହି ରାଶିକୁ ଦେବଗୁରୁ ବୃହସ୍ପତି ଚଳନ କରିବେ। ଗୋଟିଏ ରାଶିରେ ଦେବଗୁରୁ ବୃହସ୍ପତି ଓ ଶୁକ୍ରଙ୍କ ମିଳିନ ଗୁରୁ ଶୁକ୍ର ୟୁତି ଯୋଗ ସୃଷ୍ଟି କରୁଛି । ରାମ ନବମୀ ଅବସରରେ ଏହି ଦୁର୍ଲଭ ସଂଯୋଗ ସୃଷ୍ଟି ହୋଇଥିବାରୁ କିଛି ରାଶିକୁ ଶୁଭଫଳ ମିଳିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ….

ଧନବାନ୍ ହେବେ ଏହି ସବୁ ରାଶି:

ମେଷ: ଗୁରୁ ଶୁକ୍ର ୟୁତି ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ। ବିଶେଷକରି କର୍ମକ୍ଷେତ୍ରରେ ଆଶାତିତ ସଫଳତା ପ୍ରାପ୍ତ କରିବେ। ଅଟକି ରହିଥିବା କାର୍ଯ୍ୟ ପୂରା ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ଆୟ ବଢିବା ସହ ରୋଜଗାର ପାଇଁ ନୂଆବାଟ ଖୋଲିବ । ପୁରୁଣା ବିନିଯୋଗରୁ ଲାଭ ମିଳିବା ସହ ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେବ। ବ୍ୟବସାୟୀଙ୍କ ପାଇଁ ସମୟ ଖୁବ୍ ଅନୁକୂଳ ରହିଛି। କୌଣସି ବଡ଼ ଡିଲ୍ ବି ଫାଇନାଲ୍ ହୋଇପାରେ।

ବୃଷ: ଏହି ଗ୍ରହରେ ଦୁଇ ଗ୍ରହଙ୍କ ବୃଷ ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ। ବୈବାହିକ ଜୀବନ ସୁଖମୟ ହେବା ସହ ପ୍ରେମ ବ୍ୟାପାରରେ ମଧୁରତା ବଢିବ। ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ବି ଯୋଡି଼ ହେବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ପ୍ରତ୍ୟକ କାର୍ଯ୍ୟରେ ପରିବାର ଲୋକଙ୍କ ସମର୍ଥନ ମିଳିବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସମର୍ଥନ ମିଳିବା ସହ  ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିବେ। ଏବଂ ଦରମା ବୃଦ୍ଧି ହେବ।  ଆର୍ଥିକ ସ୍ଥିତିରେ ସୁଧାର ଆସିବ।

ସିଂହ: ରାମନବମୀରେ ପଡି଼ଥିବା ଏହି ଦୁର୍ଲଭ ସଂଯୋଗ ଏହି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। କ୍ୟାରିୟରରେ ସଫଳତା ମିଳିବ।  ସମାଜରେ ସମ୍ମାନ ବୃଦ୍ଧି ପାଇବ । ଦିର୍ଘ ଦିନ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ସମସ୍ତ କାର୍ଯ୍ୟରେ ଭାଗ୍ୟ ଆପଣଙ୍କୁ ସାଥ୍ ଦେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନିଜ ଜୀବନ ସାଥୀଙ୍କ ଠାରୁ ସମର୍ଥନ ପାଇବେ। ଏବଂ ନିଜ ସାଥୀଙ୍କ ସହ କୌଣସି ଏକ ସ୍ଥାନକୁ ଯାତ୍ରା କରିପାରନ୍ତି।

Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy