ମୁମ୍ବାଇ ଇଣ୍ଡିଆନ୍ସକୁ ୪.୬୦ କୋଟିର ଚୂନ ଲାଗିଲା!
ଆଇପିଏଲ : ଆହତ କାରଣରୁ ବାଂଲାଦେଶ ବିପକ୍ଷରେ ଚାଲିଥିବା ଦିନିକିଆ ସିରିଜରୁ ଶ୍ରୀଲଙ୍କା ବୋଲର ଦିଲଶାନ ମଦୁଶଙ୍କଙ୍କୁ ବାଦ୍ ଦିଆଯାଇଛି । ମଦୁଶଙ୍କାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୪.୬୦ କୋଟିରେ କିଣିଛି । ଆହତ ପରେ ସେ ଏବେ ଆଇପିଏଲ ୨୦୨୪ ରେ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଯଦି ସେ ଆଇପିଏଲ ନଖେଳନ୍ତି, ତେବେ ମୁମ୍ବାଇ ଇଣ୍ଡିଆନ୍ସ ୪.୬୦ କୋଟି କ୍ଷତି ସହିବ ବୋଲି କୁହାଯାଉଛି ।
ତେବେ ଏପର୍ଯ୍ୟନ୍ତ ମଦୁଶଙ୍କାଙ୍କ ବିଷୟରେ ମୁମ୍ବାଇ ଇଣ୍ଡିଆନ୍ସ କିମ୍ବା ଆଇପିଏଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।