ପୁସ୍ତକ ଲୋକର୍ପଣ ଉତ୍ସବ, ରାତି ମୋର ଅତି ଆପଣାର

0 186

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ‘ରାତି ମୋର ଅତି ଆପଣାର’ ପୁସ୍ତକ ଲୋର୍କାପଣ ଉତ୍ସବ ସ୍ଥାନୀୟ ଜୟଦେବ ଭବନଠାରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବରେ ପ୍ରାକ୍ତନ ପ୍ରଶାସନିକ ଅଧିିକାରୀ ତଥା ବରିଷ୍ଠ ଗୀତିକବି ଡକ୍ଟର ରବିନାରାୟଣ ସେନାପତି ଏବଂ ଓଡିଶାର ଯଶସ୍ୱୀ ଗୀତିକବି ସଚ୍ଚି ମହାନ୍ତି ଯୋଗଦାନ କରିଥିଲେ ।

ଲୋର୍କାପଣ ଉତ୍ସବ ପ୍ରାରମ୍ବରେ ସମ୍ମାନିତ ଅତିଥମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ବେଦପାଠ କରିଥିଲେ ପ୍ରଜ୍ଞା ପ୍ରୟା ବୈଠାରୁ । ଏହି ଅବସରେ ଅତିଥିମାନଙ୍କ ଦ୍ୱାରା ଗୀତିକବି ବଂଶୀଧର ସେଠୀଙ୍କ ରଚିତ ଗୀତିକବିତା ପୁସ୍ତକ ‘ରାତି ମୋର ଅତି ଆପଣାର’ ଲୋକର୍ପଣ ହୋଇଥିଲା । ପୁସ୍ତକଟିକୁ ସମୀକ୍ଷା କରିଥିଲେ ଡକ୍ଟର ଶ୍ରୀଜୟା ଦାସ । ସର୍ବଭାରତୀୟ ସ୍ତରରେ ସର୍ବକନିଷ୍ଠ ଗୀତିକବିର ଗୌରବ ଲାଭ କରିଥିବା ଲକ୍ଷ୍ମୀନାରାୟଣ ମହାନ୍ତିଙ୍କ ସଂଗୀତ ନିର୍ଦ୍ଦେଶନା ଓ ସ୍ୱର ସଂଯୋଜନାରେ ଗୀତିକବି ଶ୍ରୀଯୁକ୍ତ ବଂଶୀଧର ସେଠୀଙ୍କ ୧୨ଟି ଗୀତକୁ ନେଇ ପୁସ୍ତୁକ ଆଲ୍‌ବମ୍ ‘ମୋ ଖୁସି ମୋ ଗୀତ ଆସର’ ହେବା ସହିତ ମଞ୍ଚରେ ଭିଡିଓ ପ୍ରଦର୍ଶିତ ହୋଇଥିଲା ।

ଏହି ଆଲ୍‌ବମ୍‌ରେ କଣ୍ଠଦାନ କରିଛନ୍ତି ଡକ୍ଟର ଚନ୍ଦନ ଗନ୍ତାୟତ, ଅନିନ୍ଦିତା ଦାସ, ସ୍ମରଣିକା, ଲୋପାମୁଦ୍ରା, ନେହାରିକା, ପ୍ରୟାତାମ୍‌ôା, ଲଲିତକ୍ରିଷ୍ଠା, ଶ୍ରୀନିବାସ ଓ ଚିତ୍ତରଞ୍ଜନ ସାହୁ । ମଞ୍ଚପରିଚାଳନା କରିଥିଲେ ଡକ୍ଟର ରଜନୀ ରଣସିଂହ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କବି ବଂଶୀଧର ସେଠୀ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy