୫ଟି ସଚିବ ଭି. କେ ପାଣ୍ଡିଆନ୍‌ଙ୍କ ଉପରକୁ କାଳିମାଡ଼

0 141

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ୫ଟି ସଚିବ ଭି. କେ ପାଣ୍ଡିଆନ୍‌ଙ୍କ ଉପରକୁ କାଳିମାଡ଼। ପୁରୀ ଜିଲ୍ଲା ସତ୍ୟବାଦୀ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ନିକଟ ପଡ଼ିଆରେ ଏହି କାଳିମାଡ଼ ହୋଇଛି । ୫ଟି ସଚିବଙ୍କ ଉପରକୁ କାଳିମାଡ଼ ବେଳେ ଛିଟା ମଧ୍ୟ ପୁରୀ ଜିଲ୍ଲାପାଳଙ୍କ ଉପରେ ପଡ଼ିଛି।

ଜଣେ ଯୁବକ ଏହି କାଳିମାଡ଼ କରିଛନ୍ତି। ପୋଲିସ ସମ୍ପୃକ୍ତ ଯୁବକକୁ ଗିରଫ କରିଥିବା ଜଣାପଡିଛି। ୫ଟି ସଚିବ ଆଜି କାକଟପୁର, ନିମାପଡ଼ା ପରେ ପୁରୀରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଜନଶୁଣାଣିରେ ଯୋଗଦେବା ପରେ ସତ୍ୟବାଦୀ ଗସ୍ତ କରିଥିଲେ। ତେବେ ସତ୍ୟବାଦୀ ଗସ୍ତ ବେଳେ ଏହି କାଳିମାଡ଼ ହୋଇଥିଲା । ଗତକାଲି ପୁରୀ, ପିପିଲି, ବ୍ରହ୍ମଗିରି, କୃଷ୍ଣପ୍ରସାଦରେ ଜନଶୁଣାଣି ବେଳେ ଭି.କେ ପାଣ୍ଡିଆନ ଯୋଗ ଦେଇଥିଲେ।

ଭିକେ ପାଣ୍ଡିଆନଙ୍କୁ କାଳିମାଡ଼କୁ ସାଂସଦ ମାନସ ମଙ୍ଗରାଜ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ସେ କହିଛନ୍ତି ଓଡ଼ିଶାବାସୀ ଶାନ୍ତି ଓ ସଦଭାବନାରେ ବିଶ୍ବାସ ରଖନ୍ତି । ଏଭଳି ଘଟଣାକୁ କେବେ ବି ସହିବେନି ଓଡ଼ିଶାବାସୀ । ଏଭଳି ଘଟଣା ରାଜ୍ୟର ମୁଲ୍ୟବୋଧ ଓ ସଂସ୍କୃତିକୁ ବିପଦ ପକାଉଛି ।

ଯାହାକୁ ନିନ୍ଦା କରିଛନ୍ତି ନାରୀଶକ୍ତି । ମାଆ ମାନେ ତୁରନ୍ତ ପାଣ୍ଡିଆନଙ୍କ ମୁହଁ ପୋଛି କଳା ସଫା କରିଦେଇଥିଲେ । ତାଙ୍କ ପାଇଁ କାମ କରୁଥିବା ବ୍ୟକ୍ତି ପାଇଁ ମାଆମାନେ ଭଲପାଇବା ଓ ସମର୍ଥନ ଜଣାଇଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy