ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜୁରାଟ ଟାଇଟନ୍ସ ଲଢ଼େଇ

0 2,662

ଆଜି ଆଇପିଏଲରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜୁରାଟ ଟାଇଟନ୍ସ । ପୂର୍ବ ମ୍ୟାଚ୍ ରେ ସନରାଇଜର୍ସ ହ୍ରାଇଦାବାଦ ଠାରୁ ପରାଜିତ ହୋଇଥିବା ଦିଲ୍ଲୀ ଆଜି ବିଜୟ ନେଇ ଉଦ୍ୟମ କରିବ । ଅନ୍ୟପଟେ ଦଳ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ।

ସୂଚନାଯୋଗ୍ୟ, ଉଭୟ ଦଳ ପରସ୍ପରକୁ ୪ ଥର ଭେଟିଥିବା ବେଳେ ୨ଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି । ଗତ ୧୭ ତାରିଖରେ ଅହମ୍ମବାଦରେ ଉଭୟ ଦଳ ମଧ୍ଯରେ ଖେଳାଯାଇଥିବା ମ୍ୟାଚ୍ ରେ କ୍ୟାପିଟାଲ୍ସ ୭ ୱିକେଟ୍ ରେ ବିଜୟୀ ହୋଇଥିଲା । ଚଳିତ ସିଜନରେ ଗୁଜୁରାଟ ଟାଇଟନ୍ସ ୮ଟି ମ୍ୟାଚ୍ ଖେଳିଥିବା ବେଳେ ଦଳ ୪ଟି ରେ ବିଜୟୀ ହୋଇ ୮ ପଏଣ୍ଟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି ।

ସେହିପରି ଦିଲ୍ଲୀ ୮ଟି ମ୍ୟାଚ୍ ରୁ ୩ଟି ମ୍ୟାଚ୍ ଜିତିଛି । ଦଳ ୬ ପଏଣ୍ଟ ସହ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି । ତେବେ ପ୍ଲେ- ଅଫରେ ପ୍ରବେଶ କରିବାକୁ ହେଲେ ଅତି କମରେ ୧୪ ପଏଣ୍ଟ ହାସଲ କରିବାକୁ ହେବ । ତେଣୁ କ୍ୟାପିଟାଲ୍ସ ଶେଷ ୬ଟି ମ୍ୟାଚ୍ ରୁ ୪ଟି ଜିତିବା ଜରୁରୀ ଅଟେ । ସେହିପରି ଟାଇଟନ୍ସକୁ ଆଉ ୩ଟି ମ୍ୟାଚ୍ ଜିତିବାକୁ ହେବ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy